ନୟାଗଡ଼,୨୭ା୫ ( ଭାସ୍କର ଚନ୍ଦ୍ର ସ୍ୱାଇଁ ) : ଓଡ଼ଗାଁ ବ୍ଲକ କୋମଣ୍ଡ ବେଆଇନ ମାଙ୍କଡ଼ା ଖଣି କାରବାରକୁ ନେଇ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସାମ୍ବାଦିକଙ୍କୁ ମାସିକ ଚାନ୍ଦା ଦିଆଯାଉଥିବା କଥା କୁହାଯାଇଥିଲା । ଏହା ସହିତ ସାମ୍ବାଦିକଙ୍କ ନାଁରେ ଅଶ୍ଳିଳ ଭାଷା ବ୍ୟବହାର କରାଯାଇଛି । ଯାହାକୁ ନ଼ୟାଗଡ ସାମ୍ବାଦିକ ଭବନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଏଭଳି ଅପ୍ରାସଙ୍ଗିକ ପ୍ରସଙ୍ଗରେ ସାମ୍ବାଦିକଙ୍କ ନାଁ ଯୋଡ଼ି ସେମାନଙ୍କୁ ବଦନାମ କରାଯାଉଥିବା ସଦସ୍ୟମାନେ ମତ ଦେଇଛନ୍ତି । ଅଡିଓ ଭାଇରାଲ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ଦାବି ହୋଇଛି । ନୟାଗଡ଼ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆର୍ଥିକ ଦେଣନେଣ ଓ ଅଡିଓର ସତ୍ୟାସତ୍ୟ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ତଦନ୍ତ କରି ଉନ୍ମୋଚନ କରୁ ବୋଲି ମତ ପ୍ରକାଶ ପାଇଛି ।

ଏନେଇ ସାମ୍ବାଦିକ ଭବନ ସଦସ୍ୟମାନେ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତତ୍ ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ କ୍ଷୀରୋଦ ପଟ୍ଟନାୟକ, ନିହାର ରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଖଟେଇ, ରସାନନ୍ଦ ସ୍ୱାଇଁ , ଗୈାରୀ ଶଙ୍କର ଦାଶ, ବିଭୂତି ଭୂଷଣ ସ୍ୱାଇଁ, ଅମିତ ପଟ୍ଟନାୟକ, ବିଶ୍ୱଜିତ ନାୟକ, ଭାସ୍କର ଚନ୍ଦ୍ର ସ୍ୱାଇଁ, ନବକିଶୋର ମିଶ୍ର, ବିଭୂତି ଭୂଷଣ ମହାପାତ୍ର, ପ୍ରଦୀପ କୁମାର ପାତ୍ର, ପ୍ରଶାନ୍ତ କୁମାର ଜେନା, ଦେବବ୍ରତ ନାୟକ, ରବୀନ୍ଦ୍ର କୁମାର ଦାଶ, ରାଜ କୁମାର ସାହୁ, ସ୍ୱରୁପ ପଟ୍ଟନାୟକ ପ୍ରମୂଖ ସାମିଲ ହୋଇଥିଲେ ।











