ନ଼ୟାଗଡ ତା ୩.୬.୨୫ରିଖ ( ଭାସ୍କର ଚନ୍ଦ୍ର ସ୍ୱାଇଁ ) ନୟାଗଡ଼ ଜିଲ୍ଲା ଏବଂ ନୟାଗଡ଼ ସହରରେ ଆମ ଦେଶ ଭାରତ ବର୍ଷ ର ସମ୍ଭିଧାନ ପ୍ରଣେତା ଡଃ.ଭିମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଏଯାବତ୍ ସ୍ଥାପନା ହେଇପାରିନାହିଁ ।ସେଥିପାଇଁ ସିନ୍ଦୁରିଆ ସ୍ଥିତ ଡଃ ବି.ଆର୍ ଆମ୍ବେଦକର କ୍ଲବ ସଦସ୍ଯ ମାନେ ମିଳିତ ଭାବେ ବାବା ସାହେବ ଆମ୍ୱେଦକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସର୍ବସମ୍ମତି ଭାବେ ନିଷ୍ପତି କରି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l ଏଥିପାଇଁ ନୟାଗଡ଼ ସହରର ଏକ ପ୍ରମୁଖ ଛକ ସ୍ଥାନରେ ୧୦୦ ବର୍ଗ ଫୁଟ ସରକାରୀ ଜମି ଚିହ୍ନଟ କରାଗଲେ ଆମ୍ଭେ ଅଗଷ୍ଟ ୧୫ ସ୍ବାଧିନତା ଦିବସ ପବିତ୍ର ତିଥିରେ ମହାମନୀଷୀ ସମ୍ଭିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ ବୋଲି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି l

ସ୍ଥାନୀୟ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜିବୀ ଶ୍ରୀ ରଣଜିତ ଦାଶ, ରଣପୁର କଂଗ୍ରେସ ନେତା ତଥା ସମାଜସେଵୀ ଶ୍ରୀ ବିଭୂପ୍ରସାଦ ମିଶ୍ର ଏବଂ ଡ଼ ଭୀମରାଓ ଆମ୍ବେଦକର ଅନୁଷ୍ଠାନ ସଭାପତି ଶ୍ରୀ କୈଳାସ ଦଳେଇ, ସମ୍ପାଦକ ଶ୍ରୀ ଜିତେନ୍ଦ୍ର କୁମାର ଦଳେଇ,କୋଷାଧ୍ୟକ୍ଷ ଶ୍ରୀ ବିଶାଲ ଦଳେଇ,ସହ ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ନାୟକଙ୍କ ସମେତ କ୍ଲବ ସଦସ୍ୟ ମାନେ ଯୋଗ ଦେଇଥିଲେ l











