Home / ସାମାଜିକ / ସନାତନ ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ଓ ପ୍ରଚାର ପାଇଁ କାର୍ଯ୍ୟରତ “ଉତ୍କଳ ବିଦ୍ୱତ୍ ପରିଷଦ”

ସନାତନ ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ଓ ପ୍ରଚାର ପାଇଁ କାର୍ଯ୍ୟରତ “ଉତ୍କଳ ବିଦ୍ୱତ୍ ପରିଷଦ”

manoj

ପୁରୀ: ୨୦/୦୫/୨୦୨୫ -(ତୃପ୍ତିମୟୀ ଜେନା ) ଗତ କିଛି ବର୍ଷ ଧରି ପୁରୀବାସି ଆଉ ଶ୍ରୀମନ୍ଦିରକୁ ଅବାଧରେ ପ୍ରବେଶ କରିପାରୁନାହାନ୍ତି। ବିଶେଷତଃ ପୁରୀ ବାସିନ୍ଦା ଶ୍ରୀମନ୍ଦିରକୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଛଡା ବିଭିନ୍ନ ଦିନରେ ଅବଢା ପାଇଁ ଆନନ୍ଦ ବଜାରକୁ ଯିବେ, ନିର୍ବନ୍ଧ ଓ ମହାର୍ଦ ଟେକା ପାଇଁ ସୂର୍ଯ୍ୟ ମନ୍ଦିର ଯିବେ, ସାବିତ୍ରୀରେ ଲକ୍ଷ୍ମୀ ମନ୍ଦିର ଯିବେ, ମିଳିମିଳା ବା ହାଡଫୁଟି ହେଲେ ଶୀତଳାଙ୍କ ପାଖକୁ ଯିବେ, ଏମିତି ଅନେକ କଥା। ପୁରୀ ବାସୀଙ୍କ ପାଇଁ ଶ୍ରୀମନ୍ଦିର ହେଉଛି ଆମ ଗାଁ ମନ୍ଦିର, ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଗ୍ରାମ ଦେବତା । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରରେ ଅବାଧରେ ଯାଅ ଆସ କରିବା ପରେ ଏବେ ଆମେ ଦହଗଞ ହେଉଛୁ । ଆମ ବୟସ୍କ ବାପା ବୋଉ ହୁଅନ୍ତୁ କି ଆମର ବରିଷ୍ଠ ନାଗରିକ ହୁଅନ୍ତୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ ଯେମିତ ସ୍ଵପ୍ନ ପାଲଟି ଯାଇଛି । ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଇଛି ଓ ଅସଫଳ ହୋଇଛି ମଧ୍ୟ । ଏମିତି ଅନେକ ସମସ୍ୟା ର ସମାଧାନ ପାଇଁ କିଛି ଉପାୟ ଚିନ୍ତନ ପାଇଁ ଏହି ସଂଗୋଷ୍ଠୀ ର ଆୟୋଜନ |

image

ପୁରୀ ହଲିଡେ ରିସର୍ଟ ସଭାକକ୍ଷରେ ଆୟୋଜିତ ଏହି ମାନସ ମନ୍ଥନ କାର୍ଯ୍ୟକ୍ରମ କୁ ପରିଷଦ ର ସଭାପତି ମନୋଜ ରଥ ଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରିଥିଲେ ମହନ୍ତ କଟକି ମଠ ଡ଼ଃ ବିଜୟ ନାରାୟଣ ରାମାନୁଜ ଦାସ ମହାରାଜ , ପୂର୍ବତନ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବାନାମ୍ବର ସେନାପତି , ଡ଼ଃ ଭାସ୍କର ମିଶ୍ର ,ବିନୋଦ ପଣ୍ଡା , ଡ଼ଃ ନରେଶ ଦାଶ | ବେଦ ପାଠ କରିଥିଲେ ପଣ୍ଡିତ ଦୟାନିଧି ପଣ୍ଡା | ମଞ୍ଚ ପରିଚାଳନା କରିଥିଲେ ସଚିବ ବିଜୟ କୃଷ୍ଣ ବ୍ରହ୍ମା | ଉତ୍କଳ ବିଦ୍ୱତ୍ ପରିଷଦର ଏହି ଉଦ୍ୟମକୁ ଉପସ୍ଥିତ ସାଧୁ ସନ୍ଥ ଓ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋସାଧକ୍ଷ କମଳାକାନ୍ତ ଆଚାର୍ଯ୍ୟ, ସଦସ୍ୟ ସିସେନ ପ୍ରତିହାରୀ, ଚନ୍ଦନ ବ୍ରହ୍ମା , ଦିବ୍ୟରଞ୍ଜନ ଦାଶ , ବିରଞ୍ଚି ନାରାୟଣ ମିଶ୍ର , ସୌମ୍ୟଶ୍ରୀ ଆଶୀର୍ବାଦ ,ଶିବ ଶଙ୍କର ପ୍ରଧାନ , ମିଳନ ମହାପାତ୍ର ଆଦି ପରିଚାଳନା କରିଥିଲେ। ଆଗାମୀ ଦିନରେ ଏକ କ୍ରିୟାନୁଷ୍ଠାନ ସମିତି ଗଢି ପ୍ରାପ୍ତ ପ୍ରସ୍ତାବ ଗୁଡିକୁ ଉଚ୍ଚ ପଦାଧିକାରୀ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ |

SPREAD YOUR LOVE WITH YOUR FRIENDS AND FAMILY