କାକଟପୁର ତା ୧୭/୧୨
( ତୁଷାର ଦୀକ୍ଷିତ )
ସୋମବାର ବିଳମ୍ବିତ ରାତ୍ରିରେ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କଟକଣା ଛକର ଏକ ଚିକେନ କାଉଣ୍ଟର ବ୍ୟବସାୟୀ ଏସ.କେ ସଦାମଙ୍କ ଉପରକୁ ବୋମା ମାଡ ହୋଇଛି। ବୋମା ମାଡରେ ସଦାମଙ୍କ ବାଇକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସଦ୍ଦାମଙ୍କ ଗୋଡ଼ରେ ଆଘାତ ଲାଗିଛି । ଫଳରେ ସଦ୍ଦାମ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୂର୍ବ ଶତ୍ରୁତା କାରଣ ବୋଲି ଜଣା ପଡିଛି ସେକ୍ ଜୁନେଦ୍ ଓରଫ ଗୋରା ଦୁଇଟି ବମ୍ ଫିଙ୍ଗିଥିଲା । ଗୋଟିଏ ବୋମା କାନ୍ଥ ରେ ବାଜିଥିବାବେଳେ ଦ୍ୱିତୀୟ ଟି ସଦାମ୍ ବସିଥିବା ବାଇକ୍ ଉପରେ ପଡିଥିଲା । ଫଳରେ ସଦାମ ଙ୍କ ଗୋଡ଼ରେ ଗଭିର କ୍ଷତ ହେବା ସହିତ ବାଇକଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ବୋମା ଫିଙ୍କିଥିବା ଯୁବକ ସେକ ଜୁନେଦ କୁ ରାତି ରାତି ପୋଲିସ୍ ଗିରଫ କରିଛି । କଟକଣା ପଞ୍ଚାୟତ ଏକ ଭାଇଚାରା ର ଅଞ୍ଚଳ, ଏଠି ଲୋକ ମାନଙ୍କ ଭିତରେ ଗୋଟେ ନିଆରା ସମ୍ପର୍କ ଆଉ ଶାନ୍ତି ପରିବେଶ ସଦାସର୍ବଦା ବଜାୟ ରହୁଥିବା ବେଳେ ଗତକାଲି ରାତିରେ ଏଭଳି ବୋମାମାଡ଼ ସମ୍ପୂର୍ଣ୍ଣ ଅଞ୍ଚଳ କୁ ସ୍ତବ୍ଧ କରିବା ସହ ଗୋଟେ ଭୟ ର ବାତାବରଣ ସୃଷ୍ଟି କରିଛି l କାକଟପୁର ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଜଣେ ଦୁର୍ବୁର୍ତ୍ତ କୁ କାବୁ କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି l ଅପର ପକ୍ଷରେ ପୁରୀଜିଲ୍ଲା ଫରେନସିକ ସାଇନ୍ସ ଲାବ୍ରୋଟେରୀର ଫରେନସିକ ଅଫିସର ଆଦିତ୍ୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ ଆସି ଘଟଣା ସ୍ଥଳରେ ଛନଭିନ କରିଛି l ଏବେ ଅଂଚଳବାସିଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ଅପରାଧୀକୁ ତୁରନ୍ତ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି l
ପୂର୍ବ ଶତ୍ରୁତା କୁ ନେଇ ବୋମାମାଡ଼,ଜଣେ ଅଭିଯୁକ୍ତ ଅଟକ











