Home / ସାମାଜିକ / ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ।

ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ।

bikash

ପୁରୀ:- ୧୨/୬- (ତୃପ୍ତିମୟୀ ଜେନା)- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବ ଆଜି ଠାରୁ ଶରଧାବାଲି ଠାରେ ଆରମ୍ଭ ହୋଇଛି।ଏହା ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।”ବର୍ଷ ଏକ ଉପଲବ୍ଧି ଅନେକ” ନାମରେ ଆୟୋଜିତ ଏହି ଉତ୍ସବ କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଉଦଘାଟନ କରି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରିଛନ୍ତି ବୋଲି କହିଥିଲେ।ବର୍ତ୍ତମାନ ର ସରକାର ଲୋକ ଙ୍କ ସରକାର।ଲୋକ ମାନଙ୍କ ହିତ ତଥା ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି।ସରକାର ଆସିବା ପରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲା,ମହାପ୍ରଭୁଙ୍କ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା, ରତ୍ନ ଭଣ୍ଡାର ଖୋଲା ଓ ମରାମତି, ସୁଭଦ୍ରା ଅର୍ଥ ପ୍ରଦାନ, କୃଷକ ମାନଙ୍କୁ ଇନପୁଟ ସବସିଡ ସହ ଧାନ କ୍ୟୁଣ୍ଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟ ପ୍ରଦାନ, ଆୟୁଷ୍ମାନ ଆରୋଗ୍ୟ କାର୍ଡ ପ୍ରଦାନ,ସି ଏମ କିଶାନ ଅର୍ଥ ପ୍ରଦାନ, ନିଯୁକ୍ତି ବୟସ ସୀମା ୩୨ ରୁ ୪୨ କୁ ବୃଦ୍ଧି,ଶିକ୍ଷା, ପଛୁଆ ବର୍ଗ କୁ ସାମାଜିକ ନ୍ୟାୟ ପ୍ରଦାନ,ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଚିବାଳୟ ରେ ପ୍ରବେଶ ବ୍ୟବସ୍ଥା ଇତ୍ୟାଦି କରିଛନ୍ତି।ପୁରୀ କୁ ଐତିହ୍ୟ ସହର କରିବା ପାଇଁ ବିମାନ ବନ୍ଦର କାର୍ଯ୍ୟ ତ୍ବରାନ୍ବିତ ସହ ସଡକ ଓ ରେଳପଥର ବିକାଶ ହୋଇଛି।ଅସ୍ତରଙ୍ଗ ବନ୍ଦର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।୬ ଲକ୍ଷ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଛି।ସେହିପରି ଅଭିଯୋଗ ଶୁଣାଣି କୁ ସୁଦୃଢ କରାଯାଇଛି।ମୋଟ ୧୦୮୯୪ ଅଭିଯୋଗ ମଧ୍ୟରୁ ୯୩୮୮ ଅର୍ଥାତ ଶତକଡା ୮୬ ଭାଗ ର ସମାଧାନ କରାଯାଇଛି।ସୁଭଦ୍ରା ଯୋଜନା ରେ ୧କୋଟି ରୁ ଉର୍ଦ୍ଧ୍ବ ମା ମାନଙ୍କୁ ସାମିଲ କରାଯିବା ସହ ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସମଗ୍ର ଦେଶରେ ପ୍ରଥମ ହୋଇଛି।ଶିଳ୍ପ କ୍ଷେତ୍ରରେ ଦ୍ରୁତ ବିକାଶ ଲାଭ କରିବା ସହ ଯୁବ ବର୍ଗଙ୍କୁ ନିଯୁକ୍ତି ପ୍ରଦାନ ରେ ସହାୟକ ହୋଇଛି।ପ୍ରତି ବ୍ଲକ ରେ କ୍ରୀଡା ଭିତ୍ତିଭୂମି ର ବିକାଶ ସହ ଏ ଆଇ ଟେକ୍ନୋଲୋଜି ପାଇଁ ନିତୀ ପ୍ରଣୟନ ହେଉଛି ବୋଲି କହିବା ସହ ଆଗାମୀ ଦିନରେ ଜନ ସାଧାରଣ ଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ର ଉପଲବ୍ଧି ସମସ୍ତ ଙ୍କ ପାଇଁ ପ୍ରେରଣା।ସରକାର ସମସ୍ତ ପ୍ରତିଶ୍ରୁତି ପାଳନ ପାଇଁ ପ୍ରତିବଦ୍ଧ।ସବୁଠାରୁ ଗରିବ ଲୋକ ଟି ସମସ୍ତ ସୁବିଧା ସୁଯୋଗ ପାଇବା ଆମର ଲକ୍ଷ୍ୟ ବୋଲି ସେମାନେ କହିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ବାଗତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଯୋଗ ଦେଇଥିଲେ।ବିଭିନ୍ନ ହିତାଧିକାରୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ କୁ ପ୍ରାରମ୍ଭରେ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ ଓ ଅନ୍ୟ ଅତିଥି ମାନଙ୍କ ସହ ପରିଦର୍ଶନ କରିଥିଲେ।ପ୍ରଦର୍ଶନୀ ରେ ୫୦ ଗୋଟି ଷ୍ଟଲ ଖୋଲା ଯାଇଛି।

SPREAD YOUR LOVE WITH YOUR FRIENDS AND FAMILY