Home / ସାମାଜିକ / ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭଜନ ପରିବେଷଣ

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭଜନ ପରିବେଷଣ

debasnana

ପୁରୀ ୧୧/୬- (ତୃପ୍ତି ମୟୀ ଜେନା) – ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ସଂସ୍କୃତି ପରିଷଦ ପକ୍ଷରୁ ଏକ ଭଜନ କାର୍ଯ୍ୟକ୍ରମ ଏମାର ମଠ ଚକଡା ଠାରେ ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର ଉଦଘାଟନ କରିବା ସହ ମହାପ୍ରଭୁଙ୍କ ପ୍ରତି ଏହି ଭଜନ ଭକ୍ତି ନୈବେଦ୍ୟ ସଦୃଶ୍ୟ।ପରିବେଷଣ କରୁଥିବା କଳାକାର ଓ ଶ୍ରବଣ କରୁଥିବା ଶ୍ରଦ୍ଧାଳୁ ପ୍ରଭୁ ଙ୍କ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ବୋଲି ସେ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉପସ୍ଥାପକ ଦଣ୍ଡପାଣି ମହାପାତ୍ର ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ମଞ୍ଚ ସଂଞ୍ଚାଳନ କରିଥିଲେ।କଳାକାର ମାନେ ଭଜନ, ଜଣାଣ ପରିବେଷଣ କରି ଶ୍ରଦ୍ଧାଳୁ ଙ୍କୁ ଆନନ୍ଦ ପ୍ରଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY