Home / ମୁଖ୍ୟ ଖବର / ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ କ୍ରୀଡା ପ୍ରତିଭା ଚୟନ

ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ କ୍ରୀଡା ପ୍ରତିଭା ଚୟନ

sports

ପୁରୀ ୨୨/୫/୨୦୨୫ – (ତୃପ୍ତୀମୟୀ ଜେନା) ପୁରୀ ଜିଲ୍ଲା ରୁ ୧୫ ବର୍ଷ ରୁ କମ ବୟସର ଫୁଟବଲ ଖେଳାଳି ଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ କରାଯାଇଛି।ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ଲକ ମାନଙ୍କର ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ୪୦ ଜଣଙ୍କୁ ବଛା ଯାଇଥିଲା। ପରବର୍ତ୍ତୀ ସମୟରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରେ ୩ ଦିନ ପ୍ରଶିକ୍ଷଣ ଦିଆଯାଇ ଶ୍ରେଷ୍ଠ ଖେଳାଳି ଚୟନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY