Home / ମୁଖ୍ୟ ଖବର / ମହାପ୍ରଭୁଙ୍କ ୨୪ବେଶ ଓ ୫୬ଭୋଗ ପ୍ରଦର୍ଶନ

ମହାପ୍ରଭୁଙ୍କ ୨୪ବେଶ ଓ ୫୬ଭୋଗ ପ୍ରଦର୍ଶନ

କାକଟପୁର -୧୬/୦୨:- ( ତୁଷାର ଦୀକ୍ଷିତ ) ଆଧାତ୍ମିକ ପରିବେଶରେ ଦିବ୍ୟ ଅନୁଭବ। ମହାପ୍ରଭୁ ଙ୍କ ବେଶ ଦର୍ଶନ କରି କୃତାର୍ଥ ଶ୍ରଦ୍ଧାଳୁ। ଗୋଟିଏ ସ୍ଥାନରେ ଶ୍ରୀଜୀଉ ଙ୍କର ୨୪ପ୍ରକାର ବେଶ। ବିରଳ ବେଶ ଦର୍ଶନ ପାଇଁ ଲାଗିଛି ଗହଳି। କାଳିଆ ଠାକୁର ଙ୍କ ଦୈନଦିନ ବେଶ ସହିତ ୧୨ମାସରେ ହେଉଥିବା ଭିନ୍ନ ଭିନ୍ନ ବେଶ ର ରହିଛି ବିଶେଷ ମହତ୍ତ୍ୱ। ଏ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏ ବିଶ୍ୱାସ କୁ ଆଧାର କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ସମିତି ତରଫରୁ ପୁରୀ ଜିଲ୍ଲା କାକଟପୁର ଦେଉଳି ମଠ ପରିସରରେ ନବମ ବାର୍ଷିକ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଉଦୁଘାଟନ ଶନିବାର ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି କବି ବାବା ଦୀନବନ୍ଧୁ ମହାରାଜ,ଜଗନ୍ନାଥ ମହିମା ପ୍ରଚାରକ ପଣ୍ଡିତ ସତ୍ୟାନନ୍ଦ ଦାଶ ମହାରାଜ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସହ ଅନ୍ୟ ସାଧୁସନ୍ଥ ପ୍ରମୁଖ ଉପସ୍ଥିତ ଥିଲେ।
ଗୋଟିଏ ସ୍ଥାନରେ ପଦର୍ଶିତ ହୋଇଛି ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ୨୪ପ୍ରକାର ବେଶ। ସେଗୁଡିକ ମଧ୍ୟରେ ତଡ଼ପଉତ୍ତରୀ ବେଶ,ପ୍ରତିଦିନ ବେଶ, ବଡ଼ ସିଂହାର ବେଶ, ଚନ୍ଦନଲାଗି ବେଶ, ଗଜାନନ ବେଶ, ସୁନାବେଶ, ବଣଭୋଜି ବେଶ, କାଳିୟଦଳନ ବେଶ, ପ୍ରଳମ୍ଭାସୁର ବଧ ବେଶ, କୃଷ୍ଣ ବଳରାମ ବେଶ, ବାମନ ବେଶ, ରାଧାଦାମୋଦର ବେଶ, ହରିହର ବେଶ, ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡ଼ ବେଶ, ଲକ୍ଷ୍ମୀ ନୃସିଂହ ବେଶ, ନାଗାର୍ଜୁନ ବେଶ, ଶ୍ରାଦ୍ଧ ବେଶ, ଘୋଡଲାଗି ବେଶ, ପଦ୍ମ ବେଶ, ନବାଙ୍କ ବେଶ, ମକର ଚୌରାଶି ବେଶ, ଗଜଉଦ୍ଧାରଣ ବେଶ, ଓ ଚାଚେରୀ ବେଶ ପଦର୍ଶିତ ହୋଇଛି, ଏହି ସୁନ୍ଦର ଦିବ୍ୟ ବେଶ ମହାପ୍ରଭୁଙ୍କ ଦେଖି ଭକ୍ତ ବିଭୋର ହେଉଛି।
ଅନେକ ସମୟରେ ଶ୍ରୀମନ୍ଦିର କୁ ଯାଇ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନର ସୌଭାଗ୍ୟ ପାଇପାରନ୍ତିନି ଭକ୍ତ।ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ସମିତି ସହଯୋଗ ରେ ଶ୍ରଦ୍ଧାଳୁ ଏ ସବୁ ବେଶ ଦେଖିବାର ସୁଯୋଗ ମିଳିଛି। ଏହା ୧୫ଫେବୃଆରୀ ରୁ ୧୯ଫେବୃଆରୀ ପର୍ଯ୍ୟନ୍ତ ଦେଉଳି ମଠ ନିକଟରେ ଅନୁଷ୍ଠିତ ହେବ। ସନ୍ଧ୍ୟା ସମୟରେ ସ୍କନ୍ଦ ପୁରାଣ ଅନ୍ତର୍ଗତ ଶ୍ରୀ ପୁରୁଷୋତ୍ତମକ୍ଷେତ୍ର ମହାତ୍ମା ପାରାୟଣ ଓ ପ୍ରବଚନ ମଧ୍ୟ ଅନୁଷ୍ଠିତ ହେଉଛି।ଏଭଳି ଦିବ୍ୟ ଆୟୋଜନ ପାଈଁ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ସମିତି କୁ ଧନ୍ୟବାଦ ଦେଇଛନ୍ତି ଶ୍ରଦ୍ଧାଳୁ।

SPREAD YOUR LOVE WITH YOUR FRIENDS AND FAMILY