Home / ସାମାଜିକ / ନ଼ୟାଗଡରେ ମଣ୍ଡଳସ୍ତରୀୟ ‘ ନିଷ୍ଠା ” ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ନ଼ୟାଗଡରେ ମଣ୍ଡଳସ୍ତରୀୟ ‘ ନିଷ୍ଠା ” ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

nistha

ନ଼ୟାଗଡ: ୨୬/୦୪/୨୦୨୫ – ( ଭାସ୍କର ଚନ୍ଦ୍ର ସ୍ୱାଇଁ )- ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର “ନିଷ୍ଠା – ସମତା ଓ ଅନ୍ତର୍ନିବେଶୀ ଶିକ୍ଷା” ‘ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିର ରେ ବିଭିନ୍ନ ବିଦ୍ୟାଳୟରୁ ୬୧ ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ପ୍ରଶିକ୍ଷକ ଭାବେ ପ୍ରଣତୀ ମହାପାତ୍ର,ପବିତ୍ର ସ୍ୱାଇଁ, ବୀରେନ୍ଦ୍ର କୁମାର ସ୍ବାଇଁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଓ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ସାର୍ବଜନୀନ ଶିକ୍ଷଣ ଢାଞ୍ଚାର ବ୍ୟବହାର କରି ଏକ ଅନ୍ତର୍ନିବେଶୀ ଶ୍ରେଣୀକକ୍ଷରେ ସମତାପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟ ସମ୍ପାଦନା କରିବା , ଭିନ୍ନତା ମଧ୍ୟରେ ଏକତା ତାହା ସମସ୍ତ ଶିକ୍ଷକ- ଶିକ୍ଷିକାମାନେ ଅନୁଭବ କରିବା ସହ ଛାତ୍ରଛାତ୍ରୀଙ୍କୁ ସାଦରେ ସମ୍ମାନର ସହ ଗ୍ରହଣ କରିବା ଦିଗରେ ଆଲୋଚନା କରିଥିଲେ। ତତସହିତ ଭିନ୍ନକ୍ଷମ ବିଭାଗୀକରଣ, ପରୀକ୍ଷାବୋର୍ଡ ଦ୍ୱାରା ଗ୍ରହଣ କରାଯାଇଥିବା ଶିକ୍ଷା ବ୍ୟବସ୍ଥା, ପରୀକ୍ଷାଗାର ର ବ୍ୟବହାର, ସାର୍ବଜନୀନ ଶିକ୍ଷଣ ଢାଞ୍ଚା ଭିତ୍ତିକ ପାଠ୍ୟଯୋଜନା, ଶାରୀରିକ ଶିକ୍ଷା,କ୍ରୀଡା ଓ ଯୋଗର ଆବଶ୍ୟକତା, ପାଠ୍ୟକ୍ରମରେ କଳାଶିକ୍ଷାର ସମନ୍ୱିତକରଣ ଆଦି ବିଭିନ୍ନ ବିଷୟ ଆଧାରରେ ପ୍ରଶିକ୍ଷଣ ଦିଆଯାଇଥିଲା।

whatsapp image 2025 04 26 at 18.38.14 dc73b007

ଉଦଯାପନ ସମାରୋହରେ ନୟାଗଡ଼ର ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀଙ୍କ ସହ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଜୟ କୁମାର ମିଶ୍ର, ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ସୁସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ପୁସ୍ତକ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ବଳ ଗ୍ରୁପ୍ ର ସଦସ୍ୟ ପ୍ରଦୀପ କୁମାର ସାହୁ ପ୍ରଶିକ୍ଷଣର ଉପାଦେୟତା ବିଷୟରେ ବିସ୍ମୃତ ଆଲୋଚନା କରିଥିଲେ। ଉଦଯାପନ ସମାରୋହରେ ଶିକ୍ଷକ- ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରଶିକ୍ଷଣ ଆଧାରିତ ବିଷୟକୁ ସରଳ ତଥା ସାବଲୀଳ କରିବା ପାଇଁ ସ୍ବତନ୍ତ୍ର ଶିକ୍ଷଣ ଉପକରଣ ବ୍ୟବହାର କରି ପ୍ରଶିକ୍ଷାର୍ଥୀ- ଶିକ୍ଷକମାନେ କ୍ଷୁଦ୍ର ନାଟକ ” ଆମେ ସମର୍ଥ ” ପରିବେଷଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY