ପୁରୀ: ୨୨/୦୫/୨୦୨୫ – (ତୃପ୍ତିମୟୀ ଜେନା) ଅନୁପ୍ରବେଶକାରୀ ବିଶେଷକରି ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ବେଆଇନ୍ ଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ଜାଗା ମିଶନରେ ଜମି ପ୍ରଧାମନ୍ତ୍ରୀଆବାସ, ଖାଉଟି କାର୍ଡ ଭୋଟ ପରିଚୟ ପତ୍ର କାରସାଦିକରି ହାତେଇ ନେଇଛନ୍ତି। ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ଛାଇ ଗଲେଣି। ଦେଶ, ରାଜ୍ୟ ତଥା ଆଞ୍ଚଳିକ ସ୍ବାର୍ଥ ବିରୋଧୀ ଭୟଙ୍କର କାର୍ଯ୍ୟରେ ଏମାନେ ଲିପ୍ତ ଥିବାରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବଜେପିର ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ ଦାବିକରିଛନ୍ତି। ଏହି ସଂକ୍ରାନ୍ତରେ ରାଜ୍ୟସରକାର ଏସ୍ଓପି ପ୍ରସ୍ତୁତ କରିବା ସ୍ବାଗତଯୋଗ୍ୟ ହୋଇଥିବାବେଳେ ଭୋଟବ୍ୟାଙ୍କ ରାଜନୀତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ସବୁଠାରୁ ବଡ଼ ବାଧକ ବୋଲି ଶ୍ରୀ ଜଗଦ୍ଦେବ ସତର୍କ କରାଇ ଦେଇ କହିଛନ୍ତି ଯେ ଜାତୀୟ ଓ ରାଜ୍ୟ ସ୍ବାର୍ଥ ବିରୋଧୀ ଅନୁପ୍ରବେଶକାରୀମାନଙ୍କପାଇଁ ଆମ ରାଜ୍ୟ ପାଇଁ ଭୂସ୍ବର୍ଗ ବା ଧର୍ମଶାଳା ହେବା ଉଚିତ ନୁହେଁ। ଅନୁପ୍ରବେଶ କାରୀଙ୍କୁ ଯଦି ଦୃଢ଼ତା ସହିତ ତୁରନ୍ତ ବିଦା କରାନଯାଏ ତାହେଲେ ଆସାମ ପରି ଭୟଙ୍କର ଅନୁପ୍ରବେଶ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଶ୍ରୀ ଜଗଦ୍ଦେବ ଆଶଙ୍କା ପ୍ରକାଶ କରିଛନ୍ତି
ଅନୁପ୍ରବେଶ ସମସ୍ୟା ଏକ ଭୟଙ୍କର ରାଷ୍ଟ୍ରୀୟ ତଥା ରାଜ୍ୟର ସମସ୍ୟା : ବିଜେପିର ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ











