Home / ସାମାଜିକ / ପବିତ୍ର ଗାନ୍ଧୀ ଜୟନ୍ତୀ ରେ ୨୫ ଜଣ ପାଇଲେ ଗାନ୍ଧୀ ସ୍ମୃତି ସମ୍ମାନ।

ପବିତ୍ର ଗାନ୍ଧୀ ଜୟନ୍ତୀ ରେ ୨୫ ଜଣ ପାଇଲେ ଗାନ୍ଧୀ ସ୍ମୃତି ସମ୍ମାନ।

gandhismrutisanman

ପୁରୀ:୨ /୧୦/୨୦୨୪
ରିପୋର୍ଟ୍ : ସିଂହାରୀ ଆଲୋକ ଖୁଣ୍ଟିଆ

ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଙ୍କ ପ୍ରତି ଶ୍ରଦ୍ଧା ଜଣାଇ ଜୟ ହିନ୍ଦ୍ ଭାରତ ଓଡ଼ିଶା ଶାଖା ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଆୟର୍ବେଦିକ ମହାବିଦ୍ୟାଳୟ ପରିସରରେ ପ୍ରାୟ ୨୫ ଜଣଙ୍କୁ ଗାନ୍ଧୀ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଅଛି।ରକ୍ତଦାନ,ସ୍ୱଚ୍ଛତା,ସାମାଜିକ ସୁରକ୍ଷା ଦେଉଥିବା ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନଙ୍କର ଅଭିଜ୍ଞତା ଓ ସମାଜ ଗଠନରେ ଯୁବ ପୀଢ଼ି ଙ୍କ ଭୂମିକା ସମ୍ବଧରେ ଆଲୋଚନା ହୋଇଥିଲା।ପିଲାଙ୍କ ମଧ୍ୟରେ” ମହାତ୍ମା “ନାମରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ଙ୍କୁ ସମ୍ମାନିତ କରାାଇଥିଲା।ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଭାସିସ ଖୁଣ୍ଟିଆ,ବିନୋଦ କୁମାର ପଣ୍ଡା,ଚକ୍ରଧର ମହାପାତ୍ର,ରାଜେଶ କୁମାର ମିଶ୍ର,କୈଳାଶ ଚନ୍ଦ୍ର ଟିକାୟାତରାୟ,ଶିବ ପ୍ରସାଦ ମିଶ୍ର,ମଧୁସୂଦନ ସିଂହାରୀ,ସଞ୍ଜୀବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ସଂଯୋଜକ ସଞ୍ଜୀବ ରଥଶର୍ମା ମଞ୍ଚ ପରିଚାଳନା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY