Home / ସାମାଜିକ / ସାହିତ୍ୟିକ ଡକ୍ଟର ବଳରାମ ଦାସ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ସଭା

ସାହିତ୍ୟିକ ଡକ୍ଟର ବଳରାମ ଦାସ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ସଭା

ada

ପୁରୀ:ତା. ୨୬/୫/୨୦୨୫(ତୃପ୍ତୀମୟୀ ଜେନା) – ବିଶିଷ୍ଟ ସାରସ୍ବତ ସାଧକ ଡକ୍ଟର ବଳରାମ ଦାସ ଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ରମାବଲ୍ଲବ ରୋଡ ସ୍ଥିତ ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି I କବି ଆର୍ତ୍ତତ୍ରାଣ ମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅଧ୍ୟାପକ ବିଶ୍ୱରଞ୍ଜନ, ପ୍ର. ଅଦୱେତ ଚରଣ ଧଳ, ମାନସ ରଞ୍ଜନ ମହାପାତ୍ର, ଡକ୍ଟର ଦିଲୀପ କୁମାର ସ୍ଵାଇଁ, ବଦ୍ରି ମିଶ୍ର, ଇଂ.ମୀନକେତନ ମିଶ୍ର, ଗୁରୁ କଲ୍ୟାଣ ମହାପାତ୍ର, ମାନସ ଦାସ, ଶୈଳବାଳା ମହାପାତ୍ର, ସତ୍ୟନାରାୟଣ ମିଶ୍ର, ସୁଵାସିନୀ ଧଳ, ଅଜୟ ପ୍ରଧାନ, ପ୍ରମୋଦା ଦେବୀ, କାର୍ତ୍ତିକ କୁମାର ଦାସ, ଉମାକାନ୍ତ ମହାପାତ୍ର, କାମଦେବ ମହାରଣା,ଆଲୋକ କୁମାର ପ୍ରଧାନ,ବିଚିତ୍ରା ଦାଶ, ଡକ୍ଟର ସୁଚିତ୍ରା ରଥ , ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଦେବୀପ୍ରସନ୍ନ ନନ୍ଦ,କ୍ରିଷ୍ଣା ମହାପାତ୍ର, ବିପିନ ବିହାରୀ ଦଳାଇ, ସର୍ବାଣୀ ଦାସ, କମଳାକାନ୍ତ ଦାଶ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I

whatsapp image 2025 05 26 at 20.54.08 f328dc77

ଏହି ଅବସରରେ ପ୍ରକାଶିତ ସ୍ମରଣିକା ‘ସବୁ ଦୀପ ଲିଭିଗଲା ପରେ’ ଉନ୍ମୋଚିତ ହୋଇଥିଲା I ଦିବଂଗତ ଦାସ ଥିଲେ ଜଣେ ନୀରବ ସାଧକ I ଯାହାଙ୍କ ହୃଦୟ ଥିଲା ସଦା ଛଳ ଛଳ I ଆଧ୍ୟାତ୍ମିକ ଓ ସାରସ୍ବତ କ୍ଷେତ୍ରରେ ସେ ସ୍ୱତନ୍ତ୍ର ଆସନ ଅଳଙ୍କୃତ କରିଥିଲେ I ତାଙ୍କର ମୃତ୍ୟୁ ସାରସ୍ବତ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ସାହିତ୍ୟିକମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ I ସ୍ମୃତିସଭାରେ ପତ୍ନୀ ମାୟା ଦାସ, ପୁତ୍ର ତନ୍ମୟ ଦାସ, ବୋହୁ ପୂର୍ଣ୍ଣମା ଦାସ,ଝିଅ ସରିତା ଦାସ, ଜୋଇଁ ହୃଷିକେଶ ପ୍ରମୁଖ ଉପସ୍ଥିତ ଥିଲେ 

SPREAD YOUR LOVE WITH YOUR FRIENDS AND FAMILY