ପୁରୀ: ୦୩/୦୫/୨୦୨୫ – ନି:ପ୍ର. – ସମାଜରେ ଚାଲୁଥିବା ଘଟଣା ଏବଂ ଦୁର୍ଘଟଣା କୁ ସମ୍ଭାଳିବା ପାଇଁ ଆଇନ ଶୃଙ୍ଖଳା ରହିଛି । କିନ୍ତୁ ସବୁବେଳେ ଯେ ନ୍ୟାୟ ହୁଏ ତାହା ନୁହେଁ , ସବୁବେଳେ ମଧ୍ୟ ସଠିକ ଦୋଷୀ କୁ ଦଣ୍ଡ ମିଳିବା ସହଜ ହୋଇନଥାଏ । କିଛି ଜାଗାରେ ନ୍ୟାୟ କୁ ଦବାଇ ଦିଆଯାଉଥିବାବେଳେ, ଅନ୍ୟ କିଛି ଜାଗାରେ ନ୍ୟାୟ ପାଇବା ପାଇଁ କମ ପଡିଥାଏ ଟଙ୍କା । ମଣିଷ ସମାଜରେ ଚଳିବା ପାଇଁ ସମ୍ବିଧାନ ରେ ମଣିଷ ର ମୌଳିକ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି । ଏହି ଅଧିକାର କ୍ଷୁର୍ଣ୍ଣ ହେଲେ ଆଇନ ର ଦାୟିତ୍ୱ ତାକୁ ରକ୍ଷା କରିବା କିନ୍ତୁ ଯେଉଁ ଜାଗାରେ ଏହା ହୋଇପାରେନାହିଁ ସେହି ଜାଗାରେ” ଓଡିଶା ମାନବ ଅଧିକାର ପରିଷଦ” ସାମ୍ନାକୁ ଆସି ସାଧାରଣ ଜନତାଙ୍କୁ ତାଙ୍କ ମୌଳିକ ଅଧିକାର ରକ୍ଷା କରିବା ଏବଂ ନ୍ୟାୟ ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏବେ ଏହି ସଂଗଠନ ତରଫରୁ ପୁରୀ ଜିଲ୍ଲା ରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ରେ ପୁରୀ ଜିଲ୍ଲା ସଂଯୋଜକ ଭାବରେ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସାମ୍ବାଦିକ ହିମାଂଶୁ ମହାପାତ୍ର, ସାମ୍ବାଦିକା ଶୁଭଲକ୍ଷ୍ମୀ ସେନାପତି, ସାମ୍ବାଦିକ ଦୀପ୍ତିରଞ୍ଜନ ମହାନ୍ତି , ସୁଷମା ବରାଳ ଏବଂ ମଙ୍ଗରାଜ ମଲ୍ଲିକ । ଆସନ୍ତା ଦିନରେ ପୁରୀ ଜିଲ୍ଲା ରେ ସାଧାରଣ ଜନତାଙ୍କ ପ୍ରତି ହେଉଥିବା ସମସ୍ତ ଅନ୍ୟାୟ ଏବଂ ଆଇନ ର ଖାମଖିଆଲି ମନୋଭାବକୁ ଆଉ ସହ୍ୟ କରାଜୀବନି ଏବଂ ସାଧାରଣ ଜନତାଙ୍କ ସମସ୍ତ ସାମ୍ବିଧାନିକ ଅଧିକାର କୁ ଆଉ କ୍ଷୁର୍ଣ୍ଣ କରିବାକୁ ଦିଆଜିବନାହିଁ ବୋଲି ଶପଥ ନେବାପରେ ସମସ୍ତ ସଦସ୍ୟ ଏକ ସ୍ୱରରେ ଏକ ହୋଇଥିଲେ ।











