Home / ସାମାଜିକ / ଛାତ୍ରୀ ଓ ନାରୀମାନଙ୍କ ନ୍ୟାୟ ପାଇଁ ଲଢିବ କଂଗ୍ରେସ

ଛାତ୍ରୀ ଓ ନାରୀମାନଙ୍କ ନ୍ୟାୟ ପାଇଁ ଲଢିବ କଂଗ୍ରେସ

nari

ନ଼ୟାଗଡ:୨୩/୦୩/୨୦୨୫ – (ଭାସ୍କର ଚନ୍ଦ୍ର ସ୍ୱାଇଁ) – ରାଜ୍ୟ ରେ ସ୍କୁଲ, କଲେଜ ଛାତ୍ରୀ ଏବଂ ନାରୀ ମାନଙ୍କୁ ନ୍ୟାୟ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଆଗାମୀ ୨୭ ମାର୍ଚ୍ଚ ଗୁରୁବାର ବିଧାନସଭା ଘେରାଓ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପିସିସି ପର୍ଯ୍ୟବେକ୍ଷକ ଶ୍ରୀ ମାନସ ଆଚାର୍ଯ୍ୟ, ଅମ୍ରିତା ଦାସ ଯୋଗଦେଇ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ଏଯାଏଁ ୫୫ଜଣ ଛାତ୍ରୀ ଗଣଧର୍ଷଣ ଶିକାର ଏବଂ ପ୍ରାୟ ୧୫୦୦ ନାବାଳିକା ମହିଳା ନିଖୋଜ ଏବଂ ଗଣଦୁଷ୍କର୍ମ ଶିକାର ହୋଇଥିବାରୁ କଂଗ୍ରେସ ଏହାର ତଦନ୍ତ ପାଇଁ ବିଧାନସଭା ରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ସହ ଗୃହ କମିଟି ଗଠନ ପାଇଁ ଦାବୀ ଉତ୍ଥାପନ କରିବା ବେଳେ କଂଗ୍ରେସ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ଉପରେ ଆକ୍ରମଣ ଏବଂ ଗୃହରୁ ୭ ଦିନ ପାଇଁ ନିଲମ୍ବନ ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଘେରାଓ କରାଯାଇ ରାଜ୍ୟ ବାସୀଙ୍କୁ ମହିଳା ବିରୋଧୀ ବିଜେପି ସରକାର ବାର୍ତା ଦିଆଯିବ ବୋଲି ପିସିସି ପର୍ଯ୍ୟବେକ୍ଷକ ଶ୍ରୀମତୀ ଦାସ ମତବ୍ୟକ୍ତ କରିଥିଲେ l ଏହି ଘେରାଓ କାର୍ଯ୍ୟକ୍ରମରେ ଜିଲ୍ଲାରୁ ପ୍ରାୟ ୧୦୦୦ କର୍ମୀ ଯୋଗ ଦେବେ ବୋଲି ବରିଷ୍ଠ ନେତା ପୂର୍ବତନ ସାଂସଦ ନକୁଳ ନାୟକ କହିଥିଲେ l

ନୟାଗଡ କଲେଜ ଛାତ୍ରୀ ମୃତ ଶିଶୁ ଜନ୍ମ କରିବା ପ୍ରସଙ୍ଗରେ କଲେଜ କର୍ତୃପକ୍ଷ ଏଯାଏଁ କାହା ଚାପରେ ଏତଲା ଦେଉ ନାହାଁନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ଶ୍ରୀ ରଣଜିତ ଦାଶ ପ୍ରଶ୍ନ କରି ଦଳ ଆଗକୁ ଏହା ଗୁରୁତ୍ୱର ସହ ନେବ ବୋଲି କହିଛନ୍ତି l ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି l ଏହି ପ୍ରସ୍ତୁତି ବୈଠକ ରେ ରଣପୁର କଂଗ୍ରେସ ପ୍ରାର୍ଥୀ ଶ୍ରୀ ବିଭୁପ୍ରସାଦ ମିଶ୍ର, ଖଣ୍ଡପଡା ପ୍ରାର୍ଥୀନୀ ବୈଜୟନ୍ତୀମାଳା ମହାନ୍ତି, ବରିଷ୍ଠ ନେତା ହୁସେନ ଖାନ, ଯୁବ ଆଇଏନଟିୟୁସି ରାଜ୍ୟଶାଖା ସଭାପତି ସତ୍ୟବ୍ରତ ନାୟକ ଏବଂ ପ୍ରତ୍ୟେକ ବ୍ଲକ କଂଗ୍ରେସ ସଭାପତି, ବିଭିନ୍ନ ଛାମୁଆ ସଂଗଠନ ମୁଖ୍ୟ ମାନେ ଏହି ବୈଠକ ରେ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY