Home / ମୁଖ୍ୟ ଖବର / ଅସରାଏ ବର୍ଷା ରେ ଫାଟିଲା ନୂତନ ନଦୀ ବନ୍ଧ

ଅସରାଏ ବର୍ଷା ରେ ଫାଟିଲା ନୂତନ ନଦୀ ବନ୍ଧ

phata

କାକଟପୁର ୧୯/୦୫/୨୦୨୫ (ତୁଷାର ଦୀକ୍ଷିତ) ନଦୀ ବନ୍ଧ ସୁରକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ର ବେୟ କରିବା ସହିତ ବିଭିନ୍ନ ସ୍ଥାନରେ ଅନେକ ଯୋଜନା କୁ ନଦୀ ବନ୍ଧ ସହିତ ଅନ୍ତର୍ଭୁକ୍ତ କରି ଏହି କାର୍ଯ୍ୟ କୁ ଜଳପ୍ରକଳ୍ପ ବିଭାଗ ମାଧ୍ୟମ ରେ ଟେଣ୍ଡର କରି କିଛି ଠିକାସଂସ୍ଥା କୁ ପ୍ରଦାନ କରିଥାନ୍ତି. ମାତ୍ର ପ୍ରକୃତ ରେ ଉକ୍ତ ଠିକାସଂସ୍ଥା ଏହି କାର୍ଯ୍ୟ କୁ ସଠିକ ଭାବେ କରୁଛି କି ନାହିଁ ତାହାକୁ ବିଭାଗ ତଦାରଖ କରେନାହିଁ, ଯଦି ବିଭାଗ ଉକ୍ତ କାର୍ଯ୍ୟ କୁ ସଠିକ ଭାବେ ତଦାରଖ କରିଥାନ୍ତା ତାହେଲେ ଆଜି ଅସ୍ତରଙ୍ଗ ବ୍ଲକ ବଳଭଦ୍ରପୁର ରୁ ସହନ ପର୍ଯ୍ୟନ୍ତ ହୋଇଥିବା ନଦୀ ବନ୍ଧ ଅସରାଏ ଅଦିନିଆ ବର୍ଷା ରେ ଫାଟି ଆଁ କରିନଥାନ୍ତା,।ବଳଭଦ୍ରପୁର ରୁ ସଅନ ପର୍ଯ୍ୟନ୍ତ ପାଖାପାଖି ୨ କିଲୋମିଟର ବନ୍ଧ ଯାହା ମାତ୍ର ୧ମାସ ତଳେ ନିର୍ମାଣ କରାଯାଇ ଥିଲା କାରଣ ଏହି ନଦୀ ବନ୍ଧ ନଦୀ ତଟ ଅଞ୍ଚଳ ର ସୁରକ୍ଷା ବନ୍ଧ ଭାବେ ପରିଚିତ।ମାତ୍ର ଶନିବାର ରାତିରେ କାଳବୈଶାଖୀ ପ୍ରଭାବ ରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ଏହିଭଳି ଅବସ୍ଥା ସାମ୍ନା କୁ ଆସିଛି, ଯାହା ଏହି ନଦୀ ବନ୍ଧର ମାନ ଏବଂ ଏହା କେତେ ସୁରକ୍ଷିତ ଯାହାକୁ ନେଇ ବିଭିନ୍ନ ମହଲ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

