Home / ସାମାଜିକ / ଦ ବେଲ୍ ତରଫରୁ ବୟସର ଚର୍ଚ୍ଚା କାର୍ଯ୍ୟକ୍ରମ

ଦ ବେଲ୍ ତରଫରୁ ବୟସର ଚର୍ଚ୍ଚା କାର୍ଯ୍ୟକ୍ରମ

whatsapp image 2025 06 03 at 21.00.05 860f9690


ପୁରୀ ୩/୬ /୨୫- (ତୃପ୍ତୀମୟୀ ଜେନା)- ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମଙ୍ଗଳବାର ବୟସର ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ବ୍ରାହ୍ମଣ ବୋର୍ଡିଁ ଛକ ସ୍ଥିତ ଚନ୍ଦ୍ରଶେଖର ପାଠାଗାର ଠାରେ ଆୟୋଜିତ ଏହି କାର୍ଯୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବରିଷ୍ଠ ନାଗରିକ ଓ ସଂଗଠନ ମାନେ ଚର୍ଚ୍ଚାରେ ଭାଗ ନେଇ ବର୍ତ୍ତମାନ ସମୟରେ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ସାମାଜିକ କର୍ତ୍ତବ୍ୟ ଓ ଅଧିକାର ବିଷୟରେ ମତ ବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସ୍ଵାଗତ କରିବା ସହିତ ଉତ୍ତର ପୀଢି ଓ ପୂର୍ବ ପୀଢି ପରଷ୍ପର ସହିତ ଖାପ ଖୁଆଇ ଚଲିଲେ ଅଧୁନା ପରିବର୍ତ୍ତିତ ପରିସ୍ଥିତି ରେ ବରିଷ୍ଠ ନାଗରିକ ମାନଙ୍କ ଅଧିକାର ସୁରକ୍ଷିତ ରହିବା ସହିତ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେବ ବୋଲି କହିଥିଲେ।କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରଘୁ ନାଥ ମହାପାତ୍ର ସ୍ୱଚ୍ଛଳ ଥିବା ବରିଷ୍ଠ ନାଗରିକ ମାନେ ନିଜର ଅଧିକାର ଅପେକ୍ଷା ନିଜର ସାମାଜିକ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ।ବିଶିଷ୍ଟ ସ୍ତମ୍ଭକାର ହରିଶଙ୍କର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

whatsapp image 2025 06 03 at 21.00.05 df25db98

ପୁରୀ ତଥା ବିଭିନ୍ନ ବ୍ଲକ ଅଞ୍ଚଳରୁ ଆସିଥିବା ବରିଷ୍ଠ ନାଗରିକ କମିଟି ସଦସ୍ୟ ମାନେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ରେ ବସ ବାସ କରୁଥିବା ବରିଷ୍ଠ ନାଗରିକ ମାନେ ଅଧିକ ଆଇନ କାନୁନ ବିଷୟରେ ବିଷୟରେ ଜାଣି ନଥିବାରୁ ସେମାନଙ୍କ ପାଇଁ ସରକାର ଓ ସାମାଜିକ ଅନୁଷ୍ଠାନ ଅଧିକ ଧ୍ୟାନ ଦେଇ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ମତ ଦେଇ ଥିଲେ।ସେହି ପରି ପୁରୀ ମ୍ୟୁନିସପାଲିଟି ଅଞ୍ଚଳରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କମ୍ୟୁନିଟି ହଲ।, ସୋତନ୍ତ୍ର ପାର୍କ ଓ ଶ୍ରୀମନ୍ଦିର ଦର୍ଶନ ଓ ମେଡ଼ିକାଲ ରେ ବରିଷ୍ଠ ନାଗରିକ ମାନଙ୍କୁ ଯେପରି ସୋତନ୍ତ୍ର ବ୍ୟବସ୍ଥା କରାଯାଇ ପାରିବ ସେ ଦିଗରେ ପ୍ରଶାଶନିକ ସ୍ତରରେ ବିଶେଷ ବ୍ୟବସ୍ଥା ଓ ଧ୍ୟାନ ଦେବା ପାଇଁ ଦାବି କରିଥିଲେ।ଏଥି ସହିତ ଏଭଳି କାର୍ଯ୍ୟ କ୍ରମ ବିଭିନ୍ନ ଅଞ୍ଚଳରେ ଆୟୋଜନ କରାଗଲେ ସେହି ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କ ଭିତରେ ଭାବର ଆଦାନ ପ୍ରଦାନ ସହିତ ବିଭିନ୍ନ ବିଷ୍ୟୟରେ ଚର୍ଚ୍ଚା ହୋଇ ପାରିବ ବୋଲି କହିଥିଲେ।କାର୍ଯ୍ୟକ୍ରମ କୁ ଦ ବେଲ୍ ଓମେନସନ୍ କ୍ଲବ୍ ଓ ୟୁଥ୍ କ୍ଲବ ସଦସ୍ୟ ମାନେ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY