Home / ମୁଖ୍ୟ ଖବର / ମା ମଙ୍ଗଳା ସେବାୟତ ନିଯୋଗ ର ନୂତନ କମିଟି ଗଠିତ

ମା ମଙ୍ଗଳା ସେବାୟତ ନିଯୋଗ ର ନୂତନ କମିଟି ଗଠିତ

whatsapp image 2024 09 01 at 20.10.32 e795583f

କାକଟପୁର ତା ୧/୯/୨୦୨୪
ରିପୋର୍ଟ : (ତୁଷାର ଦୀକ୍ଷିତ )

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ସେବାୟତ ନିଯୋଗ କମିଟି ର ଆଜି ଥିଲା ନୂତନ ସଦସ୍ୟ ମନୋନୟନ ପ୍ରକ୍ରିୟା l ପ୍ରତ୍ୟେକ ୩ ବର୍ଷରେ ଥରେ କମିଟିର ନୂତନ ସଦସ୍ୟ ଭାବେ ବଡ ସାହି, ପୁରୁ ଦୀକ୍ଷିତ ସାହି, ମହାପାତ୍ର ସାହି, ପଣ୍ଡା ସାହିରୁ ୨ ଜଣ ଲେଖାଁ ଏବଂ ଦାଶ ପାଢ଼ୀରୁ ଜଣେ ଲେଖାଁ ସଦସ୍ୟ ମନୋନୀତ କରାଯାଏ l ଆଜି ପୁରାତନ କମିଟି ର ଅବଧି ସରୁଥିବା ବେଳେ ନୂତନ କମିଟିର ନିର୍ବାଚନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ର ସହ ଶେଷ ହୋଇଛି l କାକଟପୁର ର ବରିଷ୍ଠ ନାଗରିକ ଈଶ୍ୱର ଚନ୍ଦ୍ର ଦୀକ୍ଷିତ, ରମେଶ ଚନ୍ଦ୍ର ଦୀକ୍ଷିତ, ସୁଦର୍ଶନ ଦୀକ୍ଷିତ ଓ କେଦାରନାଥ ଦୀକ୍ଷିତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ବାଚନ ଅଧିକାରୀଙ୍କୁ ମନୋନୟନ କରାଯାଇ ଦାୟିତ୍ୱ ହସ୍ତାନ୍ତର କରଯାଇଥିଲା l ପ୍ରଥମ ପର୍ଯ୍ୟାୟରେ ବଡ ସାହି ରୁ କମଳ ଲୋଚନ ଦୀକ୍ଷିତ, ସନ୍ତୋଷ କୁମାର ଦୀକ୍ଷିତ, ପୁରୁଦୀକ୍ଷିତ ସାହିରୁ ହିମାଂଶୁ ଭୂଷଣ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, ପଣ୍ଡା ସାହିରୁ ମନୋରଞ୍ଜନ ପଣ୍ଡା, ମଙ୍ଗଳ ପଣ୍ଡା ମହାପାତ୍ର ସାହିରୁ ପବିତ୍ର କୁମାର ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତଙ୍କୁ ମନୋନୀତ କରାଯାଇଥିବା ବେଳେ ଦାଶ ପାଢ଼ୀ ସାହିରୁ ସୁକାନ୍ତ କୁମାର ଦାଶଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ନିର୍ଵାଚନ ଅଧିକାରୀ ଭାବେ ପୀତବାସ ଦୀକ୍ଷିତ, ଅନିଲ କୁମାର ଦୀକ୍ଷିତ, ଦେବରାଜ ଦୀକ୍ଷିତ, ପ୍ରଭାତ କୁମାର ଦୀକ୍ଷିତ ଦାୟିତ୍ୱ ନିର୍ବାହ କରିଥିଲେ l ଗ୍ରାମର ସମସ୍ତ ସେବାୟତ ମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଆସନ୍ତା ୭ ଦିନ ଭିତରେ କମିଟି ର ନୂତନ କର୍ମକର୍ତ୍ତା ଚୟନ କରାଯିବ ବୋଲି ପୂର୍ବତନ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY