Home / ମୁଖ୍ୟ ଖବର / ମା ମଙ୍ଗଳଙ୍କ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ଶେଷ,ଆସନ୍ତା ୧୪ ରୁ ଷୋଡଶ ଉପଚାର ପୂଜା ଆରମ୍ଭ

ମା ମଙ୍ଗଳଙ୍କ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ଶେଷ,ଆସନ୍ତା ୧୪ ରୁ ଷୋଡଶ ଉପଚାର ପୂଜା ଆରମ୍ଭ

whatsapp image 2025 09 12 at 19.52.25 587f74e1

କାକଟପୁର ତା ୧୨/୯ ( ତୁଷାର ଦୀକ୍ଷିତ ) କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କର ଶାରଦୀୟ ପାର୍ବଣ ପୂଜା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି l ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ତହସିଲଦାର ତଥା ମନ୍ଦିର ଟ୍ରଷ୍ଟି ଅଙ୍କିତା ଅନିନ୍ଦିତାଙ୍କ ପୌରୋହିତ୍ୟରେ ଟ୍ରଷ୍ଟ ସଦସ୍ୟ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ, କାକଟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ, ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ଉପଦେଷ୍ଟା କମିଟି ସଦସ୍ୟ କମଳ ଲୋଚନ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ଷୋଡଶ ଉପଚାର ପୂଜାପଣ୍ଡା ପ୍ରକାଶ ଚନ୍ଦ୍ର ପଣ୍ଡା, ଷୋଳ ଦିନର ପାଳିଆ ସେବକ ପ୍ରମୁଖ ଯୋଗଦେଇ ଆସନ୍ତା ୧୪ ତାରିଖ ରବିବାର ମୂଳାଷ୍ଟମୀ ଦିନ ଠାରୁ ମା ଙ୍କର ଷୋଡଦିନାତ୍ମକ ପୂଜନୀତି କିଭଳି ଭାବରେ ପାଳନ କରାଯିବ ସେଥିପ୍ରତି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି l

image
image

ମୂଳାଷ୍ଟମୀ ଦିନ ମା ଙ୍କର ସହସ୍ର କୁମ୍ଭାଭିଷେକ ନୀତି ଆରମ୍ଭ ହେବା ସହିତ ୨୨ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ମା’ଙ୍କର ନବଦିନାତ୍ମକ ପୂଜାନୀତି ପାଳନ କରାଯିବ l ୨୬ ତାରିଖ ପଞ୍ଚମୀ ଦିନ ତୀରକମାଣ ବେଶ, ଷଷ୍ଠୀ ଦିନ କାତିଖର୍ପର ବେଶ, ସପ୍ତମୀ ଦିନ ସିଂହବାହିନୀ ବେଶ, ଅଷ୍ଟମୀ ଦିନ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ହେବା ସହିତ ନବମୀ ତିଥିରେ ଶାନ୍ତି ବେଶ ଅନୁଷ୍ଠିତ ହୋଇ ଦଶମୀ ଦିନ ହରଦୁର୍ଗା ଭେଟ କରାଯାଇ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିବ l ଏହି ପାର୍ବଣ ପୂଜା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମାତୃଭକ୍ତ ମାନେ ମା ଙ୍କର ସାନିଧ୍ୟ ଲାଭ କରିବା ପାଇଁ ଆସିବାକୁ ଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply