Home / ମୁଖ୍ୟ ଖବର / କାକଟେଶ୍ୱରୀ ୟୁଥ କ୍ଳବ ଦ୍ୱାରା ଦିବା ରାତ୍ରୀ ମ୍ୟାଚ ଅନୁଷ୍ଠିତ -୧୮ ତମ କାକଟେଶ୍ୱରୀ କପ

କାକଟେଶ୍ୱରୀ ୟୁଥ କ୍ଳବ ଦ୍ୱାରା ଦିବା ରାତ୍ରୀ ମ୍ୟାଚ ଅନୁଷ୍ଠିତ -୧୮ ତମ କାକଟେଶ୍ୱରୀ କପ

କାକଟପୁର ୧୦/୦୨/୨୦୨୫ ( ତୁଷାର ଦୀକ୍ଷିତ ) ଗତ କାଲି କାକଟପୁର ମଙ୍ଗଳା ମନ୍ଦିର ର ନୂତନ ପାର୍କିଂ ପଡିଆ ଠାରେ କାକଟେଶ୍ୱରୀ ୟୁଥ କ୍ଳବ ଦ୍ୱାରା ତିନି ଦିନ ଧରି ଦିବା ରାତ୍ର କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି, ସମୁଦାୟ ୧୬ ଗୋଟି ଟିମ କୁ ନେଇ ଏହି ମ୍ୟାଚ ହୋଇଥିବା ବେଳେ ପ୍ରଥମେ ଲିଗ ମ୍ୟାଚ ଓ କ୍ୱାଟର ମ୍ୟାଚ ଖେଳ ହୋଇଥିଲା ୧୦ ଓଭର ବିଶିଷ୍ଟ ଏହି ମ୍ୟାଚ ରେ ଉଜ୍ଜଳ ଆଲୋକ ସହିତ ସର୍ଟ ବାଉଣ୍ଡାରୀ ଖେଳ କରାଯାଇଥିଲା, ସେମି ଫାଇନାଲ କୁ ଚାରିଗୋଟି ଟିମ ଉତୀର୍ଣ୍ଣ ହୋଇଥିଲେ. ଦିବା ରାତ୍ର ମ୍ୟାଚ ରେ ଫାଇନାଲ ଖେଳକୁ ବଲରା ଓ ଭଣ୍ଡାଘର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଭଣ୍ଡାଘର ଟିମ ୪୬ ରନ କରିଥିବା ବେଳେ ବଲରା କ୍ରିକେଟ ଟିମ ୭ ଓଭରରେ ତିନୋଟି ଉଇକେଟ ହରାଇ ବିଜୟର ଦ୍ୱାର ଦେଶରେ ପହଞ୍ଚି ଥିଲା, କାକଟେଶ୍ୱରୀ କ୍ଳବ ର ସମସ୍ତ ସଦସ୍ୟ ଙ୍କ ସହିତ ଦର୍ଶକ ମାନେ ଏହି ଖେଳକୁ ବେଶ ମନଭରି ଉପଭୋଗ କରିଥିଲେ, ଏହି ଖେଳ ଦେଖିବାକୁ ଆଖ ପାଖ ଗାଁ ରୁ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଦର୍ଶକ ଉପସ୍ଥିତ ରହି ଖେଳର ମଜା ଉଠାଇ ଥିଲେ, ଏହି ଖେଳରେ ମୁଖ୍ୟ ଅତିଥି ରୂପେ ଜଗତସିଂହପୁର ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ,ରତିକାନ୍ତ ବେହେରା, ଜାହାନ ପବ୍ଲିକ ସ୍କୁଲ ର ଡାଇରେକ୍ଟର ସୁମିତ୍ରା ଘୋଷ, ମଙ୍ଗଳା କ୍ରିକେଟ କ୍ଳବ ସଭାପତି ତଥା ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ପ୍ରଦୀପ୍ତ କୁମାର ଦୀକ୍ଷିତ ଏବଂ କାକଟେଶ୍ୱରୀ କ୍ଳବ ର ସଭାପତି ଭବାନୀ ଶଙ୍କର ଦୀକ୍ଷିତ,କାଳନ୍ଦୀ ଚରଣ ଦୀକ୍ଷିତ ଚମ୍ପିୟାନ ଦଳକୁ ୧୭୦୦୦ ଟଙ୍କା ସହିତ ସିଲଡ଼ ଓ ରନର୍ସ ଦଳକୁ ୧୧୦୦୦ ଟଙ୍କା ଓ ସିଲଡ଼ ପ୍ରଦାନ କରିଥିଲେ,କାକଟେଶ୍ୱରୀ କ୍ରିକେଟ କ୍ଳବ ତରଫରୁ ଅମପେୟାର ଭାବେ ରାଜେଶ ଦୀକ୍ଷିତ, ସତ୍ୟପ୍ରିୟ ଦୀକ୍ଷିତ କାର୍ଯ୍ୟ ନିର୍ବାହ କରିଥିବା ବେଳେ କ୍ଳବ ର ରାଜେଶ ପାଢ଼ୀ, ଦିନେଶ ଦୀକ୍ଷିତ,ସୂର୍ଯ୍ୟକାନ୍ତ ଦୀକ୍ଷିତ,ରାକନ, କାନ୍ହା, ଶିବ, ଅମୁ ଏବଂ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବାକୁ ପ୍ରୟାସ ଜାରି ରଖିଥିଲେ,

SPREAD YOUR LOVE WITH YOUR FRIENDS AND FAMILY