ତାରିଖ: ୧୦.୦୬.୨୦୨୫ : (ତୃପ୍ତିମୟୀ ଜେନା ) -ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହସଲ୍-ଫ୍ରୀ ଦର୍ଶନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ପୁରୀ ପୋଲିସ ଆଜି “ବଡଦାଣ୍ଡ ସାଥୀ” ନାମକ ଏକ ନୂଆ ସେବା କାର୍ଯ୍ୟକ୍ରମ ଦେବସ୍ନାନ ପୂର୍ଣିମା ୨୦୨୫ ପାଇଁ ଜନସେବାରେ ପୁରୀ ପୋଲିସ: “ବଡଦାଣ୍ଡ ସାଥୀ” ସେବାର ଉଦ୍ଘାଟନ ପୁରୀ ଶ୍ରୀମନ୍ଦିରର ପବିତ୍ର ଦେବସ୍ନାନ ପୂର୍ଣିମା ଅବସରରେ, ଦେଶ ଓ ବିଦେଶରୁ ଲକ୍ଷ-ଲକ୍ଷ ଭକ୍ତଗଣ ପୁରୀକୁ ଆସନ୍ତି। ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହସଲ୍-ଫ୍ରୀ ଦର୍ଶନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ପୁରୀ ପୋଲିସ ଆଜି “ବଡଦାଣ୍ଡ ସାଥୀ” ନାମକ ଏକ ନୂଆ ସେବା କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି।
ଏହି ବଡଦାଣ୍ଡ ସାଥୀ ସେବା ଅନ୍ତର୍ଗତ, ବୃଦ୍ଧ, ଦିବ୍ୟାଙ୍ଗ ଥିବା ଭକ୍ତମାନେ ସୁଗମ ଭାବରେ ଶ୍ରୀମନ୍ଦିର ଦର୍ଶନ କରିପାରିବେ। ପୁରୀ ପୋଲିସ ଏହି ଉଦ୍ୟମ ମାଧ୍ୟମରେ ବୃଦ୍ଧଙ୍କ ପାଇଁ ବିଶେଷ ସାହାଯ୍ୟ ଓ ସେବା ଦେବାକୁ ବୃତ୍ତିବଧ କରିଛନ୍ତି। ବଡଦାଣ୍ଡ ସାଥୀ ଏକ ସ୍ୱେଚ୍ଛାସେବକ ଦଳ, ଯେଉଁମାନେ ବୃଦ୍ଧ ଓ ଅସୁବିଧାପ୍ରାପ୍ତ ଭକ୍ତଙ୍କୁ ସହଯୋଗ କରିବେ।
ପ୍ରତେକ ସାହି ରେ ଲୋକାଲ ଚଳାଚଳ ସ୍ମୂଥ କରିବା ପାଇଁ ଉପାୟ ଗ୍ରହଣ କରାଯାଇଛି ସାମାଜିକ ଉତ୍ସବରେ ମାନବିକ ମୂଲ୍ୟ ର ଚରମ ପ୍ରତିଫଳନ। ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ପୁରୀ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ବହୁତ ସଂଖ୍ୟକ ସେବାପ୍ରମୀ ଯୁବକ, ବ୍ରୁଦ୍ଧ ସଭ୍ୟ ଉପସ୍ଥିତ ଥିଲେ। ପୁରୀ ପୋଲିସର ଏହି ପ୍ରୟାସ ମାନବିକ ମୂଲ୍ୟ ବୋଧର ସ୍ପଷ୍ଟ ପ୍ରତିଚ୍ଛବି ଓ ଏହା ଆଗାମୀ ରଥଯାତ୍ରା ଓ ଭବିଷ୍ୟତରେ ଅନ୍ୟାନ୍ୟ ଉତ୍ସବ ସମୟରେ ମଡେଲ୍ ହିସାବରେ ବ୍ୟବହୃତ ହେବ। ମାନବିକ ଓ ଶୃଙ୍ଖଳିତ ରଥଯାତ୍ରା ଉଦ୍ୟାପନ କରିବା ପାଇଁ ପୁରୀ ପୋଲିସ ଆହ୍ବାନ କଋଛନ୍ତି ।











