Home / ସଂସ୍କୃତି ଓ ପରମ୍ପରା / ମଙ୍ଗଳା ମନ୍ଦିରରେ ଚୁଡାଘସା ଓ ଗଜା ମଣ୍ଡା ଭୋଗ ଏକ ନିଆରା ପରମ୍ପରା

ମଙ୍ଗଳା ମନ୍ଦିରରେ ଚୁଡାଘସା ଓ ଗଜା ମଣ୍ଡା ଭୋଗ ଏକ ନିଆରା ପରମ୍ପରା

portalnewsthumbnail

କାକଟପୁର ୨୮/୦୩/୨୦୨୫ ( ତୁଷାର ଦୀକ୍ଷିତ ) ଜଗନ୍ନାଥ ସଂସ୍କୃତି ସହିତ ଓତଃ ପ୍ରତ ଭାବେ ଜଡିତ ମା ମଙ୍ଗଳା ମନ୍ଦିର ଏଠାରେ ବାର ମାସରେ ତେର ବ୍ରତ ପହିଲି ଭୋଗ, ଖେଚୁଡ଼ି, ଡାଲି, ତରକାରୀ, ଦହିପଖାଳ, ନିସ୍କୁଡ଼ି, କାକେରା, ବଡ଼ ସିଂହାର ପଣା ଭଳି ଚୁଡାଘସା ଓ ଗଜ ମଣ୍ଡା ଭୋଗ ମଧ୍ୟ ମାଙ୍କ ପାଖରେ ଲାଗି କରାଯାଇଥାଏ, ବିଶେଷ କରି ପ୍ରଥମ ପାଳି ଠାରୁ ପଞ୍ଚମ ପାଳି ଯାତ୍ରାରେ ବାହାରୁ ଅସୁଥୁବା ଜେଜେମାନ ଓ ଓଷାଧାରୀ ଭକ୍ତ ମାନଙ୍କର ଚୁଡା ଘଷା ଭୋଗ ମୁଖ୍ୟତଃ ପସନ୍ଦ ଥିବା ବେଳେ ନିଜ ଗାଁ ଓ ସାହି ମାନଙ୍କରେ ଏହି ମଙ୍ଗଳା ଙ୍କ ଭୋଗ ର ଚାହିଦା ସାଙ୍ଗକୁ ଗଜ ମଣ୍ଡା ର ଚାହିଦା ଚୈତ୍ର ମାସରେ ବେଶି ରହିଥାଏ, ମାତୃ ଭକ୍ତ ମାନେ ବଡ଼ ବଡ଼ ତାଟ ବା ଭୋଗେଇ ଓ ପେଡ଼ି ସାହାର୍ଯ୍ୟ ରେ ଆଣି ନିଜ ନିଜ ପଣ୍ଡା ଙ୍କ ଘରେ ପହଞ୍ଚି ଏହାକୁ ପ୍ରସ୍ତୁତ କରି ମାଙ୍କ ପାଖରେ ଲାଗି କରାଇ ଥାନ୍ତି, ଏହାର ପ୍ରସ୍ତୁତି ପ୍ରଣାଳୀ ଭାବରେ ଚୁଡା ଗୁଣ୍ଡ, ଗୁଡ଼ ବା ଚିନି, ନଡ଼ିଆ, ଗୁଆଘିଅ କୁ ଭଲ ଭାବରେ ମିଶ୍ରିତ କରି ଘଷି ସାରିଲା ପରେ ଏହା ବେଞ୍ଜନ ଭାବେ ପ୍ରସ୍ତୁତ ହୋଇଥାଏ ଏହା ପରେ ଭାସ୍କର ଓ ମରିଚ ଗୁଣ୍ଡ କୁ ଉପରେ ପକାଇ ମାଙ୍କୁ ସମର୍ପଣ କରାଯିବା ପରେ ସେବାୟତ ତାଙ୍କର ଚଣ୍ଡ ଆକାରରେ କିଛି କାଢି ଥାନ୍ତି, ସେହିପରି ଗଜ ମଣ୍ଡା ପାଇଁ ବ୍ୟବହୃତ ଭାବରେ ସୁଜି, ଅଟା, କୁ ଖଳି କରି ଏହା ଭିତରେ ଗୁଡ଼ ଓ ନଡ଼ିଆ କୁ ପୁର ଭାବେ ତିଆରି କରିବା ପରେ ଗୁଆ ଘିଅ ରେ ଛାଣି ମାଙ୍କୁ ପୂଜା ଜରାଯାଏ, ଏଇ ମାସରେ ଗଜ ମଣ୍ଡା ଓ ଚୁଡା ଘଷାର ଚାହିଦା ବେଶ ଆଦର ରହିଥାଏ,ଅଞ୍ଚଳ ବାସୀ ଙ୍କ ବିବାହ ନିର୍ବନ୍ଧ ବେଳେ ପୁଅ ପକ୍ଷ୍ୟ ଓ ଝିଅ ପକ୍ଷ୍ୟ ମାନେ ଗଜ ମଣ୍ଡା କୁ ଭାଙ୍ଗି ପରସ୍ପର ବନ୍ଧୁ ସ୍ଵୀକାର କରି ଥାନ୍ତି,ସେବାୟତ ପରିବାର ମଧ୍ୟ ଏହାକୁ ନିଜ ନିଜ ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ପଠାଇ ବନ୍ଧୁ ପଣିଆର ମର୍ଯ୍ୟାଦା ରଖି ଥାନ୍ତି, ମା ଙ୍କ ପାଖରେ ଚୁଡାଘସା ଓ ଗଜ ମଣ୍ଡା ଭୋଗ ଏକ ନିଆରା ପରମ୍ପରା ଭାବରେ ସାରା ଓଡ଼ିଶାରେ ପ୍ରଖ୍ୟାତ ଲାଭ କରିଛି, ପ୍ରତି ସେବାୟତ ମାନଙ୍କ ଘରେ ବିଶେଷ କରି ଚୈତ୍ର ମାସରେ ଗଜ ମଣ୍ଡା ଓ ଚୁଡା ଘଷା ଭୋଗ ଆସୁଥିବା ବନ୍ଧୁ ବାନ୍ଧବ ମାନଙ୍କୁ ଦିଆ ଯାଇଥାଏ,

SPREAD YOUR LOVE WITH YOUR FRIENDS AND FAMILY