କାକଟପୁର ତା ୧୩/୦୩/୨୦୨୫ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ନୂଆଗଡ ମାଛଧରା ବନ୍ଦର ଅସ୍ଥିତ୍ୱ ହରାଇବାକୁ ଯାଉଥିବାବେଳେ ଜଗତସିଂହପୁରର ମାନ୍ୟବର ସାଂସଦ ବିଭୂପ୍ରସାଦ ତରାଇଙ୍କ ସଫଳ ଉଦ୍ୟମ, ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୟରୁ ବିକଶିତ ଭାରତର ସ୍ବପ୍ନ ଯୋଗୁଁ ଅସ୍ତରଙ୍ଗର ନୂଆଗଡ ମାଛଧରା ବନ୍ଦର ଏକ ବୃହତ ମାଛଧରା ବନ୍ଦର ରେ ପରିଣତ ହେବାକୁ ଯାଉଛି l ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା (ପିଏମଏମ ଏସୱାଇ) ରେ କେନ୍ଦ୍ର ମତ୍ସ୍ୟ ବିଭାଗ ପକ୍ଷରୁ ୧୭୯ କୋଟି ନବେ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି l ଏହି ବନ୍ଦର ପୂର୍ଣ୍ଣାଙ୍ଗ ରୂପ ନେବାପାଇଁ ୨୦୨୫ ମସିହା ନଭେମ୍ବର ମାସ ୨୯ ତାରିଖ ମଧ୍ୟରେ ଶେଷ ହେବାପାଇଁ ଧାର୍ଯ୍ୟ କରାଯାଇଛି l ଏହି ମାଛଧରା ବନ୍ଦର ପୂର୍ଣ୍ଣାଙ୍ଗ ହେଲେ ଅଞ୍ଚଳର ପ୍ରାୟ କୋଡିଏ ହଜାର ପାରମ୍ପରିକ ଓ ବୃତ୍ତିଗତ ମତ୍ସ୍ୟଜୀବି ଉପକୃତ ହୋଇପାରିବେ ବୋଲି ଓଡିଶା ମତ୍ସ୍ୟଜୀବି ମହାସଂଘର ସଭାପତି ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି l ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ପୁରୀଜିଲ୍ଲା ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ ସାଂସଦ ତାରାଇଙ୍କର ସଂସଦ ରେ ବଳିଷ୍ଠ ଦାବୀ ଉପସ୍ଥାପନା ଯୋଗୁଁ ଏହା ସାକାର ହୋଇପାରିଛି ବୋଲି ପ୍ରକାଶ କରିବା ସହିତ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ,ସମସ୍ତ ମଣ୍ଡଳ ସଭାପତି, ନାରୀନେତ୍ରୀ ରାଜଲଷ୍ମୀ ଦାଶ,କୈଳାସ ନାୟକ,କୋଣାର୍କ ଅଞ୍ଚଳର ବିଜେପି ନେତା ରଶ୍ମିରଂଜନ ଦାଶ,ଅସ୍ତରଙ୍ଗର ବିଜେପି ନେତା ଈଶ୍ୱର ବେହେରା, ପ୍ରଶାନ୍ତ ଭୋଳ ପ୍ରମୁଖ ଉପସ୍ଥିତ ରହି ସାଂସଦ ତାରାଇଙ୍କୁ ଏତାଦୃଶ କାର୍ଯ୍ୟ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l
ନୂଆଗଡରେ ହବ ବୃହତ ମାଛଧରା ବନ୍ଦର
No Comments
March 13, 2025 4:24 pm

Previous Article
Next Article

25 ବର୍ଷ ବୈବାହିକ ଜୀବନ ରେ ପଦାର୍ପଣ ହେଲେ ପ୍ରଦୀପ୍ତ ଓ ସବିତା
ମା ମଙ୍ଗଳା ମହୋତ୍ସବର ଅନ୍ତିମ ସନ୍ଧ୍ୟା, ଅଭିଜିତ ମଜୁମଦାର ଙ୍କ ସଂଗୀତ ରେ ଝୁମିଲେ ଦର୍ଶକ









