Home / ସାମାଜିକ / ବୃକ୍ଷ ରୋପଣ କରି ଖେଳାଳୀମାନେ, ଯୁବ ପିଢୀକୁ ଦେଲେ, “ବୃକ୍ଷହିଁ ଜୀବନ” ର ବାର୍ତ୍ତା

ବୃକ୍ଷ ରୋପଣ କରି ଖେଳାଳୀମାନେ, ଯୁବ ପିଢୀକୁ ଦେଲେ, “ବୃକ୍ଷହିଁ ଜୀବନ” ର ବାର୍ତ୍ତା

ତା୨୬/୦୧/୨୦୨୫ରିଖ : ସତ୍ୟବାଦୀ – ୭୬ ତମ ସାଧାରଣତନ୍ତ୍ର ଉପଲକ୍ଷେ ସତ୍ୟବାଦୀ ଥାନା, ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମର, ଇନ୍ଦିପୁର କଲେଜ ଗ୍ରାଉଣ୍ଡ ରେ ୮ଟି ଟିମ୍ କୁ ନେଇ ପାଳିତ ହୋଇଯାଇଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏଥିରେ ସମସ୍ତ ଖେଳାଳୀ ମାନଙ୍କ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ସମ୍ଭାବନା ସେବା ପରିଷଦ ସହଯୋଗର ହାତ ବଢାଇ ଖେଳାଳୀ ମାନଙ୍କୁ ଦେବଦାରୁ, ଅଁଳା, ଏବଂ ବକୁଳ ଗଛ ଯୋଗାଇ ଦେଇଥିଲେ। ଖେଳାଳୀମାନେ ଏସବୁ ଗଛକୁ, କଲେଜ, ସ୍କୁଲ ତଥା ଡାକ୍ତରଖାନା ପରିଷରରେ ରେ ରୋପଣ କରି ଯୁବ ପିଢୀକୁ “ବୃକ୍ଷହିଁ ଜୀବନ” ର ବାର୍ତ୍ତା ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ଶ୍ରୀ ରମେଶ ଚନ୍ଦ୍ର ପରିଡା, ଶ୍ରୀ ଆମର ଚ୍ଛାଟୋଇ, ଶ୍ରୀ ପବିତ୍ର କୁମାର ମୁଦୁଲି ଯୋଗ ଦେଇଥିଲେ। ଭାଗ ନେଇଥିବା ଆଠଟି ଟିମ୍ ରୁ ୨ ଟି ଟିମ୍ ଫାଇନାଲକୁ ଉତ୍ତିନ୍ନ ହୋଇଥିଲେ। ଦହନ କୁମ୍ଭାରପଡା, ଗୁଡୁ ପାଇଲୋକୁ ହରାଇ ବିଜୟଲାଭ କରିଥିଲେ ଏବଂ ୨୦୦୦ ଟଙ୍କା ପୁରସ୍କାର ସ୍ବରୂପ ପ୍ରାପ୍ତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY