Home / ସାମାଜିକ / ଭୃଣହତ୍ୟା ନିରୋଧ ଅଧିନିୟମର ବାର୍ତ୍ତା ପ୍ରଚାର ଓ ପ୍ରସାର ପାଇଁ ଆୟୋଜିତ ସଭା ଓ ସଚେତନତା ରଥର ଶୁଭାରମ୍ଭ ।

ଭୃଣହତ୍ୟା ନିରୋଧ ଅଧିନିୟମର ବାର୍ତ୍ତା ପ୍ରଚାର ଓ ପ୍ରସାର ପାଇଁ ଆୟୋଜିତ ସଭା ଓ ସଚେତନତା ରଥର ଶୁଭାରମ୍ଭ ।

portalnewsthumbnail

ଅଦ୍ୟ ତା ୨୯.୦୩.୨୦୨୫ ଦିନ ପୂର୍ବାହ୍ନ ୯ ଘଟିକା ସମୟରେ ଆଇ. ସି .ଡ଼ି .ଏସ ଅଫିସ ନୟାଗଡ ଠାରୁ ଲିଙ୍ଗ ନିରୂପଣ ନିୟମ ନିଷେଧ ଅଧିନିୟମ ୧୯୯୪ କୁ କାର୍ଯକାରୀ କରିବା ନିମନ୍ତେ ଏକ ପଦ ଯାତ୍ରା ଆରମ୍ଭ କରି ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ପଦଯାତ୍ରା ରେ ଶତାଧିକ ମହିଳା ଏବଂ ସରକାରୀ କର୍ମଚାରୀ ଯଥା ଅଙ୍ଗନୱାଡ଼ି କର୍ମୀ, ଜିଲ୍ଲା ସ୍ତରୀୟ ମହିଳା ସ୍ଵୟଂସହାୟକ ସଂଘର ସଭ୍ୟା ,ସଖିର କର୍ମଚାରୀ , ଶକ୍ତି ଶାସନ କର୍ମଚାରୀ , ଜିଲ୍ଲାସ୍ତରୀୟ ମହିଳା ସଶକ୍ତିକରଣ ହବ୍ ର ସମସ୍ତ କର୍ମଚାରୀ ମହିଳା ପରିଦଶିକା ଆଁଚଲ୍ ପାତ୍ର,ଶ୍ରୀମତୀ ସୌଦାମିନୀ ପଣ୍ଡା (ସି ଡି ପି ଓ ନୟାଗଡ), ଶ୍ରୀମତୀ ଜୟଶ୍ରୀ ପ୍ରଧାନ ( ସୁରକ୍ଷା ଅଧିକାରୀ ) ଯୋଗ ଦେଇଥିଲେ । କନ୍ୟା ସନ୍ତାନ ର ଯତ୍ନ ଏବଂ ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନ ଦିଆ ଯାଇଥିଲା । କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ୨ ଟି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜାଲିନ ଦାସ , ଉପଜିଲ୍ଲାପାଳ ଶ୍ରୀଯୁକ୍ତ କର୍ଣ୍ଣଦେବ ସମାଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହଁର ପତାକା ପ୍ରଦର୍ଶନ କରି କାର୍ଯକ୍ରମ ଶୁଭାରମ୍ଭ କରିଥିଲେ । ଏହି ୨ ଟି ସଚେତନତା ରଥ ମଧ୍ୟରୁ ଗୋଟିଏ ନୟାଗଡ, ଓଡ଼ଗାଁ ,ନୂଆଗାଁ, ରଣପୁର ବ୍ଲକ୍ ଏବଂ ଅନ୍ୟଟି ଭାପୁର, ଗଣିଆ, ଦଶପଲ୍ଲା ଓ ଖଣ୍ଡପଡ଼ା ବ୍ଲକ୍ ପରିକ୍ରମା କରି କନ୍ୟା ସନ୍ତାନର ଯତ୍ନ ଓ ସୁରକ୍ଷା ଏବଂ ଭ୍ରୁଣହତ୍ୟା ନିରୋଧ ଅଧିନିୟମ ବାବଦରେ ବାର୍ତ୍ତା ପ୍ରଚାର ଓ ପ୍ରସାର କରିବ ।

SPREAD YOUR LOVE WITH YOUR FRIENDS AND FAMILY