whatsapp image 2025 05 19 at 19.22.44 29210eae

ଏହା ହାରାହାରି ୫୦ ଲକ୍ଷ ଟଙ୍କା ର କାମ, ନଦୀ ବନ୍ଧ ରେ ପଥର ସୋଲିଙ୍ଗ ସହ ନାଲି ମରମ୍ ପକାଯାଇ ଏହି ବନ୍ଧ ନିର୍ମାଣ କରାଯାଇଛି ସ୍ଥାନୀୟ ଲୋକ ଙ୍କ କହିବା ମୁତାବକ ଏହି ଅଞ୍ଚଳ ଏକ ଲୁଣା ମୃତ୍ତିକା ଯୁକ୍ତ, ବନ୍ଧ କାର୍ଯ୍ୟ ହେବାବେଳେ ଠିକାସଂସ୍ଥା ଏହି ଅଞ୍ଚଳ ରୁ ପଙ୍କୁଆ ଲୁଣା ମାଟି ଉଠାଇ ଏହି ବନ୍ଧ ନିର୍ମାଣ କରିଛନ୍ତି, ଯେତିକି ଉଚ୍ଚତା ରେ ନାଲି ମରମ୍ ପଡିବା କଥା ସେତିକି ଉଚ୍ଚତା ରୁ କମ ବ୍ୟବଧାନ ରେ ଏହି ମାଟି ପଡିଛି ଯେଉଁ ପଥର ସୋଲିଙ୍ଗ କରାଯାଇଛି ଏହା ୨ ନମ୍ବର ଆଉ ଧଳା ପଥର ୭୦% ଲଗାଯାଇଛି ଯାହା ଆଖିକୁ ସୁନ୍ଦର ହେଇପାରେ ମାତ୍ର ମୂଳଦୁଆ ସମ୍ପୂର୍ଣ୍ଣ ନିମ୍ନମାନର, ଯାହା ଫଳରେ ନିର୍ମାଣ ହୋଇଥିବା ଏହି ବନ୍ଧ ଅଦିନିଆ ବର୍ଷା ରେ ଫାଟି ଆଁ ମେଲା କରିବା ସହିତ ବନ୍ଧ ସଂଯୋଗୀ କରଣ ପିଲାର ମଧ୍ୟ ଭାଙ୍ଗି ଯାଇଛି,ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ଏକ ପ୍ରାକୃତିକ ଦୁର୍ବିପାକ ବା ସୁନାମି ପ୍ରପୀଡ଼ିତ ଅଞ୍ଚଳ ବୋଲି ଘୋଷଣା ହୋଇଛି, ପ୍ରତ୍ୟେକ ବର୍ଷ ଏହି ଅଞ୍ଚଳ ରେ ସାମୁଦ୍ରିକ ବାତ୍ୟା ବନ୍ୟା ହେଈ ସାଧାରଣ ଲୋକ ଙ୍କ ଧନ ଜୀବନ କୁ ନଷ୍ଟ କରେ, ସେଥିପାଇଁ ଲୋକ ଙ୍କୁ ସୁରକ୍ଷା ଦେବାଲାଗି ସରକାର ନଦୀ ବନ୍ଧ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଅର୍ଥ ଅଟକଳ କରୁଛନ୍ତି ମାତ୍ର ଠିକାଦାର ଓ ବିଭାଗ ର ମଧୁଚନ୍ଦ୍ରିକା ପାଇଁ ସାମ୍ନା କୁ ଆସିଛି ଏହି ଅନ୍ଧାରୁଆ କାମ ର ନଗ୍ନ ଦୃଶ୍ୟ, ଏଥିରୁ ସ୍ପଷ୍ଟ ଜଣାପଡୁଛି ସରକାର ଙ୍କ ଅର୍ଥ କୁ କିପରି ବିଭାଗ ଓ ଠିକାସଂସ୍ଥା ହରିଲୁଟ କରୁଛନ୍ତି, ବଳଭଦ୍ରପୁର ରୁ ସଅନ ଏହି ରାସ୍ତା ଆଜି ପ୍ରମାଣିତ କରୁଛି ଏହି କାର୍ଯ୍ୟ କୁ କେତେ ନିମ୍ନ ମାନର! ଯାହାକି ଫଳରେ ଉଚ୍ଚସ୍ତରୀୟ ତଦନ୍ତ ସହିତ ଭିଜିଲାନ୍ସ ତଦନ୍ତ ଲାଗି ବୁଦ୍ଧିଜୀବୀ ମହଲ ରେ ଦାବୀ କରାଯାଇଛି l

whatsapp image 2025 05 19 at 19.22.46 f2ffa7d1

SPREAD YOUR LOVE WITH YOUR FRIENDS AND FAMILY