Home / ସାମାଜିକ / ନୟାଗଡ଼ରେ ସମ୍ବିଧାନ ବଞ୍ଚାଓ ଦେଶ ବଞ୍ଚାଓ ସମାବେଶ ।

ନୟାଗଡ଼ରେ ସମ୍ବିଧାନ ବଞ୍ଚାଓ ଦେଶ ବଞ୍ଚାଓ ସମାବେଶ ।

whatsapp image 2025 06 17 at 21.57.57 8239db60

ନ଼ୟାଗଡ/ ତା– ୧୭.୬.୨୫ ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶ କ୍ରମେ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ନୟାଗଡରେ ସମ୍ବିଧାନ ବଚାଓ ଦେଶ ବଞ୍ଚାଓ ସମାବେଶ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି । ପଦଯାତ୍ରାରେ ହଜାର ହଜାର କଂଗ୍ରେସ କର୍ମୀ ଓ ଯୁବର ଛାମୁଆ ସଂଗଠକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ପିଡବ୍ଲୁଡି ଡ଼ାକବଙ୍ଗଳା ଠାରୁ ନୂଆ ରାଜବାଟୀ ପର୍ଯ୍ୟନ୍ତ ବିଶାଳ ରାଲି ରେ ଯାଇ ଏକ ବିଶାଳ ଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।ପଦଯାତ୍ରା ବେଳେ କଂଗ୍ରେସ କର୍ମୀ ଙ୍କ ମୁହଁରୁ ସମ୍ବିଧାନ ବଚାଓ ଦେଶ ବଞ୍ଚାଓ ,ମୋଦି ହଟାଓ ଦେଶ ବଞ୍ଚାଓ ଆଦି ବିଭିନ୍ନ ମୋଦି ବିରୋଧୀ ନାରାରେ ନୟାଗଡ ମାଟି ପ୍ରକମ୍ପିତ ହେଉଥିଲା । ଏକ ବର୍ଷର ବିଜେପି ସରକାର ନୟାଗଡକୁ ଏକ ବର୍ଷ ଭିତରେ କଣ ଦେଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତଥା ପିସିସି ଉପସଭାପତି ତାରା ପ୍ରସାଦ ବାହିନୀପତି ତଥ୍ୟ ଉପସ୍ଥାପନା କରି ବିଜେପି ସରକାର ଉପରେ ବର୍ଷିଥିଲେ । ୩୦୦ ୟୁନିଟ୍ ବିଦ୍ୟୁତ ,ନୟାଗଡ ଚିନିକଳ ,ପ୍ରତି ପଞ୍ଚାୟତରେ ୧୦ଜଣ ଯୁବକଙ୍କୁ ଚାକିରୀ , ଚିଟଫଣ୍ଡ ଟଙ୍କା ଫେରସ୍ତ ଆଦି ପ୍ରତିଶୃତି ପୂରଣ ନ କରି ନୟାଗଡ ଜିଲ୍ଲାଵାସୀ ତଥା ଓଡିଶା ଜନସାଧାରଣଙ୍କୁ ବିଜେପି ସରକାର ପ୍ରତାରଣା କରିଛି ବୋଲି ଉପସ୍ଥିତ ନେତୃମଣ୍ଡଳୀ ତଥ୍ୟ ଉପସ୍ଥାପନା କରିଥିଲେ ।

