Home / ରାଜନୀତି / ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

sunani

କାକଟପୁର : ୨୭/୮/୨୦୨୪
(ତୁଷାର ଦୀକ୍ଷିତ )
ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି କାକଟପୁର ବ୍ଲକ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୫୦ ଗୋଟି ଅଭିଯୋଗ ମିଳିଥିଲା।ସେଥି ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ,୪ ଗୋଟି ଗ୍ରାମ ସମସ୍ୟା ଓ ଗୋଟିଏ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ସମ୍ପର୍କିତ ଅଭିଯୋଗ ରହିଥିଲା।ତତକ୍ଷାଣତ ୫ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅଭିଯୋଗ ଗୁଡିକ ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପ୍ରେରଣ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଏସ ପି ପିନାକ ମିଶ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,କାକଟପୁର ବିଡ଼ିଓ ବିଷ୍ଣୁ ଗୋବିନ୍ଦ,କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା,ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଆଶୁତୋଷ ଦେ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY