ପୁରୀ- (ତୃପ୍ତିମୟୀ ଜେନା ) – ୧୪/୬ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଶରଧାବାଲି ରେ ଆୟୋଜିତ ବିକାଶ ମେଳାରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ସହ ଫୁଡ ଷ୍ଟଲ ଲାଗିଛି। “ବର୍ଷ ଏକ ଉପଲବ୍ଧି ଅନେକ” ନାମରେ ଆୟୋଜିତ ଏହି ବିକାଶ ମେଳା ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟ କାରୀ ହେଉଥିବା ଯୋଜନା ଗୁଡିକୁ ୨୫ ଟି ଷ୍ଟଲ ମାଧ୍ୟମରେ ଏଥିରେ ପ୍ରଦର୍ଶିତ ହେଉଛି। ସେହିପରି ୨୫ ଟି ଫୁଡ ଷ୍ଟଲ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ଦ୍ୱାରା କରାଯାଇଛି।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଗୋଟିଏ ପ୍ରଦର୍ଶନୀ ମଣ୍ଡପ କରାଯାଇଛି।ଯେଉଁ ଥିରେ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କ ବିବିଧ କାର୍ଯ୍ୟକ୍ରମରେ ଯୋଗ ଦାନ ସମ୍ବଳିତ ଫଟୋ ଚିତ୍ର ପ୍ରଦର୍ଶିତ ହେଉଛି।ଉଦଘାଟନ ଦିବସରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରଦର୍ଶନୀ ମଣ୍ଡପ କୁ ପରିଦର୍ଶନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ଏହା ପରିଚାଳିତ ହେବା ସହ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ବିକ୍ରୟ ମଧ୍ୟ କରାଯାଉଛି।
ବିକାଶ ମେଳାରେ ଫଟୋ ପ୍ରଦର୍ଶନୀ
No Comments
June 15, 2025 6:44 am

Previous Article
Next Article

ଆସନ୍ତା ୧୬ ତାରିଖ ଠାରୁ ଜାତୀୟ ୨୩ତମ ଲୋକମେଳା ଓ ୧୬ତମ କୃଷିମେଳା ୨୦୨୫
ପୁରୀ ପାନ୍ଥନିବାସରେ ରଜ ପର୍ବ ପାଳିତ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





