Home / ମୁଖ୍ୟ ଖବର / ଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ କାଦୁଆ ନଦୀରୁ ହଟିଲା ଆଡିବନ୍ଧ

ଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ କାଦୁଆ ନଦୀରୁ ହଟିଲା ଆଡିବନ୍ଧ

img 20240831 wa0003

କାକଟପୁର : ତା ୩୦/୦୮/୨୦୨୪(

ରିପୋର୍ଟ: ତୁଷାର ଦୀକ୍ଷିତ )

କାଦୁଆ ନଦୀରେ ବେଆଇନ ଆଡିବନ୍ଧ କରି କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ଦିନ ଧରି ମାଛ ମାରି ମାଲାମାଲ ହୋଇଆସୁଥିବା ବେଳେ ବର୍ଷା ଦିନେ ନଦୀରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ବୋବୁଆ , ସନ୍ତରସ , ଧନିତ୍ରୀ ଆଦି ଗ୍ରାମ ସମେତ ଏହା ନିକଟସ୍ଥ ଗ୍ରାମ ଗୁଡିକ ଚାଷୀଙ୍କର ହଜାର ହଜାର ହେକ୍ଟର ଧାନ ଫସଲ ବର୍ଷା ଜଳରେ ସଂପୂର୍ଣ୍ଣ ଭାବେ ଧୋଇ ଯାଉଥିଲା l ଏନେଇ ସେଠାକାର ଚାଷୀ ଏହି ବେଆଇନ ଆଡିବନ୍ଧକୁ ଉଚ୍ଛେଦ କରିବାକୁ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ଶେଷରେ ଗତ ୨୭ ତାରିଖ ଦିନ କାକଟପୁର ବ୍ଳକ ପରିସରରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ କାକଟପୁର ବ୍ଳକ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର କୈଳାସ ଚନ୍ଦ୍ର ଲେଙ୍କା , ପୂର୍ବତନ ସରପଞ୍ଚ ଭୀମସେନ ସେଠି , ରମେଶ ଚନ୍ଦ୍ର ପାଇଟାଳ , ଅକ୍ଷୟ କୁମାର ସ୍ୱାଇଁ , ଜ୍ଞାନରଞ୍ଜନ ମଲ୍ଲ , ଜନ୍ମେଞ୍ଜୟ ଲେଙ୍କାଙ୍କ ସମେତ ବହୁ ବ୍ୟକ୍ତି କାଦୁଆନଦୀରୁ ବେଆଇନ ଆଡିବନ୍ଧ ଉଚ୍ଛେଦ କରିବାକୁ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଚାଷୀଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେଇ ତୁରନ୍ତ ଉକ୍ତ ଆଡିବନ୍ଧକୁ କାଦୁଆ ନଦୀରୁ ଉଚ୍ଛେଦ କରିବାକୁ ଜନଶୁଣାଣି ଶିବିରରେ କାକଟପୁର ତହସିଲଦାରଙ୍କୁ ନିର୍ଦ୍ଧେଶ ଦେଇଥିଲେ l ଶେଷରେ ଜିଲ୍ଲାପାଳ ନିର୍ଦ୍ଧେଶ ଦେବାର ୪୮ ଘଣ୍ଟା ନପୂରୁଣୁ ଗୁରୁବାର ଦିନ କାକଟପୁର ତହସିଲଦାର ଅଙ୍କିତା ଅନନ୍ଦିତା ପୋଲିସ ଫୋର୍ସ ନେଇ ଉକ୍ତ ଆଡିବନ୍ଧକୁ କାଦୁଆ ନଦୀରୁ ଉଚ୍ଛେଦ କରିଛନ୍ତି l ଜିଲ୍ଲାପାଳଙ୍କ ଏଭଳି ତୁରନ୍ତ ପଦକ୍ଷେପକୁ ଚାଷୀ ମହଲରେ ସ୍ୱାଗତ କରାଯିବା ସହ ସ୍ଥାନୀୟ ତହସିଲଦାର ଙ୍କୁ ବିଭିନ୍ନ ମହଲରେ କୃତଜ୍ଞତା ଦିଆଯାଇଛି l

SPREAD YOUR LOVE WITH YOUR FRIENDS AND FAMILY