ନ଼ୟାଗଡ/ ତା- ୧୦/୬/୨୫ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନ଼ୟାଗଡ ଜିଲ୍ଲା ଖଣ୍ଡପଡାରେ ଅପରେସନ ସିନ୍ଦୁର ଶୋଭାଯାତ୍ରା ରେ ସ୍ଥାନୀୟ କୁହାଳିଆ ବିଧାୟକ, ଏନଏସି ଅଧ୍ୟକ୍ଷା ଏବଂ ସରକାରୀ ପଦାଧିକାରୀ ହାତରେ ଜାତୀୟ ପତାକା ଧରି ଦେଶଭକ୍ତି ନିଦର୍ଶନ ସହିତ ସାମିଲ ହେବା ପରେ ଜାତୀୟ ପତାକାକୁ ରାସ୍ତାକଡ କଲ୍ୟାଣମଣ୍ଡପରେ ଫୋପାଡ଼ିଦେବା ଭଳି ସଂଗୀନ ଅପରାଧରେ ଜଡିତ ରାଜନେତା ,ସରକାରୀ ବାବୁ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ପୀତବାସ ଖୁଣ୍ଟିଆ,ଦଳିତ ନେତା ଶ୍ରୀ ମନୋଜ ନାଏକ ଏବଂ ଶ୍ରୀ ସନ୍ତୋଷ ନାଏକ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିବା ପରେ ଏହି ଅଘଟଣର ତଦନ୍ତ ପାଇଁ ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଶାସକ ଦଳର ଦାୟିତ୍ୱସମ୍ପନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଆମ ଦେଶ ଜାତୀୟ ପତାକାର ଅସମ୍ମାନ ପ୍ରସଙ୍ଗରେ କଂଗ୍ରେସ ତୀବ୍ର ନିନ୍ଦା କରିଛି l











