Home / ଶିକ୍ଷା / ପ୍ରତିଷ୍ଠା ଦିବସରେ ପିଲାମାନେ ବନିଲେ ମାଷ୍ଟର୍ ସେଫ୍

ପ୍ରତିଷ୍ଠା ଦିବସରେ ପିଲାମାନେ ବନିଲେ ମାଷ୍ଟର୍ ସେଫ୍

ପିପିଲି ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପରିଷରରେ ପାଳିତ ହୋଇଯାଇଛି ସପ୍ତଦଶତମ ପ୍ରତିଷ୍ଠା ଦିବସ। ପରିଚଳନା ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଏବଂ ବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ସିମିତା ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଟିତ, ଏହି ଉତ୍ସବରେ ସେଣ୍ଟ ଜାଭିୟର୍ ର ଟ୍ରଷ୍ଟି ମେମ୍ବର ଶ୍ରୀ ପ୍ରମୋଦ କିଶୋର ତ୍ରିପାଠୀ ମହୋଦୟ, ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ତାପରେ ସ୍କୁଲର ଛାତ୍ର ଛାତ୍ରୀ ମାନେ ସ୍ବାଗତମ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରି ଅତିଥି ଅଭ୍ୟର୍ଥନା କରିଥିଲେ । ଏହି ଉତ୍ସବରେ ଅନ୍ୟ ଆକର୍ଷଣ ଥିଲା ୨ୟ ବ୍ୟଞ୍ଜନ ପ୍ରଦର୍ଶନୀ ଉତ୍ସବ। ବ୍ୟଞ୍ଜନ ପ୍ରଦର୍ଶନୀ ଉତ୍ସବ ପାଇଁ ଛାତ୍ରଛାତ୍ରୀ ମାନେ ନିଜ ଘରୁ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣିବା ସହ ନିଜର କଳା କୌଶଳ ମାଧ୍ୟମରେ ନିଜର ଷ୍ଟଲ କୁ ସଜାଇଥିଲେ। ଏହି ଉତ୍ସବରେ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ଏବଂ ସେମାନଙ୍କୁ ସହଯୋଗ କରିଥିଲେ ଉପ ଅଧକ୍ଷ୍ୟା ଆଭାରାଣୀ ପଣ୍ଡା ଏବଂ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ।

ଶ୍ରୀ ପ୍ରମୋଦ କିଶୋର ତ୍ରିପାଠୀ , ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବ୍ୟଞ୍ଜନ ପ୍ରଦର୍ଶନୀର ଷ୍ଟଲ କୁ ଉଦ୍ଘାଟନ କରିଥିଲେ ଏବଂ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନେ, ଷ୍ଟଲବୁଲି ଦେଖିବା ସହ ନିଜ ପସନ୍ଦ ମୁତାବବକ ବ୍ୟଞ୍ଜନ ପିଲାମାନଙ୍କ ଠାରୁ କିଣି ଖାଇଥିଲେ ଏବଂ ପିଲା ମାନଙ୍କୁ ସୁସ୍ବାଦୁ ଖାଦ୍ଯ ପାଇଁ କିଛି ଟିପ୍ସ ମଧ୍ୟ ଦେଇଥିଲେ। ଏଥିରେ ପିଲା ମାନଙ୍କର ଉତ୍ସାହ ଦ୍ଵିଗୁଣିତ ହୋଇ ଯାଇଥିଲା ।

ପିଲା ମାନଙ୍କ ମଧ୍ୟରେ ଉତ୍ସାହ ତଥା ଭାଇଚାରା ବଢାଇବା ଏବଂ ସମସ୍ତ ପ୍ରକାର ପରିସ୍ଥିତିରେ ନିଜକୁ ତିଆରି କରି ରୋଜଗାରକ୍ଷମ ହେବା ଥିଲା ଏହି ବ୍ୟଞ୍ଜନ ପ୍ରଦର୍ଶନୀ ଉତ୍ସବ ର ଉଦେଶ୍ୟ ବୋଲି ଶ୍ରୀ ଅଜୟ କୁମାର ମିଶ୍ର ମତ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ପିଲାମାନଙ୍କ ଉତ୍ସାହ ଦେଖି ଅଭିଭାବକ ମାନେ ଖୁସି ବ୍ୟକ୍ତ କରିବା ସହ, ସ୍କୁଲର ଏଭଳି ପ୍ରୟାସ କୁ ସ୍ବାଗତ ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY