Home / ସାମାଜିକ / ଡେ଼ଲାଙ୍ଗ ପୋଲିସ ର ମନମୁଖୀ ନିୟମ – ଗାଡି ର ଡକ୍ୟୁମେଣ୍ଟ ନଥାଇ ବି କଟୁନି ଚାଲାଣ

ଡେ଼ଲାଙ୍ଗ ପୋଲିସ ର ମନମୁଖୀ ନିୟମ – ଗାଡି ର ଡକ୍ୟୁମେଣ୍ଟ ନଥାଇ ବି କଟୁନି ଚାଲାଣ

delanga

ଡେ଼ଲାଙ୍ଗ – ତା ୩/୦୭/୨୦୨୫ – (ବ୍ୟୁରୋ ରିପୋର୍ଟ୍ ) – ଏ ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର ଦୃଶ୍ୟ। ଗୋଟେ କି ଦୁଇଟା ନୁହେଁ ବାରମ୍ବାର ଦେଖିବାକୁ ମିଳୁଚି ଏଭଳି ଘଟଣା। ପୋଲିସ ଜନତାଙ୍କ ଠାରୁ ହେଲମେଟ ଓ ଗାଡି କାଗଜପତ୍ର ଦେଖି ଫାଇନ ଆଦାୟ କରୁଥିବାବେଳେ ନିଜେ ଥାନା ର କର୍ମଚାରୀ ମାନେ ବିନା ହେଲମେଟ ଓ ବିନା ଗାଡି କାଗଜପତ୍ର ରେ କିଭଳି ଗାଡି ଧରି ବୁଲୁଛନ୍ତି ?

police

ଗୋଟେ ଗାଡି ରେ ଜଣେ ବାବୁ ବସୁଥିବାର ଆପଣ ଦେଖୁଥବେ ସେ ପୁଣି ଜଣେ ସାଧାରଣ ଜନତାଙ୍କ ଗାଡ଼ିରେ ଯିଏ ନିଜେ ହେଲମେଟ ପିନ୍ଧିଥିବାବେଳେ ପୋଲିସ ବାବୁ କେଳୁ ଚରଣ ଜେନା ବିନା ହେଲମେଟ ରେ ବସି ଗାଡିରୁ ଓହ୍ଲାଇଛନ୍ତି ।

plice2

ଅନ୍ୟ ପଟେ ଆଉଜଣେ ପୋଲିସ ବାବୁ ଯାହାଙ୍କ ଗାଡି ନମ୍ବର OR13D1201 , ଗାଡ଼ିରେ ବିନା ହେଲମେଟ ରେ ଏବଂ ମୋବାଇଲ ଫୋନ ଧରି ଯାଉଛନ୍ତି । ଏ ବାବୁଙ୍କ ନାମ ହେଉଛି କୃଷ୍ଣ ଚନ୍ଦ୍ର ସେଠୀ ଯାହାଙ୍କ ଗାଡି ନମ୍ବର ରେ RC ର ଅବଧି ୨୫/୦୨/୨୦୨୨ ରୁ ଶେଷ ହୋଇଯାଇଛି , ଇନ୍ସୁରାନ୍ସ ୧୧/୦୫/୨୦୦୮ ରୁ ଶେଷ ହୋଇଯାଇଛି ଏବଂ PUC ୨୭/୦୫/୨୦୨୦ ରୁ ଶେଷ ହୋଇଯାଇଥିବା ଜଣାପଡ଼ିଛି । ଯାହାର ଫଟୋ ପ୍ରମାଣ ଆପଣଙ୍କ ସାମ୍ନାରେ।

plice3

କିନ୍ତୁ ତଥାପି ଏଠାରେ ଡେ଼ଲାଙ୍ଗ ପୋଲିସ ଗତ ୧୩ ଜୁନ ରେ ହେଲମେଟ ଚେକିଂ କରି ସାଧାରଣ ଜନତା ତଥା ପରିବା ଦୋକାନୀ, ମାଛ ବେପାରୀ, ଅଟୋ ଚାଳକ ଭଳି ଲୋକମାନଙ୍କ ଠାରୁ ଜୋର୍ ଜବରଦସ୍ତି ଫାଇନ ଲଗାଇ ସେମାନଙ୍କ ଠାରୁ ମୋଟା ଅଙ୍କ ଆଦାୟ କରିଥିବା ଜଣାପଡ଼ିଛି । ସମ୍ବିଧାନ ରେ ଥିବା ନିୟମ ଅନୁଯାୟୀ RC ନଥିବା ଗାଡି ଚଳାଇବା ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ର ଧାରା ୧୯୮୮ ଅଧିନିୟମ ୩୯ ଏବଂ ଅଧିନିୟମ ୧୯୨ ଏବଂ PUC ନଥିବା ଗାଡ଼ି ଚାଳନା ପାଇଁ BNS ୨୦୨୩ ଧାରା ୧୯୫ ଓ ପୁରୁଣା ଧାରା ୧୯୦(୨) ଏବଂ INSURANCE ନଥିବା ଗାଡ଼ି ଚାଳନା ପାଇଁ BNS ୧୯୬, ପୁରୁଣା motor vehicles act ୧୯୮୮ ର ଧାରା ୧୯୬ ରହିଥିବା ସତ୍ତ୍ବେ କଣ ପାଇଁ ଚୁପ୍ ହୋଇ ବସିରହିଚି ପ୍ରଶାସନ ଓ RTO ବିଭାଗ ତାହା ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସାଧାରଣ ଜନତା ଫାଇନ ଦେବେ ତାହେଲେ ପୋଲିସ ବାବୁ ମାନେ କଣ ସମ୍ବିଧାନ ରୁ ବାହାରେ ? କଣ ପୋଲିସ ବାବୁ ମାନଙ୍କ ଏଭଳି କାର୍ଯ୍ୟକଳାପରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅରାଜକତା ସୃଷ୍ଟି ହେଉନାହିଁ କି ? କଣ କରୁଛନ୍ତି ଡେଲାଙ୍ଗ ଥାନାଧିକାରୀ ଷୌଭାଗ୍ୟ କୁମାର ବାରିକ । ନିଜ ଥାନାର କର୍ମଚାରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ଏବଂ କୁଆଡେ ଶୁଣିବାକୁ ମିଳୁଛି ଥାନାରେ ସିଜ୍ ହେଉଥିବା ଗାଡି କୁ ତାଙ୍କ ନିକଟସ୍ଥ କର୍ମଚାରୀଙ୍କୁ ଗିଫ୍ଟ ଦେଉଛନ୍ତି ବାରିକ ବାବୁ ।

ନିକଟରେ ଡେ଼ଲାଙ୍ଗ ରେ ଘଟିଥିବା ଆଶୀର୍ବାଦ ସାହୁ ଘଟଣାର ନବମ ଦିନ ମଧ୍ୟ ଥାନା ପରିସରରେ ଦେଖିବାକୁ ମିଳିଥିଲା ଏକ ଜନ୍ମଦିନ ପୋଷ୍ଟର, ଯାହା ଦର୍ଶାଇଥିଲା କି ଆଶୀର୍ବାଦ ର ମୃତ୍ୟୁ ଘଟଣାରେ ଥାନାରେ ଚାଲିଥିଲା ଜନ୍ମଦିନ ପାଳନ । ଏବେ ଦେଖିବାକୁ ବାକି ରହିଲା କଣ ପଦକ୍ଷେପ ନେଉଛନ୍ତି ଥାନାଧିକାରୀ, SDPO ଦେବାଶିଷ ମିଶ୍ର , ଏସପି ପିନାକ ମିଶ୍ର ଏବଂ RTO ଅଫିସର । ଏବଂ ମୋହନ ସରକାର ଜନତାଙ୍କ ପାଇଁ ଯେଉଁ ସୁରକ୍ଷା ର ଦାୟିତ୍ଵ ନେଇଛନ୍ତି ତାହା କେତେଦୂର ସଫଳ ହେଉଛି ଦେଖିବାକୁ ବାକି ରହିଲା । ଆଗକୁ ଆମେ ଡେଲାଙ୍ଗ ଥାନାର ଆହୁରି ଅନେକ ଭିତିରି କଥା ଆଣି ରଖିବୁ ଆପଣଙ୍କ ସାମ୍ନାରେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply