Home / ସଂସ୍କୃତି ଓ ପରମ୍ପରା / ଚୈତ୍ର ମାସର ଦ୍ୱିତୀୟ ପାଳି ଯାତ୍ରା

ଚୈତ୍ର ମାସର ଦ୍ୱିତୀୟ ପାଳି ଯାତ୍ରା

portalnewsthumbnail

କାକଟପୁର: ୨୫/୦୩/୨୦୨୫ – (ତୁଷାର ଦୀକ୍ଷିତ) – ଓଡ଼ିଶା ଏକ ପର୍ବପର୍ବାଣିର ରାଜ୍ୟ ହୋଇଥିବାରୁ ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ସେହି ବ୍ରତ ଓ ଓଷା ମଧ୍ୟରେ ଚୈତ୍ର ମଙ୍ଗଳା ଓଷା ଅନ୍ୟତମ । ଏହି ଓଷା ବାଟରେ କରାଯାଉଥୁବାରୁ କେହି କେହି ଏହାକୁ ବାଟ ମଙ୍ଗଳା ଓଷା ବୋଲି କହିଥାନ୍ତି। ଚୈ ତ୍ର ମାସରେ ଏହି ଓଷା କରାଯାଉଥିବାରୁ ଏହାକୁ ମଧ୍ଯ କେହି କେହି ଚଇତି ମଙ୍ଗଳା ଓଷା ବୋଲି କହିଥାନ୍ତି । ମା’ ଦୁର୍ଗା ଚୈତ୍ର ମାସରେ ପୂଜା ପାଇବାର ବିଧି ରହିଛି । ମାତ୍ର ରାମାୟଣରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ଅସମୟରେ, ଅର୍ଥାତ୍ ଆଶ୍ୱିନ ମାସରେ ବା ଶରତ ଋତୁରେ ପୂଜା କରିଥିଲେ । ତେଣୁ ଆଶ୍ୱିନ ମାସରେ ଦେବୀଙ୍କୁ ଶାରଦୀୟ ଦେବୀ ଓ ଚୈତ୍ର ମାସର ଦେବୀଙ୍କୁ ଚଇତି ଦେବୀ ବୋଲି କୁହାଯାଏ ।

ସାଧାରଣତଃ ସ୍ତ୍ରୀ ଲୋକ ମାନେ ନିଜର ସ୍ୱାମୀ ଓ ପରିବାର ଙ୍କ ପାଇଁ ଶୁଭ ମନାସି,ଏହି ଓଷା କରିଥାନ୍ତି । ଚୈତ୍ରମାସର ଅର୍ଥାତ୍ ଫାଲଗୁନ ପୂର୍ଣ୍ଣିମାଠାରୁ ଚୈତ୍ର ପୂର୍ଣ୍ଣିମା ଯାଏ ପାଞ୍ଚ ପାଳି ମଙ୍ଗଳବାର ଦିନ ଏହି ଓଷା କରାଯାଏ । ବାଟରେ ବା ଦାଣ୍ଡରେ ମା ମଙ୍ଗଳାଙ୍କର କୋଠି କରି ଗୋମୟରେ ଲିପାପୋଛା କରନ୍ତି । ନାସି ନଡ଼ିଆ ଦ୍ବାରା କଳସ ସ୍ଥାପନ କରି ଓ ନାନା ପୁଷ୍ପରେ କୋଠି ମଣ୍ଡନ କରି, ସିନ୍ଦୂର ଓ କଜ୍ଜ୍ବଳ ଆଦି ସଜାଡ଼ି ତଣ୍ଡୁଳ, ଦୁବ ଓ ବରକୋଳି ପତ୍ର, ଗନ୍ଧ ଧୂପ, ଦୀପ ଦେଇ ମାକୁ ପୂଜା କରନ୍ତି । ଅର୍ଘ୍ୟ ଥାଳିରେ ନାନାଜାତି ଫୁଲ ସହିତ ବସ୍ତ୍ର ନେଇ ମାଙ୍କୁ ସମର୍ପଣ କରନ୍ତି। ଭୋଗ ସାମଗ୍ରୀ ଭାବରେ – ନଡ଼ିଆ, କଦଳୀ, ଆମ୍ବ, କଣ୍ଟେଇ କୋଳି, କମଳା, ପିଜୁଳି, ନାନା ମିଠା ଫଳ, ଛେନା, ସର, ଦହି, ଦୁଗ୍ଧ, ନବାତ ସହିତ, ପିଠା ପଣା, ପଞ୍ଚାମୃତ ସବୁ ନେଇ କୋଠିରେ ମା ମଙ୍ଗଳାଙ୍କୁ ପୂଜା କରନ୍ତି। ଭୂମି ଉପରେ ଏକ ଛୋଟ ଗାତ କରି କ୍ଷୀର ସହିତ କଦଳୀ, ନବାତ, ଛେନା କୁ ଚକଟି ଏହି ଗାତରେ ପକାଇ ପୂଜା କଲେ ମନବାଞ୍ଛା ପୂରଣ ହୁଏ  ବୋଲି କଥାରେ ଅଛି । ନିଃସନ୍ତାନ ମାନେ ଏହି ବ୍ରତ ବା ଓଷା କଲେ ସନ୍ତାନ ପ୍ରାପ୍ତି ହେବା ସହିତ ସ୍ୱାମୀ ଙ୍କର ପରମାୟୁ ବୃଦ୍ଧି ହୁଏ ବୋଲି ପୁରୁଖା ଓସେଈତି ମାନେ ପ୍ରକାଶ କରିଛନ୍ତି, ଏହି ପୂଜା ପାଇଁ ନଡ଼ିଆ, କଦଳୀ, ସେଓ, ଦରକାର ହୋଇଥାଏ, ଏବଂ ଭୂମି ଉପରେ ଏକ ଛୋଟ ଗାତ କରି କ୍ଷୀର ସହିତ କଦଳୀ, ନବାତ, ଛେନା କୁ ଚକଟି ଏହି ଗାତରେ ପକାଇ ପୂଜା କଲେ ମନବାଞ୍ଛା ପୂରଣ ହୁଏ  ବୋଲି କଥାରେ ଅଛି।

ଆଜି ହେଉଛି ଚୈତ୍ର ମାସର ଦ୍ୱିତୀୟ ପାଳି ଯାତ୍ରା ଏହି ଅବସରରେ ମାଙ୍କ ନୀତିକାନ୍ତି ରାତ୍ର ଦୁଇ ଘଟିକାରୁ ସାରି ଭକ୍ତ ମାନଙ୍କ ପାଇଁ ଶାହଣ ମେଲା ଦର୍ଶନ କରାଯାଇଥିଲା,ମନ୍ଦିର ଟ୍ରଷ୍ଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁ ବନ୍ଦୋବସ୍ତ କରାଯାଇଥିଲା ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ଅଙ୍କିତା ଅନିନ୍ଦିତା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ ଉପସ୍ଥିତ ରହି କାର୍ଯ୍ୟ କୁ ତଦାରଖ କରିଥିଲେ, ଖରାରୁ ରକ୍ଷା ପାଇବା ପାଇଁ ଉପରେ କପଡା ସିଲିଙ୍ଗ ଓ ଫ୍ୟାନ ର ବ୍ୟବସ୍ଥା କରାଯାଇଥିଲା

SPREAD YOUR LOVE WITH YOUR FRIENDS AND FAMILY