Home / ସାମାଜିକ / ଭିତର ସେବାୟତ ନିଯୋଗ ସହଯୋଗରେ ଆତ୍ୟାଧୁନିକ ଚିକିତ୍ସାଳୟ ଶ୍ୟାମାଶ୍ରୀ ହସପିଟାଲ ଉଦଘାଟିତ

ଭିତର ସେବାୟତ ନିଯୋଗ ସହଯୋଗରେ ଆତ୍ୟାଧୁନିକ ଚିକିତ୍ସାଳୟ ଶ୍ୟାମାଶ୍ରୀ ହସପିଟାଲ ଉଦଘାଟିତ

udghatan

ପୁରୀ: ୨୬/୦୪/୨୦୨୫ – ନି:ପ୍ର – ଶ୍ରୀମନ୍ଦିରର ଭିତର ସେବାୟତ ନିଯୋଗ ସହଯୋଗରେ ଆତ୍ୟାଧୁନିକ ଚିକିତ୍ସାଳୟ ଶ୍ୟାମାଶ୍ରୀ ହସପିଟାଲ ଉଦଘାଟିତ। ପୁରୀର ପ୍ରବେଶପଥ ଅଠରନଳା ଠାରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଭିତର ସେବାୟତ ନିଯୋଗର ସଭାପତି ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଭିତର ସେବାୟତ ନିଯୋଗର ସମ୍ପାଦକ ରବିନାରାୟଣ ଦାଶ, ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର, ପୂର୍ବତନ ପରିଚାଳନା କମିଟି ସଦସ୍ୟ ଭଗବାନ ସୁଆର, ପ୍ରତିହାରୀ ନିଯୋଗର ସମ୍ପାଦକ ବୈଦନାଥ ମହାପାତ୍ର, ରବିଶଙ୍କର ପୂଜାପଣ୍ଡା ସାମନ୍ତ, ବିନାୟକ ଦାସମହାପାତ୍ର, ଙ୍କ ସମେତ ବିଶେଷଜ୍ଞ ପ୍ରଫେସର ଡାକ୍ତର ଦେବାଶିଷ ମିଶ୍ର, ଡାକ୍ତର ମିତାଲୀ କର, ଡାକ୍ତର ମନୋଜ ଲାଠ, ଡାକ୍ତର ସନ୍ଦୀପ ସିଂ, ଡାକ୍ତର ଅର୍ଜୁନ ଦାସ, ପ୍ରମୁଖ ଉପସ୍ଥିତ ରହି ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସହର ପୁରୀର ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ଏହି ହସପିଟାଲ ପ୍ରମୁଖ ଭୂମିକା ନେବ। ଆଗାମୀ ରଥଯାତ୍ରା ସମୟରେ ମଧ୍ୟ ଆଇ ସିୟୁ, ଭେଣ୍ଟିଲେଟର ଅତ୍ୟନ୍ତ ଆବଶ୍ୟକତା ପୂରଣ କରିବ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି। ହସପିଟାଲର ପରିଚାଳିକା ଡାକ୍ତର ଦୀପସ୍ମିତା ରୟ ପୁରା ଚିକିତ୍ସା ସେବା ସମ୍ପର୍କରେ ସମସ୍ତ ଅତିଥି ଓ ଅତିଥି ଡାକ୍ତର ମାନଙ୍କୁ ଅବଗତ କରାଇଥିଲେ। ବିଶେଷକରି ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ସେବା ଅତ୍ୟାଧୁନିକ ପାଥୋଲାବ, ଏକ୍ସରେ, ଡାଇଲସିସ୍, ଆଇ ସି ୟୁ, ଭେଣ୍ଟିଲେଟର ଓ ଏଣ୍ଡୋସ୍କପି ଓ ଅପରେସନ ଆଦି କରାଯାଇପାରିବ।

whatsapp image 2025 04 26 at 13.49.53 d6205fbc

ବିଶେଷକରି ରଥଯାତ୍ରା ସମୟରେ ବିଶେଷ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ୮ଟି ଆଇ ସି ୟୁ ବେଡ, ୫ଟି ଭେଣ୍ଟିଲେଟର, ମୋଡୁଲାର ଅପରେସନ ଥଏଟର, ଏଣ୍ଡୋସ୍କପି ଓ କଲୋନସ୍କପି ଓ ୨୯ବେଡର ହସପିଟାଲ ଆରମ୍ଭ ହୋଇଥିବା ହସପିଟାଲର ମ୍ୟାନେଜର ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି। ଗତକାଲି ପୁରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ରୂପଭାନୁ ମିଶ୍ର ହସପିଟାଲ ପରିଦର୍ଶନ କରି ସମସ୍ତ ଚିକିତ୍ସା ବ୍ୟଵସ୍ଥା କୁ ଅନୁଧ୍ୟାନ କରିଥିଲେ। ଭିତରସେବାୟତ ନିଯୋଗର ସ୍ବାସ୍ଥ୍ୟ ସେବା ଯୋଗାଇଦେବାକ୍ଷେତ୍ରରେ ପ୍ରୟାଶକୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରଶଂସା କରିଛନ୍ତି ଏବଂ ଏହି ହସପିଟାଲ ପୁରୀ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଚିକିତ୍ସା ଦେବାକ୍ଷେତ୍ରରେ ମାଇଲସ୍ତମ୍ଭ ହେବ ବୋଲି କହିଛନ୍ତି।

whatsapp image 2025 04 26 at 13.50.11 e13ce602

SPREAD YOUR LOVE WITH YOUR FRIENDS AND FAMILY