ଡେଲାଙ୍ଗ ପୋଲିସ ର ଦାଦାଗିରି, ଜନତାଙ୍କଠୁ ଆଦାୟ ହେଉଛି ମନ ଇଚ୍ଛା ଫାଇନ। ଖୋଲାରେ ବୁଲୁଛନ୍ତି ହୋମଗାର୍ଡ। ଟିକେ ଭଲକରି ଦେଖନ୍ତୁ ଏ ଫୋଟୋ ରେ କିପରି ଜଣେ ବ୍ୟକ୍ତି ଏକ ନମ୍ବର ବିହୀନ ଗାଡି ନେଇ ବିନା ହେଲମେଟ ରେ ଯାଉଛନ୍ତି , ନା ଅଛି ଅଗପଟ ନମ୍ଵର ପ୍ଲେଟ ରେ ନମ୍ବର ନା ଅଛି ପଛ ଭାଗ ରେ ନମ୍ବର। କଳଙ୍କି ଲାଗି ଲିଭାଯାଇଛି । ଆପଣଙ୍କୁ କହିରଖୁ ଏହି ଗାଡି ଚାଳକ ଜଣଙ୍କ ହେଉଛନ୍ତି ପ୍ରବିକେଶ ପରିଡ଼ା, ଡେଲାଙ୍ଗ ପୋଲିସ ଷ୍ଟେସନ ର ଜଣେ ହୋମଗାର୍ଡକର୍ମଚାରୀ। ଗତ 13 ଜୁନ ରେ ଡେଲାଙ୍ଗ ପୋଲିସ ତରଫରୁ ହେଲମେଟ ଚେକିଂ କରାଯାଇ ଫାଇନ ଆଦାୟ କରାଯାଇଛି । ଏମିତି କି କିଛି ସାଧାରଣ ଜନତା ମେଡ଼ିକାଲ କୁ ଯିବାସମୟରେ ମଧ୍ୟ ଘଟଣାର ଗୁରୁତ୍ୱ କୁ ଭୁଲି ନିୟମ ଅନୁସାରେ ଫାଇନ କଟାଯାଇଛି । କିନ୍ତୁ ଦୁଃଖ ଓ ବିଡ଼ମ୍ବନର ଦୃଶ୍ୟ ଏ ହୋମଗାର୍ଡ ଜଣକ ପାଇଁ ହାର ମାନିଛି ସମସ୍ତ ଆଇନ କାନୁନ । ସାଧାରଣ ଜନତା ଉପରେ 194 (D), ଓ 177 ଧାରା ଅନୁଯାୟୀ ଫାଇନ ଲଗାଯାଉଥିବାବେଳେ, ପୋଲିସ କର୍ମଚାରୀ ଖୁଲମଖୁଲା ନିୟମ ଭାଙ୍ଗି ଚାଲିଛନ୍ତି। କଣ ଥାନା ଅଧିକାରୀଙ୍କୁ ଦେଖାଯାଉନି ନା କାମ କରୁନି ଥାନା ସମ୍ମୁଖରେ ଲାଗିଥିବା ସିସିଟିବି କ୍ୟାମେରା। ଦେଖଯାଉ ଖବର ପ୍ରସାରଣ ପରେ କି ପଦକ୍ଷେପ ନେଉଛନ୍ତି ଡେଲାଙ୍ଗ ଥାନାଧିକାରୀ ଓ କି ପଦକ୍ଷେପ ଗ୍ରହଣ କରୁଛନ୍ତି SDPO ଦେବାଶିଷ ମିଶ୍ର । ଏ ସମ୍ପର୍କରେ ପୁରୀରେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା SP ପିନାକ ମିଶ୍ର ମହୋଦୟ ଙ୍କୁ ମଧ୍ୟ ଦୃଷ୍ଟି ଦେବାପାଇଁ ସାଧାରଣ ଜନତାଙ୍କ ତରଫରୁ ଅନୁରୋଧ କରାଯାଇଛି । ଏତିକି ନୁହେଁ ଆଗକୁ ଆମେ ଆଣିଦେବୁ ଡେଲଙ୍ଗ ଥାନାର ଏମିତି ଆହୁରି ଅନେକ ଗୁମର କଥା ଯାହାର ପ୍ରମାଣ ମଧ୍ୟ ଆପଣଙ୍କ ସମ୍ମୁଖରେରଖିବାକୁ ଚେଷ୍ଟା କରିବୁ ।










