Home / ସାମାଜିକ / ରାଧାଗୋବିନ୍ଦ ଷ୍ଟାର ଲକି ଡ୍ର :-ଗ୍ରାହକ ଜିତିଲେ କାର ସହ ଅନେକ ସାନ୍ତ୍ୱନା ମୂଳକ ପୁରସ୍କାର

ରାଧାଗୋବିନ୍ଦ ଷ୍ଟାର ଲକି ଡ୍ର :-ଗ୍ରାହକ ଜିତିଲେ କାର ସହ ଅନେକ ସାନ୍ତ୍ୱନା ମୂଳକ ପୁରସ୍କାର

କାକଟପୁର ୧୬/୦୨:-( ତୁଷାର ଦୀକ୍ଷିତ )କାକଟପୁର ରେ ଥିବା ରାଧାଗୋବିନ୍ଦ ଜୁଏଲାରୀ “କୌନ ବନେଗା ଲକ୍ଷପତି “ଲକି ଡ୍ର ଅନୁଷ୍ଠିତ ହୋଇଛି। ସାରା ରାଜ୍ୟରେ କ୍ରିଷ୍ଣା ଡ଼ାଇମଣ୍ଡ ତରଫରୁ ଗତବର୍ଷ ସେପ୍ଟେମ୍ବର ୦୧ରୁ ଡିସେମ୍ବର ୩୧ପର୍ଯ୍ୟନ୍ତ ଗ୍ରାହକ ମାନଙ୍କ ପାଈଁ କ୍ରିଷ୍ଣା ଡାଇମଣ୍ଡ ୨୦ହଜାର ଟଙ୍କାର ଡାଇମଣ୍ଡ କିଣିଲେ ଏକ ଲକି ଡ୍ର କୁପନ ମିଳୁଥିଲା। ଯାହାକି ଅନେକ ଗ୍ରାହକ ଏହି ଲକି ଡ୍ର କୁପନରେ ଅଂଶ ଗ୍ରହଣ କରିଥିବା ବେଳେ କିଛି ଦିନ ପୂର୍ବେ ଭୁବନେଶ୍ୱର ସ୍ଥିତ ଶ୍ୱସ୍ତି ପ୍ରିମିୟମ ରେ କ୍ରିଷ୍ଣା ଡାଇମଣ୍ଡ ଚେୟାରମ୍ୟାନ ଙ୍କ ସହ ଅନ୍ୟ ଅତିଥି ଉପସ୍ଥିତରେ ଲକି ଡ୍ର କୁପନ ଉଠାଣ କାର୍ଯ୍ୟକ୍ରମ ହୋଇଥିଲା। ସେଥିରେ ପୁରୀ ଜିଲ୍ଲା କାକଟପୁର ସ୍ଥିତ ରାଧାଗୋବିନ୍ଦ ଜୁଏଲାରୀ ଗ୍ରାହକ ସବ୍ୟସାଚୀ ଦୀକ୍ଷିତି ଙ୍କ କାର ଉଠିଥିଲା। ଯାହାକୁ ନେଇ କାକଟପୁର ରେ ରବିବାର ସନ୍ଧ୍ୟାରେ ରାଧାଗୋବିନ୍ଦ ଜୁଏଲାରୀ ଓ କ୍ରିଷ୍ଣା ଡ଼ାଇମଣ୍ଡ ଙ୍କ ମିଳିତ ଉଦ୍ୟମରେ ଅତିଥି ଭାବେ କାକଟପୁର ଥାନାଅଧିକାରୀ ଉମେଶ କୁମାର ସାହୁ, କ୍ରିଷ୍ଣା ଡ଼ାଇମଣ୍ଡ ରାଜ୍ୟ ମୁଖ୍ୟ ପରିଚାଳକ ଅଭିଜିତ ମହାନ୍ତି , ରାଧାଗୋବିନ୍ଦ ଜୁଏଲାରୀ ଚେୟାରମ୍ୟାନ ଶ୍ରୀଧର ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ, ତଥା ମଙ୍ଗଳା କ୍ରିକେଟ କ୍ଳବ ର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତି।ନିଜ ଅଭିଭାଷଣରେ ଶ୍ରୀଧର ସାହୁ କହିଥିଲେ ରାଧାଗୋବିନ୍ଦ ଜୁଏଲାରୀ ସଦାସର୍ବଦା ଯେପରି ଶୁଦ୍ଧ ସୁନା, ସ୍ୱଚ୍ଛ ରିହାତି ପାଈଁ ଜଣାଶୁଣା ଠିକ ସେହିପରି ପ୍ରତିଶ୍ରୁତି ରକ୍ଷା କରିବା ପାଈଁ ସର୍ବଦା ଯତ୍ନବାନ।

SPREAD YOUR LOVE WITH YOUR FRIENDS AND FAMILY