whatsapp image 2025 06 17 at 21.56.54 da424c47

ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ଶହ ଶହ ବିଜେଡି ଓ ବିଜେପି କର୍ମୀ ନୟାଗଡ କଂଗ୍ରେସରେ ଯୋଗଦେଇ ନୟାଗଡ କଂଗ୍ରେସକୁ ସୁଦୃଢ କରିବେ ବୋଲି ସୂଚନା ମିଳିଛି ବୋଲି କହିଥିଲେ। ଏହି ସମାବେଶରେ କଂଗ୍ରେସ ବିଧାୟକ ଦଳର ଉପନେତା ଅଶୋକ ଦାସ ଯୋଗ ଦେଇ କେନ୍ଦ୍ର ର ମୋଦି ସରକାର ,ରାଜ୍ୟର ମୋହନ ସରକାର ଯେପରି ଭାବରେ ସମ୍ବିଧାନକୁ ଦୁରୁପଯୋଗ କରି ଇଡି, ସିବିଆଇ ,ଇନକମ ଟାକସ୍ ଲଗାଇ ଯେଉଁପରି ଭାବରେ ସ୍ଥାନୀୟ ନେତୃତ୍ୱ ଲୋକ ମାନଙ୍କୁ ଭୟଭୀତ କରୁଛନ୍ତି ତାହା ଗଣତନ୍ତ୍ର ର ହତ୍ୟା । ପିସିସି ସାଧାରଣ ସମ୍ପାଦକ ଯଶୀର ନୱାଜ ଯୋଗ ଦେଇ ଆଗାମୀ ଦିନ ରେ ନୟାଗଡ ସଂଗଠନକୁ ସୁଦୃଢ କରିବାପାଇଁ ନୟାଗଡ କଂଗ୍ରେସ କାର୍ଯ୍ୟ କର୍ତାଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ।

whatsapp image 2025 06 17 at 21.48.53 0e1dc1f4

କୃଷକ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟିକ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ନୟାଗଡ ଜିଲ୍ଲାରେ ଚାଷୀ ମାନଙ୍କ ପାଇଁ ଵୃତ୍ତଙ୍ଗ ଓ ଚିନିକଳ ପାଇଁ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ,ବର୍ଷେ ହେଇଗଲା ମଧ୍ୟ ଏପଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ଆରମ୍ଭ ହେଲା ନାହିଁ ।ଜିଲ୍ଲା ସଂଯୋଜକ ସତ୍ୟବ୍ରତ ନାୟକ ଆଗାମୀ ବର୍ଷ ନୟାଗଡ କଂଗ୍ରେସ ପାଇଁ ସଂକଳ୍ପ ! ସଂଘର୍ଷ ଓ ସମର୍ପଣର ବର୍ଷ ହେବ ବୋଲି ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ପୂର୍ବତନ ଜିଲ୍ଲା ସଭାପତି ରଂଜିତ ଦାସ ,ବରିଷ୍ଠ ନେତା ମନୋଜ ସାହୁ ,ହୁସେନ ଖାଁ ,ବିଭୁ ପ୍ରସାଦ ମିଶ୍ର ,ବୈଜୟନ୍ତି ମାଳା ,ସରୋଜ ପରିଡା ,ସୁଶାନ୍ତ ଶତପଥି ,ଧ୍ରୁବ ଚରଣ ପରିଡା ,ସତ୍ୟ ରଞ୍ଜନ ମତ୍ତା,ମିର ଅଵୁବକ୍କାର ସିଦି କି ,ଅନିଲ ଚୁଆଲ ସିଂ ,ଲଷ୍ମୀଧର ତ୍ରିପାଠୀ ,ପୂର୍ଣ୍ଣ ଚନ୍ଦ୍ର ନାୟକ ,ପ୍ରଦ୍ୟୁମ୍ନ କୁମାର ସାହୁ ,ଅଶୋକ ନାୟକ ,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ,ବିନୋଦିନୀ ମହାନ୍ତି ,ଶଶିକାନ୍ତ ସାହୁ ,ପ୍ରକାଶ ଚନ୍ଦ୍ର ନାୟକ ,ପ୍ରତିମା ଜେନା ,ଅନ୍ତର୍ଯ୍ୟାମୀ ସାମଲଙ୍କ ସମେତ ଶିବ ରଞ୍ଜନ ସାହୁ (ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ),ଅମ୍ଲାନ ଅଂଶୁମାନ ସାହୁ ,ସୁନୀଲ କୁମାରସାହୁ ,ଅରବିନ୍ଦ ପାଢ଼ୀ,ତାନିସ ,ଓମ ପ୍ରକାଶ ପ୍ରଧାନ ,ଶାଶ୍ୱତ ପ୍ରଧାନ ,ଓମ ବିଶ୍ୱାଳ , ଜୀବନ ଜ୍ୟୋତି , ରୁଦ୍ର ପ୍ରଧାନ , ଆଦି ଛାତ୍ର ନେତା ଯୋଗ ଦେଇ ସମାବେଶକୁ ସଫଳ ରୂପେ କାର୍ଯ୍ୟକାରୀ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY