ପୁରୀ: ୧୯/୦୫/୨୦୨୫ – (ତୃପ୍ତିମୟୀ ଜେନା)- ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ, ଏସ୍ପି ପୁରୀ ଶ୍ରୀ ବିନିତ ଅଗ୍ରୱାଲ, ଆଇପିଏସ ଆଜି ଦରଜୀପୋଖରୀ ଛକ, ବୋଡିଙ୍ଗ ଛକ, ଝାଡୁଆଣୀ ଲାଇବେରୀ, ପଞ୍ଚୁଚଉରା ଛକ, ଲବନୀଖିଆ ଛକ, ଜେନେରୀ ଗଛ ଛକ, ଜହ୍ନିମୁଣ୍ଡିଆ ଛକ, ଭୋଗଜାଗା, ନବତଖାନା ଗଳି ସାହି ଛକ ରାସ୍ତା ଦେଇ ମାଟିମଣ୍ଡପ ସାହି ଛକ ଆଦି ସ୍ଥାନ ବୁଲି ଭକ୍ତ ଓ ସାହିରେ ରହୁଥିବା ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଓ ଅସୁବିଧା ଅନୁଧ୍ୟାନ କରିଛନ୍ତି।
ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ନିବାସୀମାନେ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗଗୁଡ଼ିକୁ ଗ୍ରହଣ କରିଛନ୍ତି। ମୁଖ୍ୟ ଅଭିଯୋଗଗୁଡ଼ିକ:
ସ୍ଥାନୀୟ ଯାନବାହନର ନିୟନ୍ତ୍ରିତ ଚଳାଚଳ।, ଭକ୍ତମାନେ ନିର୍ଦ୍ଦିଷ୍ଟ ମାର୍ଗ ଜାଣିନଥିବାରୁ ସମସ୍ୟା।
ଏସ୍ପି ପୁରୀ ସ୍ଥାନୀୟ ଲୋକଙ୍କ ଅଭିଯୋଗ କୁ ଗମ୍ଭୀରତା ସହିତ ଗ୍ରହଣ କରି କମ ସମୟମଧ୍ୟରେ ସମାଧାନ କରାଯିବ ବୋଲି ନିଶ୍ଚିତ ଆଶ୍ୱାସନ ଦେଇଛନ୍ତି। ସମସ୍ତ ଅଧିକାରୀଙ୍କୁ ଏହି ଗ୍ରସ୍ତ ସମୟରେ ଯେଉଁଥିରେ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ୨୦୨୫ ପାଇଁ ସମୁଦ୍ରକୁଳ ରୁ ଭକ୍ତମାନଙ୍କ ଗୁଡିକୁ ଲେନ୍ ଭିତିକ ଆଗମନ କେମିତି ବଡଦଣ୍ଡ କୁ ପ୍ରବେଶ କରାଯିବ ତାହା ଆଲୋଚନା କରିଥିଲେ। ଏହି ଗ୍ରସ୍ତରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲଙ୍କ ସହ ଅଧିକାରୀମାନେ ଥିଲେ ଅତିରିକ୍ତ ଏସ୍ପି ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ , ସିଟି ଡ଼ିସପି ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଟ୍ରାଫିକ ଡ଼ିସପି ଶ୍ରୀ ରାଜକୁମାର ପରିଡା, ଟ୍ରାଫିକ୍ ଆଇଆଇସି ଶ୍ରୀ ଜୟଦୀପ ମହାନ୍ତି, ଟାଉନ୍ ଆଇଆଇସି ଶ୍ରୀ ଗୋକୁଳ ରଞ୍ଜନ ଦାସ, ସମୁଦ୍ରକୁଳ ଆଇଆଇସି ଶ୍ରୀ ସୁଶାନ୍ତ ସାହୁ, ସିଂହଦ୍ୱାର ଥାନା ଆଇଆଇସି ଶ୍ରୀମତୀ ଶ୍ୱେତପଦ୍ମା ଦାଶ, ଏସ୍ପି ପୁରୀ ସମସ୍ତ ଅଧିକାରୀଙ୍କୁ ସଂବେଦନଶୀଳ ଏବଂ ଭୀର ଅଞ୍ଚଳ ଚିହ୍ନଟ କରି ମାଇକ୍ରୋ ଯୋଜନା ପ୍ରସ୍ତୁତି ନିମିତ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସେ ମନ୍ଦିର ପ୍ରଶାସନ, ପୋଲିସ ଓ ସେଠାକାର ଲୋକମାନଙ୍କ ସହ ସମନ୍ୱୟ ରଖି ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ଆଧ୍ୟାତ୍ମିକ ଅନୁଭବ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଜାରି ରହିଛି। ଏଥି ସହିତ ସିନିଅର ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି DGP। ସିକ୍ୟୁରିଟି ଆଣ୍ଡ ସ୍ପେଶାଲ ବ୍ରାଞ୍ଚ ଅରେଞ୍ଜମେଣ୍ଟ ଶ୍ରୀ ଆର.ପି.କୋଚେ, ଆଇପିଏସ୍, ଡିରେକ୍ଟୋର ଇଣ୍ଟିଲିଜେନ୍ସ, ଓଡ଼ିଶା ଶ୍ରୀମନ୍ଦିର ଭିତର ଅରେଞ୍ଜମେଣ୍ଟ (ଶ୍ରୀମନ୍ଦିର ଏବଂ ଶ୍ରୀ ଗୁଣ୍ଡିଚା ମନ୍ଦିର)। ଡକ୍ଟର ସାର୍ଥକ ସାରଙ୍ଗୀ, ଆଇପିଏସ୍, ଆଇଜିପି, ସିଆଇଡି, ସିବି, କଟକ, ଏବଂ ଏସ୍ପି ପୁରୀ ରଥ ଗାର୍ଡ, ଇନସାଇଡ ଜେନରାଲ କର୍ଡନ ଆଣ୍ଡ ରଥ ଟଣା ଶ୍ରୀ ଅମିତାଭ ଠାକୁର, ଆଇପିଏସ୍, ପରିବହନ କମିଶନର ଏବଂ ଶ୍ରୀ ପିନାକ ମିଶ୍ର, ଆଇପିଏସ୍, ଡିଆଇଜିପି ଏସଟିଏଫ୍, ବିବିଏସଆର, କ୍ରାଉଡ ରେଗୁଲସନ ଅରଞ୍ଜମେଣ୍ଟ ଇନ୍କ୍ଲୁଡିଙ୍ଗ ଆଉଟର ଜେନେରାଲ କର୍ଡନ। ଶ୍ରୀ ଏସ.କେ. ପ୍ରିୟଦର୍ଶୀ, ଆଇପିଏସ୍, ଏଡିଜିପି (ଏମ୍ଓଡି), ଓଡ଼ିଶା ଶ୍ରୀ ସତ୍ୟବ୍ରତ ଭୋଇ, ଆଇପିଏସ୍, ଆଇଜିପି ଏନସିଆର, ତାଳଚେର, ଶ୍ରୀ ଅବିନାସ କୁମାର, ଆଇପିଏସ୍, ଆଇଜିପି ଏସଏପି, ଓଡ଼ିଶା ଏବଂ ଶ୍ରୀ ଚରଣ ସିଂହ ମୀନା, ଆଇପିଏସ୍, ଡିଆଇଜିପି (ପ୍ରଦେଶ), କଟକ ଟ୍ରାଫିକ୍, ପାର୍କିଂ, କମ୍ୟୁନିକେସନ ଆଣ୍ଡ କଣ୍ଟ୍ରୋଲ ରୁମ I ଶ୍ରୀ ଦୟାଲ ଗଙ୍ଗୱାର, ଏଡିଜିପି (ଏଚଡିକ୍ୟୁଆର୍ଏସ୍ ), ଓଡ଼ିଶା ଶ୍ରୀ କେ. ବିଶାଳ ସିଂହ, ଆଇପିଏସ୍, ଡିଆଇଜିପି, ଏସଆଇଡବ୍ଲୁ, ବିବିଏସ୍ଆର, ଶ୍ରୀ ବି. ଗଙ୍ଗାଧର, ଆଇପିଏସ୍, ଡିଆଇଜିପି ସିଆଇଡି, ସିବି, ଓଡ଼ିଶା ଏବଂ ଶ୍ରୀ ବିକ୍ରମ କେଶରୀ ଭୋଇ, ଓପିଏସ୍-ଏସ୍, ଏସ୍ପି ସିଗନାଲ ରେଳବାୟ ପୋଲିସ ଅରଞ୍ଜମେଣ୍ଟ | ଶ୍ରୀ ଅରୁଣ ବୋଥ୍ରା, ଆଇପିଏସ୍, ଏଡିଜିପି, ରେଳ ଏବଂ ଉପକୂଳ ସୁରକ୍ଷା, ଓଡ଼ିଶା ଶ୍ରୀ ବିବେକାନନ୍ଦ ଶର୍ମା, ଆଇପିଏସ୍, ଏସ୍ପି ରେଳ, କଟକ ଭିଆଇପି ସେକ୍ଟର ଅଫ୍ ଜେନେରାଲ କର୍ଡନ ଶ୍ରୀ ଅନୁପ କୁମାର ସାହୁ, ଆଇପିଏସ୍, ଆଇଜିପି (ଟିଆରଜି), ବିପିଏସ୍ପିଏ, ବିବିଏସ୍ଆର ଲଜିଷ୍ଟିକ୍,ୱେଲଫର ଆଣ୍ଡ ଆଶ୍ସୋସିଏଟେଡ଼ ସପୋର୍ଟ ମାର୍ଟର୍ସ ଅଫ ଫୋର୍ସ ଆଣ୍ଡ ଅଫିସର୍ସ । ଶ୍ରୀ ରାଜେଶ କୁମାର, ଆଇପିଏସ୍, ଏଡିଜିପି ଏସ୍ଏପି, ଓଡ଼ିଶା କ୍ୟାମ୍ପ କମାଣ୍ଡାଣ୍ଟ ଶ୍ରୀ ଏ.କେ. ମହାନ୍ତି, ଓଏପିଏସ୍ (ଏସ୍ଏଜି),କମାଣ୍ଡାଣ୍ଟ, ତୃତୀୟ ଏସ୍ଏସ୍ ବିଏନ୍., ଗଜପତି ଓଭରାଲ ଜେନେରାଲ ପୋଲିସ ଅରଞ୍ଜମେଣ୍ଟ ଶ୍ରୀ ସଞ୍ଜୟ କୁମାର, ଆଇପିଏସ୍, ଏଡିଜିପି (ଏଲ୍ ଆଣ୍ଡ ଓ), ଓଡ଼ିଶା











