Home / ମୁଖ୍ୟ ଖବର / ପୁରୁଷ ବନ୍ଧୁଙ୍କୁ ମଙ୍ଗଳା ଦର୍ଶନ କରାଇ ମୁସଲିମ ଯୁବତୀ ହଟହଟା.

ପୁରୁଷ ବନ୍ଧୁଙ୍କୁ ମଙ୍ଗଳା ଦର୍ଶନ କରାଇ ମୁସଲିମ ଯୁବତୀ ହଟହଟା.

whatsapp image 2024 11 18 at 20.12.27 33e5d38d

କାକଟପୁର ତା ୧୮/୧୧
(ତୁଷାର ଦୀକ୍ଷିତ )
ସୋମବାର ପୂର୍ବାହ୍ନ ୯ ଘଟିକା ସମୟରେ ସ୍ୱମେଶ୍ୱର ସାମିଲ ସମିଆ ଗ୍ରାମର ଶେଖ କାଦିରଙ୍କ ଝିଅ ସାଇମିନ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ମଙ୍ଗଳା ମନ୍ଦିର ଦର୍ଶନ କରାଇବାକୁ ନେଇ ପଶ୍ଚିମ ଦ୍ୱାର ଦେଇ ମନ୍ଦିର ବେଢା ଭିତରକୁ ପ୍ରବେଶ କଲାବେଳେ କେତେକ ସେବାୟତ ତାଙ୍କୁ ଦେଖି ମନ୍ଦିର ପ୍ରଶାସନକୁ ଜଣାଇଥିଲେ l ତୁରନ୍ତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ମନ୍ଦିର କାର୍ଯ୍ୟାଳୟକୁ ଆଣି ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରିବାପରେ ସେ ଜଣେ ଅଣହିନ୍ଦୁ ବୋଲି ପ୍ରମାଣ ପାଇଥିଲେ l ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭଳି ମଙ୍ଗଳା ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନିଷେଧ ଥିବାବେଳେ କାହିଁକି ମନ୍ଦିରରେ ପ୍ରବେଶ କଲ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶ୍ନ କରିବାରେ ଯୁବତୀ ଜଣଙ୍କ ଏହା ତାଙ୍କର ତ୍ରୁଟି ବୋଲି ଏକ ଲିଖିତ ନିବେଦନ ପତ୍ର ମଙ୍ଗଳା ମନ୍ଦିରକୁ ଦେବାସହିତ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି l ଅପରପକ୍ଷରେ ଅଣହିନ୍ଦୁ ପ୍ରବେଶ ଯୋଗୁଁ ମା ମଙ୍ଗଳାଙ୍କ ପୁନଃ ସ୍ନାନ ମାର୍ଜନା କରାଯିବା ପରେ ସଂକୁଡି ଭୋଗକୁ ପୋତି ଦିଆଯାଇଥିଲା l ମନ୍ଦିର ପ୍ରବେଶ ନେଇ ଯୁବତୀ ଜଣଙ୍କ ୫ ହଜାର ଟଙ୍କା ମନ୍ଦିର ପ୍ରଶାସନକୁ ଜୋରିମାନା ଦେଇଥିବା ବେଳେ ବେଶ ହଟହଟା ହୋଇଥିବା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l

SPREAD YOUR LOVE WITH YOUR FRIENDS AND FAMILY