Home / ରାଜନୀତି / ଶ୍ରୀମନ୍ଦିର ପରିକ୍ରମା ସ୍ଥଳରେ ନେତାଙ୍କ ଫୋଟୋ,ହିନ୍ଦୁ ପରମ୍ପରା କୁ ବିଜେପିର ଅଣଦେଖା

ଶ୍ରୀମନ୍ଦିର ପରିକ୍ରମା ସ୍ଥଳରେ ନେତାଙ୍କ ଫୋଟୋ,ହିନ୍ଦୁ ପରମ୍ପରା କୁ ବିଜେପିର ଅଣଦେଖା

whatsapp image 2025 04 14 at 20.22.45 5406131e

ପୁରୀ, ଶ୍ରୀମନ୍ଦିର ର ୭୫ ମିଟର ପରିସୀମା କୁ ପରିକ୍ରମା ମାର୍ଗ ଭାବେ ସମସ୍ତେ ଜାଣନ୍ତି ଏହି ପରିସୀମା ଭିତରେ କୌଣସି ପ୍ରକାରର ଵିଜ୍ଞାପନ, ପାର୍କିଙ୍ଗ କୁ ଅନୁମତି ନ ଥିବା ବେଳେ ଏହି ମାର୍ଗରେ ଭାରୀଯାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ନିଷେଧ ରହିଛି | ସେହିଭଳି ଶ୍ରୀମନ୍ଦିର ନୀତି ସହିତ ଜଡିତ ଶ୍ରୀଜୀଉ ଙ୍କ ହୋଲି ଖେଳିବା ସ୍ଥାନ ଦୋଳବେଦୀ ଯେଉଁଠାରେ ଶ୍ରୀଜୀଉ ଙ୍କ ହୋଲି ଖେଳ ତିନି ଦିନ ପର୍ଯ୍ୟନ୍ତ ଚାଲିବା ସହିତ ୨୧ ଦିନ ପର୍ଯ୍ୟନ୍ତ ଓଡିଶା ର ପାରମ୍ପରିକ ପାଲା ଶହେ ବର୍ଷ ରୁ ଉର୍ଦ୍ଧ ଏଠାରେ ପରିବେଷଣ କରାଯାଉଅଛି |

whatsapp image 2025 04 14 at 20.22.09 43d86b8a

ଏହି ମହାନ ଦର୍ଶନୀୟ ତୀର୍ଥ ସ୍ଥାନକୁ ଭାରତୀୟ ଜନତା ପାର୍ଟି ତରଫରୁ ବେଆଇନ ରୂପେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ କେନ୍ଦ୍ରୀୟ ନେତା ମାନଙ୍କ ସହିତ ଓଡିଶା ର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ପୁରୀ ସାଂସଦ ଙ୍କ ଫୋଟୋକୁ ଲଗାଯାଇ ପରମ୍ପରା କୁ ନଷ୍ଟ କରାଯାଇଛି | ଏହି ଘଟଣା କୁ ନେଇ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଆଶାନ୍ତି ଦେଖିବାକୁ ମିଳିଛି |ବର୍ତମାନ ରାଜ୍ୟରେ ବିଜେପି ସରକାର ଥିବାରୁ କେହି ଅଭିଯୋଗ କରିବାକୁ ସାହସ କରିନାହାଁନ୍ତି | ସାଧାରଣ ଜନତା, ଶ୍ରଦ୍ଧାଳୁ, ଶ୍ରୀମନ୍ଦିର ସେବକ ଙ୍କ ତରଫରୁ ଏହି ପୋଷ୍ଟର ଗୁଡିକୁ ଅପସାରଣ କରିବାକୁ ନିବେଦନ କରାଯାଇଛି |

SPREAD YOUR LOVE WITH YOUR FRIENDS AND FAMILY