Home / ସାମାଜିକ / ଗୋଟିଏ ଗଛ କୋଟିଏ ଜୀବନ କାର୍ଯ୍ୟକ୍ରମ

ଗୋଟିଏ ଗଛ କୋଟିଏ ଜୀବନ କାର୍ଯ୍ୟକ୍ରମ

tree

ପୁରୀ : ୨୮.୮.୨୪
ଶାଶ୍ଵତ ଟିଭି

ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ଷ୍ଟେଟ ବ୍ୟାଙ୍କ୍ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଗୋଟିଏ ଗଛ କୋଟିଏ ଜୀବନ କାର୍ଯ୍ୟକ୍ରମ ।ପୁରୀ ବାଙ୍ଗର୍ ଠାରେ ଠାରେ ଥିବା ଇଣ୍ଟିଗ୍ରେଟେଡ ଇଂନଫା ଷ୍ଟ୍ରକଚର୍ ସେଣ୍ଟର୍ (iic vilage Complex)ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।ସେଠାରେ ଥିବା ମାନସିକ ବିକାର ଗ୍ରସ୍ତ୍ତ୍ ଲୋକୋ ମାନଙ୍କୁ ଏକ ସୁନ୍ଦର ପରିବେଶ ଦେବା ପାଇଁ ସେଠାରେ ଶହେରୁ ଉର୍ଦ୍ଧ୍ବ ଫଳ ଓ ଫୁଲ ଗଛ ପୋତାଯାଇଥିଲା।କାର୍ଯ୍ୟକ୍ରମରେ ଅତିଥି ଭାବରେ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ମହାରଣା ଯୋଗ ଦେଇ ବର୍ତ୍ତମାନ ସମୟରେ ପୁରୀ ଏକ ସମୁଦ୍ରକୂଳିଆ ସହର ହେବା ସତ୍ତ୍ଵେ ଦିନକୁ ଦିନ ଏହା ଉତ୍ତପ୍ତ ସହର ଭାବରେ ପରିବର୍ତ୍ତିତ ହେଉଛି ତେଣୁ କେବଳ ବ୍ରୁକ୍ଷରୋପଣ ଦ୍ଵାରା ଏହାର ନିରାକରଣ ହୋଇ ପାରିବ ବୋଲି କହିଥିଲେ।କାର୍ଯ୍ୟ କ୍ରମରେ ଅନ୍ୟ ତମ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖା ଚିଫ୍ ଜେନେରାଲ ମ୍ୟାନେଜର ବିଜୟ କୁମାର ଶତପଥୀ ଯୋଗ ଦେଇ ଷ୍ଟେଟ ବ୍ୟାଙ୍କ ସଦା ସର୍ବଦା ସାମାଜିକ ଦାୟିତ୍ଵରେ ନିଜର ଭଗିଦାରିତା ରଖିଥାଏ ବୋଲି କହିଥିଲେ।କାର୍ଯ୍ୟକ୍ରମକୁ ଦି ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ପରିଚାଳନା କରିଥିବା ବେଳେ ଦି ବେଲ୍ ୟୁଥ୍ କ୍ଲବ୍ ସଦସ୍ୟ ଓ ଆଈ ଆଈ ସି କମ୍ପ୍ଲେକ୍ସ କର୍ମଚାରୀ ମାନେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY