Home / ମୁଖ୍ୟ ଖବର / ଶ୍ରୀମନ୍ଦିର ସେବକ ବାଳକ ବାଳିକା ସନ୍ତରଣ ପ୍ରଶିକ୍ଷଣ ଉଦଯାପିତ

ଶ୍ରୀମନ୍ଦିର ସେବକ ବାଳକ ବାଳିକା ସନ୍ତରଣ ପ୍ରଶିକ୍ଷଣ ଉଦଯାପିତ

srimandir

ପୁରୀ – ୪/୬/୨୦୨୫ – (ତୃପ୍ତିମୟୀ ଜେନା ) କ୍ରୀଡା ଶୃଙ୍ଖଳା ଓ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।
ଶ୍ରୀମନ୍ଦିର ସେବକ ବାଳକ ବାଳିକା ମାନଙ୍କ ପାଇଁ ଏକ ସନ୍ତରଣ ପ୍ରଶିକ୍ଷଣ ଶିବିର ମେ ମାସ ୧୩ ତାରିଖ ରୁ ଶ୍ରୀଜଗନ୍ନାଥ ଷ୍ଟାଡିୟମ ସନ୍ତରଣାଗାରରେ ଆରମ୍ଭ ହୋଇଥିଲା।ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ସନ୍ତରଣ ରେ ଅଂଶଗ୍ରହଣ କରିଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ସାର୍ଟିଫିକେଟ ଓ ତାଲିମ ପ୍ରଦାନକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏଥିରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଏହା ଏକ ଭଲ ଅନୁଭୂତି ଓ ପିଲା ମାନେ ସେମାନଙ୍କ ଛୁଟି ସମୟକୁ ସୁନ୍ଦର ଭାବେ ବିନିଯୋଗ କରିପାରିଲେ।ଭବିଷ୍ୟତରେ ପିଲା ମାନଙ୍କ ଆଗ୍ରହକୁ ଦେଖି ଏହି ପ୍ରଶିକ୍ଷଣ କୁ ଅଧିକ ଦିନ ପାଇଁ ବ୍ୟବସ୍ଥା କରାଯାଇପାରେ ବୋଲି ସୂଚନା ଦେଇଥିଲେ।

whatsapp image 2025 06 04 at 23.30.24 fc7b1a2e
whatsapp image 2025 06 04 at 23.30.24 fc7b1a2e

ପ୍ରଶିକ୍ଷାର୍ଥୀ ମାନେ ଅଭିଜ୍ଞତା କୁ ବର୍ଣ୍ଣନା କରି ସେମାନେ ବହୁତ ଖୁସି ଓ ଭବିଷ୍ୟତ ରେ ଅଧିକ ଦିନ ପ୍ରଶିକ୍ଷଣ ପାଇଁ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଉପ ପ୍ରଶାସକ
ରଞ୍ଜନ ବେହେରା, ସହକାରୀ ପ୍ରଶାସକ ସ୍ବେତପଦ୍ମା ଶତପଥୀ, ଶୁଭଶ୍ରୀ ସୁଚିସ୍ମିତା, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ଙ୍କୁ ମାନପତ୍ର ଓ ପ୍ରଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।ଏଥିରେ ବରିଷ୍ଠ ସେବାୟତ ଓ ଅନ୍ୟାନ୍ୟ ସେବାୟତ ଏବଂ ପ୍ରଶିକ୍ଷାର୍ଥୀ ମାନେ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY