ନବରଙ୍ଗପୁର (ତା-୨୬/୦୧/୨୫):ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କ ଓଜେଟା ବ୍ଲକ୍ ପ୍ରତିନିଧିମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ପ୍ରତିନିଧିମାନଙ୍କୁ ଚୟନ ପାଇଁ ଡାବୁଗାଁ ବ୍ଲକ୍ର ଫରେଷ୍ଟ ପାର୍କ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଜଗନ୍ନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ସଭାପତି ଜଗନ୍ନାଥ ଦାସ,କାର୍ଯ୍ଯକାରୀ ସଭାପତି ରଶ୍ମି ରଞ୍ଜନ ସାହୁ, ଉପସଭାପତି-ସ୍ମୃତି ରଞ୍ଜନ ସାମଲ,ଜିଲ୍ଲା ସଂଯୋଜକ ମୁକୁନ୍ଦ ପ୍ରସାଦ ସାହୁ,ସଂପାଦକ ନରେନ୍ଦ୍ର ସୁନାନୀ,ସହସଂପାଦକ ଘନଶ୍ୟାମ ଗଣ୍ଡ,ଯୁଗ୍ମ ସଂପାଦକ ନବକିଶୋର କର୍ମୀ ,କୋଷାଧ୍ୟକ୍ଷ ଆଦିତ୍ୟ ନାରାୟଣ ଶତପଥୀ ,ସହ_କୋଷାଧ୍ୟକ୍ଷ ସଞ୍ଜୟ ଗୁମାନସିଂ,ମହିଳା ସଂଯୋଜକ ପ୍ରଜ୍ଞା ପରମିତା ରଣସିଂହ,ଗଣମାଧ୍ୟମ ସଂଯୋଜକ ଭାବେ ମନୋରଞ୍ଜନ ପୃଷ୍ଟି ମନୋନୀତ ହୋଇଥିଲେ। ବ୍ଲକ୍ର ଓଜେଟା କର୍ମକର୍ତ୍ତାମାନଙ୍କ ସହ ଜିଲ୍ଲାସ୍ତରୀୟ ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶେଷରେ ଶିକ୍ଷକ ତଥା ଓଜେଟାର ସକ୍ରିୟ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Social Icons
Featured Posts










