Home / ମୁଖ୍ୟ ଖବର / ନୟାଗଡ଼ରେ ଶ୍ରମିକ ବିକ୍ଷୋଭ ।

ନୟାଗଡ଼ରେ ଶ୍ରମିକ ବିକ୍ଷୋଭ ।

post

ନ଼ୟାଗଡ ତା-୨୦.୦୫.୨୦୨୫ରିଖ ( ଭାସ୍କର ଚନ୍ଦ୍ର ସ୍ୱାଇଁ ) – କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ନୟାଗଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶହଶହ ଶ୍ରମଜୀବୀ ପଟୁଆର ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରି ଶ୍ରମିକ ବିରୋଧୀ ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଏହି ବିକ୍ଷୋଭରେ ଉଦବୋଧନ ଦେଇ ସିଆଇଟିୟୁ ନେତା ସୁରେଶ ଚନ୍ଦ୍ର ସ୍ବାଇଁ, ଶରତଚନ୍ଦ୍ର ବେହେରା, ପବିତ୍ର ଇନ୍ଦ୍ରଜିତ, ଚାପଧାରୀ ରାଉତ, ସଂଯୁକ୍ତା ସେଠୀ, ଜୟନ୍ତୀ ଦାଶ, ଆଇଏନଟିୟୁସି ନେତା ବିଭୁପ୍ରସାଦ ମିଶ୍ର,ୟୁଟିୟୁସି ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର, ସିସିଟିୟୁ ନେତା ଗୋପିନାଥଜେନା,ଯୁବଫେଡେରେସନ ନେତା ସରୋଜ କୁମାର ନାୟକ, କୃଷକ ସଭାରନେତା ହରିଶ୍ଚନ୍ଦ୍ର ମିଶ୍ର ଓ ଗୋଲକବିହାରୀ ମୁଦୁଲି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆସନ୍ତା ଜୁଲାଇ ୯ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ । ଶ୍ରମିକ ବିରୋଧୀ ଶ୍ରମକୋଡ୍ ବାତିଲ ପାଇଁ ଏକ ସ୍ମାରକ ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନ଼ୟାଗଡ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।

image
SPREAD YOUR LOVE WITH YOUR FRIENDS AND FAMILY