କାକଟପୁର ତା ୧୯/୧୧, (ତୁଷାର ଦୀକ୍ଷିତ )
କାକଟପୁର ଜାହାନ ପବ୍ଲିକ ସ୍କୁଲର ଇଣ୍ଟର କ୍ଲାସ କ୍ରିକେଟ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ମ୍ୟାଚକୁ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶିକା ସୁମିତ୍ରା ଘୋଷ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ଛାତ୍ର ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ପ୍ରଥମେ ଦଶମ ଶ୍ରେଣୀର ଅଧିନାୟକ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ l

ଦଶମ ଶ୍ରେଣୀର ଖେଳାଳି ମାନେ ନିର୍ଦ୍ଧା ରିତ ୮ ଓଭର ରେ ୯ ଉଇକେଟ ବିନିମୟରେ ୪୨ ରନ କରିଥିବାବେଳେ ନବମ ଶ୍ରେଣୀର ଖେଳାଳି ମାନେ ମାତ୍ର ୬.୪ ଓଭରରେ ୭ ଉଇକେଟ ହରାଇ ବିଜୟଲାଭ କରିଥିଲେ l ଦଳପକ୍ଷରୁ ଭରଦ୍ୱାଜ ପରିଡା ସର୍ବାଧିକ ୨୮ ରନ କରି ମ୍ୟାନ ଅଫ ଦି ମ୍ୟାଚ ଆଖ୍ୟା ଅର୍ଜନ କରିଥିବାବେଳେ ଦଶମ ଶ୍ରେଣୀ ପକ୍ଷରୁ ଶକ୍ତି ପ୍ରସାଦ ଦାସଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଥିଲା l କ୍ରୀଡା ଶିକ୍ଷକ କଳିଙ୍ଗ ପ୍ରସାଦ ନାୟକ , ଇଂରାଜୀ ଶିକ୍ଷକ ପ୍ରେମ ଶଙ୍କର ପୁଜାରି, ଗଣିତ ଶିକ୍ଷକ ସତ୍ୟରଞ୍ଜନ ଶତପଥୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ l
ଚମ୍ପିୟାନ ଦଳକୁ ନିର୍ଦ୍ଦେଶିକା ଶ୍ରୀମତୀ ଘୋଷ ଟ୍ରଫି ପ୍ରଦାନ କରିଥିବାବେଳେ ସ୍କୁଲର ପ୍ରିନ୍ସିପାଲ ମମତା ମହାପାତ୍ର, ଶିକ୍ଷୟିତ୍ରୀ ମଧୁସ୍ମିତା ପଢ଼ିଆରୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l











