Home / ସାମାଜିକ / ଓଲଟିଲା ଗୋ ମାଂସ ବୋଝେଇ ଗାଡି

ଓଲଟିଲା ଗୋ ମାଂସ ବୋଝେଇ ଗାଡି

gai

ଗାଡ଼ିକୁ ପୋଡ଼ିଦେଲେ ଲୋକେ
ଗୋପ: ୨୮.୮.୨୪
ଶାଶ୍ଵତ ଟିଭି
ଘଟଣା ହେଉଛି ଗୋପ ବ୍ଲକ ଅଞ୍ଚଳର , ଗୋପ ବୋଇତଭଙ୍ଗା ବ୍ରିଜ ନିକଟରେ ଗତକାଲି ରାତିରେ ଏକ ଗୋରୁ ବୋଝେଇ ଗାଡ଼ି ଯାଉଥିବା ସମୟରେ ଗାଡ଼ିଟି ବ୍ରିଜ ନିକଟରେ ଗାଡ଼ିଟି ଦୁର୍ଘଟଣା ହୋଇ ରାସ୍ତା କଡକୁ ଓଲଟିଲା ପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ୨୦ କୁଇଣ୍ଟାଲ ରୁ ଅଧିକ ଗୋ ମାଂସ ଚୋରା ଚାଲାଣ ହେଉଥିବା ବେଳେ ଘଟିଛି ଅଘଟଣ ।ଘଟଣା ସ୍ଥଳରୁ ଡ୍ରାଇଭର ସମେତ ବେପାରୀ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ସକାଳେ ଶୌଚ ପାଇଁ ଯାଇଥିଲା ସମୟ ରେ ଏଭଳି ଘଟଣା ନଜର କୁ ଆସିଥଲା। ସ୍ଥାନୀୟ ଲୋକେ ଗୋ ମାଂସ ଚାଲାଣ ବିଷୟରେ ଜାଣିବା ପରେ ଉତ୍ୟକ୍ତ ହୋଇ ଗୋ ମାଂସ ବୋଝେଇ ଗାଡ଼ିରେ ନିଆଁ ଲଗାଇ ପୋଡ଼ିଦେଈଥଲେ ‌। ସ୍ଥାନୀୟ ସରପଞ୍ଚ ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଗାଡି ଗୋପ ରୁ ଏହି ବାଟ ଦେଇ ସାକ୍ଷୀଗୋପାଳ ଅଞ୍ଚଳ କୁ ଯାଉଥିବାର ସୂଚନା ମିଳିଛି। ଏଭଳି ଘଟଣା ର ପୁନରରବୁତ୍ତି ଯେଭଳି ନହୁଏ ସେଥିପାଇଁ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସରପଞ୍ଚ ଓସ୍ଥାନୀୟ ଜନସାଧାରଣ।

SPREAD YOUR LOVE WITH YOUR FRIENDS AND FAMILY