Home / ସାମାଜିକ / ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସନେତେତା କାର୍ଯ୍ୟକ୍ରମ

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସନେତେତା କାର୍ଯ୍ୟକ୍ରମ

rbi

ପୁରୀ : ୮/୦୫/୨୦୨୫ -ନି:ପ୍ର – ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର ବି ଆଇ) ଭୁବନେଶ୍ୱରର ଓମ୍ବୁଡ଼ସମ୍ୟାନ କାର୍ଯ୍ୟାଳୟ ଆଜି ପୁରୀ ଜିଲ୍ଲା ସିଂସ୍କୃତି ଭବନ ଠାରେ ଏକ ଗ୍ରାହକ ସନେତେତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ସହରୀ ଯୁବାବର୍ଗଙ୍କୁ ବ୍ୟାଙ୍କିିଂ ଜ୍ଞାନ, ଅଭିଯୋଗ ସମାଧାନ ପ୍ରଣାଳୀ ଓ ଆର୍ଥିକ ସାକ୍ଷରତା ବିଷୟରେ ସଚେତନ କରିବାର ଥିଲା ।

ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଗ୍ରାହକଙ୍କର ଅଧିକାର ଓ ଦାୟିତ୍ୱ, ବ୍ୟାଙ୍କ ଓ ବ୍ୟାଙ୍କିିଂ ଓମ୍ବୁଡ଼ସମ୍ୟାନ କାର୍ଯ୍ୟାଳୟରେ କିପରି ଅଭିଯୋଗ କରିବେ ଏବଂ ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ରଥା ନେଇ ଆଲୋଚନା କରାଗଲା। ଆଲୋଚନା ଅଧିବେଶନ, ପ୍ରଶ୍ନୋତ୍ତର ପ୍ରତିଯୋଗିତା ଓ ଅନୁଭୂତିମୂଳକ ଘଟଣା ଦ୍ୱାରା ଅଂଶଗ୍ରହଣକାରୀ ମାନେ ସଚେତନ ଏବଂ ଦାଇତ୍ୱଶୀଳ ଆର୍ଥିକ ଗ୍ରାହକ ହେବାକୁ ପ୍ରୋତ୍ସାହିତ ହେଲେ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିକାରୀ ମାନେ ଶିବୁ ପ୍ରସାଦ ମିଶ୍ର, ଦୟାନିଧି ମିଶ୍ର, ସରୋଜ କୁମାର ଦାଶ ଓ ଅରୂପ ନାୟକ ଉପସ୍ଥିତ ଥିଲେ । ଏବଂ ତାଙ୍କର ମୂଲ୍ୟବାନ ଅନୁଭବ ଓ ଜ୍ଞାନ ବିତରଣ କରିଥିଲେ । ଏଥିସହ ପୁରୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ମୁଖ୍ୟ ପ୍ରବନ୍ଧକ ବିଜୟ ଶତପଥୀ, ପୁରୀ ଜିଲ୍ଲାର ଲିଡ଼ ଡିଷ୍ଟିକ ମ୍ୟାନେଜର କେ କେ ଆଚାର୍ଯ୍ୟ ଓ କାନାରା ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ମଧ୍ୟ ସଭାକୁ ସମ୍ବୋଧନ କରି ତାଙ୍କର ଅଭିମତ ଓ ଅଭିଜ୍ଞତା ପ୍ରକାଶ କରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମକୁ ସଫଳତାର ସୂଚନା ଦେଇ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY