କାକଟପୁର:୩୦/୦୫ ( ତୁଷାର ଦୀକ୍ଷିତ ) – କାକଟପୁର ବଜାର ରେ ସୋମେଶ୍ୱର ମନ୍ଦିର ଠାରୁ ମେଡିକାଲ ଛକ, ଲକ୍ଷ୍ମୀବଜାର, ଗଣେଶ ବଜାର,ପ୍ରାଚୀ ବଜାର, ଚନ୍ଦନ ବଜାର ଭଳି ପ୍ରାୟ 1000 ରୁ ଉର୍ଦ୍ଧ ଦୋକାନ ରହିଥିବା ବେଳେ ଏମିତି କି କଲେଜ ଛକ ଓ ନୂଆ ବସଷ୍ଟାଣ୍ଡ ପ୍ରଯ୍ୟନ୍ତ ସବୁ ବଜାର ରେ ଦୋକାନୀ ଙ୍କ ସୁରକ୍ଷା ଓ ଭାଇଚାରା ଉଦେଶ୍ୟ ରେ ପ୍ରତି ବଜାରରେ ସଂଗଠନ କାରାଯାୟୀ ସଂଗଠନ ର ନାମ କରଣ କରା ଯାଇଛି ପ୍ରତ୍ୟେକ ବଜାରରେ ବଜାର ତରଫରୁ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ପଦବୀ ମଧ୍ୟ ସ୍ଥାନ ପାଇ ବଜାର ର ସଦସ୍ୟ ଙ୍କ ଭିତରୁ ବଛା ଯାଇ ବିଭିନ୍ନ ପୂଜା ପାର୍ବଣ ମାନଙ୍କରେ ସେ ଲକ୍ଷ୍ମୀ ପୂଜା ହେଉ କି ଗଣେଶ ପୂଜା ପ୍ରାୟ ସବୁ ବଜାରରେ କରା ଯାଏ ଏବଂ ସଦସ୍ୟ ମାନେ ଏହାକୁ ନିଷ୍ଠା ର ସହିତ ଏକଜୁଟ ହୋଇ ପୂଜା କୁ ବହୁ ଆଡ଼ମ୍ବର ସହିତ ପାଳନ କରନ୍ତି, ପୂଜା ପରେ ସବୁ ବଜାରରେ ପ୍ରାୟ ପିକିନିକ ମଧ୍ୟ ଯାଇ ବେଶ ଉପଭୋଗ କରିବା ସହିତ ଆମୋଦ ପ୍ରମୋଦ କରି ଥାନ୍ତି ସେହିପରି ସବୁ ବଜାରରେ ବର୍ଷ କୁ ଥରେ ସଭାପତି, ସମ୍ପାଦକ, କୋଷାଧକ୍ଷ ପଦବୀ ଵି ପରିବର୍ତନ କରାଯାଇ ଥାଏ, ପ୍ରାଚୀ ବଜାରରେ ମଧ୍ୟ ନୂତନ କର୍ମକର୍ତା ନିର୍ବାଚନ ସରି ଯାଇଛି ସେହିପରି ପ୍ରାଚୀ ବ୍ୟବସାୟୀ ସଂଘର ଆଗାମୀ ବର୍ଷକ ପାଇଁ ସାଧାରଣ ବୈଠକ ହୋଇ ଯାଇଛି।

୧୯୮୭ମସିହାରୁ ଗଠିତ ବ୍ୟବସାୟୀ ସଂଘ ନିରନ୍ତର ଭାବରେ ସଂଘ ଅନ୍ତର୍ଗତ ବ୍ୟବସାୟୀ ମାନଙ୍କର ସ୍ବାର୍ଥ ଜଡ଼ିତ ସମସ୍ୟାର ଆଶୁ ସମାଧାନ କରିବା ସହିତ ଗ୍ରାହାକ ମାନଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦିଆ ଯାଇଛି । କାକଟପୁରରେ ଅବସ୍ଥିତ ଖୁଣ୍ଟିଆ କନଭେନସନ୍ ସଭାଗୃହରେ ଅନୁଷ୍ଠିତ ସାଧାରଣ ବୈଠକରେ ସରୋଜ କୁମାର ମିଶ୍ର ସଭାପତି,ପ୍ୟାର ମହମ୍ମଦ ଉପସଭାପତି, ସଞ୍ଜୟ କୁମାର ସାହୁ, ସମ୍ପାଦକ, ରବିନ୍ଦ୍ର କୁମାର ପ୍ରଧାନ ସହ ସମ୍ପାଦକ,ସେଖ ଆଲାମଗିରୀ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ପତ୍ତି କ୍ରମେ ମନୋନୀତ ହୋଇଛନ୍ତି।ସଂଘର ଶତାଧିକ ସଭ୍ୟଙ୍କ ସମେତ ପୂର୍ବତନ ସମ୍ପାଦକ ତଥା ସାମ୍ବାଦିକ କ୍ଷେତ୍ରମୋହନ ଦାଶ,ବରିଷ୍ଠ ବ୍ୟବସାୟୀ ସେଖ ଫରାସତ୍ ଓ ନବ ନିଯୁକ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ଆଗାମୀ କାର୍ଯ୍ୟପାଳିକା ପରିଷଦ ବୈଠକରରେ ନୂତନ ଉପଦେଷ୍ଟା ମଣ୍ଡଳୀ ଗଠନ ପାଇଁ ସାଧାରଣ ଅଧିବେଶନରେ ପରିଷଦକୁ ଅନୁମତି ପ୍ରଦାନ କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା।ଶେଷରେ ନୂତନ ସଭାପତି ଶ୍ରୀ ମିଶ୍ର ସଭା ସଙ୍ଗ କରିଥିଲେ।











