Home / ସାମାଜିକ / ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ।

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ।

portalnewsthumbnail

ନୟାଗଡ଼: ତା ୨୩/୦୨/୨୦୨୫ – (ଭାସ୍କର ଚନ୍ଦ୍ର ସ୍ୱାଇଁ) ନୟାଗଡ଼ ପାଣିପୋଇଲା ନିକଟସ୍ଥ ବୁଢ଼ୀଝରି ଶାଳବଣିରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ବର ଶତପଥୀ, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ନିଶିକାନ୍ତ ରଥ, ପ୍ରଭାକର ଶିରୋମଣୀ, ସାମ୍ବାଦିକ ସୁବାସ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଏପ୍ରିଲ ମାସରେ ତିନିଦିନ ଧରି ସଂଘ ତାର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରିବ ବୋଲି ନିଷ୍ପତି ନିଆଯାଇଛି।

ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ଲାଗି ମତ ପ୍ରକାଶ ପାଇଥିଲା। ଜୟନ୍ତୀ ପାଳନ ଲାଗି ସଂଘର କର୍ମକର୍ତ୍ତାମାନେ ନିଜର ମତ ଉପସ୍ଥାପନା କରିଥିଲେ। ଏଥିସହ ଏକ କମିଟି ଗଠନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଆଲୋଚନା କରାଯାଇଥିଲା। ବୈଠକରେ ସଂଘରେ ରହିଥିବା ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ଭବାନୀ ସିଂସାମନ୍ତ, ପ୍ରକାଶ ପାଣି, ଶିଶିର ସାହୁ, କିଶୋର ରାଉତରାୟ, ପ୍ରଭାସିନୀ ନନ୍ଦ, ଦୀପକ କର, ସତ୍ୟ ନାରାୟଣ ମିଶ୍ର, ଜୟେନ୍ଦ୍ର ବେହେରା, ସନ୍ତୋଷ କୁମାର ଷଡ଼ଙ୍ଗୀ, ଉଦିତ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ଦିଲୀପ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY