କାକଟପୁର ୪/୭ ( ତୁଷାର ଦୀକ୍ଷିତ ) – ଦିନକୁ ଦିନ କାକଟପୁର ରେ ଚୋରୀ ବୃଦ୍ଧି ପାଇବାରେ ଲାଗିଛି l ଗତକାଲି କାକଟପୁର ବଲରା ସ୍ଥିତ ମାଧବାନନ୍ଦ ମନ୍ଦିର,ପତିସାହି ମହାବୀର ମନ୍ଦିର ଓ ଆଲୋକ କୁମାର ଦାସ ନାମକ ଜଣେ ବ୍ୟକ୍ତି ଙ୍କ ଘରୁ ଚୋରୀ ହୋଇଛି, ଏହି ସିରିଜ୍ ଚୋରୀ କୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି,ଆଜି ଐତିହାସିକ ବଲରା ମାଧବାନନ୍ଦ ମନ୍ଦିର ର ପୂଜାରୀ ବିଜୟ କୁମାର ଦାଶ ଠାକୁରଙ୍କ ନୀତି ପାଇଁ ମନ୍ଦିର କୁ ଆସି ଦ୍ୱାର ଫିଟାଇବା ବେଳକୁ ଦେଖନ୍ତି ଠାକୁର ଙ୍କ ଦ୍ୱାର କୁନ୍ଦା ତଡା ହୋଇଛି, ସେ ଏନେଇ ସ୍ଥାନୀୟ ଲୋକ ଙ୍କୁ ଡାକିଥିଲେ ଓ ଥାନା ରେ ଲିଖିତ ଅଭିଯୋଗ ଦେଇଥିଲେ, ଅଭିଯୋଗ ମୁତାବକ ଠାକୁର ଙ୍କର ରୁପା ହାର,ପିତଳ ଢାଳ ୨ଟା, ଥାଳି ୧ଟି, ବାଲ୍ଟି ୧ଟି, ଘଣ୍ଟ ୧ଟି, ହାତ ଘଣ୍ଟି ୨ଟା ଗାୟବ ଅଛି, ଠିକ ସେହିପରି କିଛି ଦୂର ରେ ପତ୍ତିସାହି ମହାବୀର ମନ୍ଦିର ରୁ ହନୁମାନ ଙ୍କ୧ଟିଏ ରୁପାର ମୁକୁଟ, ସୁନା ଆଖି ୨ ଟି,ଅନ୍ୟ ରୁପା ସାମଗ୍ରୀ ୨ ଟି ଓ ଠାକୁର ଙ୍କ ହୁଣ୍ଡୀ ତଡା ଯାଇଛି ଯେଉଁଥିରେ ୧୫ ରୁ ୨୦ ହଜାର ଭକ୍ତ ଙ୍କ ଅନୁଦାନ ଟଙ୍କା ରହିଥିଲା, ଏହି ବାବଦରେ ପୂଜକ ବିପିନ ବିହାରି ଦାସ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି, ଏହି ମହାବୀର ମନ୍ଦିର ନିକଟରେ ଆଲୋକ କୁମାର ଦାସ ଙ୍କ ଘରୁ ଗ୍ୟାସ ସିଲିଣ୍ଡର ସହିତ ଗୋଟେ ପାଣି ମଟର ମଧ୍ୟ ଚୋରୀ ହୋଇଛି, ଏହି ବାବଦରେ ମଧ୍ୟ ତାଙ୍କ ତରଫରୁ ଥାନା ରେ ଲିଖିତ ଅଭିଯୋଗ ହୋଇଛି, ଆପଣଙ୍କ ଅବଗତ ନିମନ୍ତେ କହିରଖୁଛୁ ଗୋଟେ ମାସ ତଳେ ମାଧବାନନ୍ଦ ମନ୍ଦିର ରୁ ରୁପା ଆଖି ସହ ରୁପା ହାର ଚୋରୀ ହୋଇଥିଲା, ପରେ ପୁନଃବାର ଆଜି ନୂଆ ରୁପା ହାର ଚୋରୀ ହୋଇଛି, ଏହି ଘଟଣା ର ପୃଥକ ପୃଥକ ଏତଲା ପାଇବା ପରେ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ଅଞ୍ଚଳ ରେ ଦିନକୁ ଦିନ ନିଶାଡୀ ଙ୍କ ଆଡ୍ଡା ଜମୁଛି ସେଥିପାଇଁ ମନ୍ଦିର ମାନଙ୍କ ରେ ଚୋରୀ ବୃଦ୍ଧି ପାଉଛି କି କୌଣସି ଲୁଟେରା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି ତାହା ସନ୍ଦେହ ଜନକ, ପୋଲିସ ରେ କଡା ପେଟ୍ରୋଲିଙ୍ଗ ଅଭାବ ଓ ବାରମ୍ବାର ଲୁଟ କୁ ନେଇ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏବେ ସମ୍ପୂର୍ଣ୍ଣ ରୂପେ ପୋଲିସ ପ୍ରଶାସନ ପାଇଁ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି, ଏବେ ଏହି ସିରିଜ୍ ଲୁଟ ର ପର୍ଦ୍ଦାଫାଶ କେବେ ହେଉଛି ଦେଖିବାକୁ ବାକି ରହିଲା l
କାକଟପୁର ରେ ସିରିଜ୍ ଚୋରୀ
No Comments
July 5, 2025 6:05 am

Previous Article
Next Article

ପୁରୀରେ ମାନସ ମନ୍ଦିରର ଭୂମି ପୂଜନ – ଶ୍ରୀକ୍ଷେତ୍ରରେ ମଦ, ମାଂସ, ଅଣ୍ଡା ଓ ମାଛ ବିକ୍ରୀ ବନ୍ଦ ହେଉ : ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ
ଇଟାମାଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରୟାସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।








