Home / ସାମାଜିକ / ଓଡିଶା ସଂକୀର୍ତନ ମହାସଂଘର ରାଜ୍ୟସ୍ତରୀୟ ସଂକୀର୍ତନ ସମ୍ମିଳନୀ ସହ ଶୋଭାଯାତ୍ରା ଅନୁଷ୍ଠିତ

ଓଡିଶା ସଂକୀର୍ତନ ମହାସଂଘର ରାଜ୍ୟସ୍ତରୀୟ ସଂକୀର୍ତନ ସମ୍ମିଳନୀ ସହ ଶୋଭାଯାତ୍ରା ଅନୁଷ୍ଠିତ

whatsapp image 2025 07 11 at 01.31.58 01021828

ପୁରୀ- ୧୦/୦୭/୨୦୨୫ – (ତୃପ୍ତିମୟୀ ଜେନା)- ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ରାଜ୍ୟ ସଂକୀର୍ତନ ମହାସଂଘ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ସଂକୀର୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସଂକୀର୍ତନ ମହାସଂଘର ପ୍ରାୟ ୧୫ ଲକ୍ଷ ରୁ ଉର୍ଦ୍ଧ ସଂକୀର୍ତନ କଳାକାର ସାରା ରାଜ୍ୟରେ ନିରନ୍ତର ନାମ ସଂକୀର୍ତନ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଚାଲିଛନ୍ତି l ମହାସଂଘର ସଭାପତି ବାସୁଦେବ ଭଟ୍ଟ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ ସ୍ୱାଗତ ଭାଷଣ ଦେଇଥିଲେ ଓ଼ ସମ୍ପାଦକ ସୁଦର୍ଶନ ଚମ୍ପତି ସଂଗଠନର ଲକ୍ଷ ଆଭିମୁଖ୍ୟ ନେଇ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ଜାତୀୟ ମାନବାଧିକାର କମିସନର ମାନ୍ୟବର ସଦସ୍ୟ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଯୋଗ ଦେଇ କହିଲେ କି ଭଗବାନ ଙ୍କ ସାନିଧ୍ୟ ଲାଭ ପାଇଁ ଆଧ୍ୟାତ୍ମିକତା ଜରୁରୀ l

whatsapp image 2025 07 11 at 01.31.59 cfa0f686

ସେଥିପାଇଁ ନାମ ସଂକୀର୍ତନ ହି ସର୍ବୋକ୍ତୃଷ୍ଟ l ବିଶିଷ୍ଟ ଅତିଥି ଭାବେ ରିଷିକେଶ ମଠ ର ମଠଧୀଶ ସ୍ୱାମୀ ଶ୍ୟାମlନନ୍ଦଜୀ ମହାରାଜ କହିଲେ କି ପ୍ରତ୍ୟେକ ମଣିଷ ତାର ବୃତ୍ତିଗତ ଜୀବନ ସହିତ ଭଗବାନ ଙ୍କ ନାମ ସଂକୀର୍ତନ ଓ଼ ଆଧ୍ୟାତ୍ମିକତାକୁ ସତ ଉପାୟ ସହିତ ଯୋଡି ଦେଇ ସଦୁପଯୋଗ କରି ପାରିଲେ ମଣିଷ ସର୍ବୋତମ ହୋଇ ପରିବ l , ରାଧାବଲ୍ଳଭ ମଠର ମଠା ଧୀଶ ରାମଦାଷଜି ମହାନ୍ତ ମହାରାଜ କହିଲେ କି ବିନlଖର୍ଚ୍ଚରେ ପୁଣ୍ୟକର୍ମ ରୂପକ ଧନ ସଂଚୟ କରି ସମାଜରେ ଆଦର୍ଶ ସହିତ ମୋକ୍ଷ ପ୍ରାପ୍ତ କରାଯାଇପାରିବ l , ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ଦାସ କହିଲେ କି ନାମ ସଂକୀର୍ତନ ହିଁ ଆଜିର ଦିନରେ ସର୍ବୋତ୍କୃଷ୍ଟ ସତକର୍ମ ତେଣୁ ସବୁ ଛାଡି ପ୍ରତିଦିନ କିଛି ସମୟ ସଂକୀର୍ତନ କରିବା ଦରକାର l ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ପୂର୍ଣଚନ୍ଦ୍ର ଗୋଛିକାର କହିଲେ କି ଭଜନ ଓ଼ ଭୋଜନ ପ୍ରିୟ ମହାପ୍ରଭୁଙ୍କ ସବୁଠୁ ପ୍ରିୟ ଖାଦ୍ୟ ହେଉଛି ନାମ ସଂକୀର୍ତନ l l ,ମାନବାଧିକାର କମିଶନ କୋର ସଦସ୍ୟ ଶ୍ରୀ ଯୁକ୍ତ ମନୋଜ ଜେନା ଜଗନ୍ନାଥ ସଂସ୍କୃତିରେ ମାତୃଶକ୍ତି ସର୍ବାଦୌ ପୂଜନୀୟ ତେଣୁ ସଂକୀର୍ତନ ମାଧ୍ୟମରେ ହିଁ ସମାଜ ରେ ମହିଳା ହିଂସା କୁ ପ୍ରତିହତ କରିପାରିବା l ମହାମାନ୍ୟ ଅତିଥି ମାନଙ୍କ ଦ୍ୱାରା ସଂକୀର୍ତନ କ୍ଷେତ୍ରରେ ଜୀବନ ବ୍ୟାପି ସାଧନା କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଉତ୍କର୍ଷ ସଂକୀର୍ତନ ସମ୍ମାନ ପ୍ରଦାନ ସହ ସମ୍ବର୍ଦ୍ଧିତ କରା ଯାଇଥିଲା l

whatsapp image 2025 07 11 at 01.32.00 cbd83d3d

ମହାସଂଘର ସାରା ରାଜ୍ୟରୁ ୩0 ଗୋତି ଜିଲାରୁ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲା, ବ୍ଲକ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ପୂରୀ ଜିଲ୍ଲା, କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ସହ ନାମ ସଂକୀର୍ତନ ଉପରେ ବିଶେଷ ଆଲୋଚନା କରାଯାଇ ଥିଲା l କାର୍ଯ୍ୟକ୍ରମ ପୂର୍ବରୁ ସକାଳ ୬ଟାରେ ପ୍ରାୟ ୫00 ରୁ ଉର୍ଦ୍ଧ ସଂକୀର୍ତନ କଳାକାର ସଂକୀର୍ତନ ଶୋଭାଯାତ୍ରାରେ ଶ୍ରୀ ମନ୍ଦିର ପରିକ୍ରମା କରିଥିଲେ l ଆଜି ପବିତ୍ର ଗୁରୁ ପୁର୍ଣିମା ଅବସରରେ ଦିନ ୯ ଟାରେ ପୂରୀ ଗୋବର୍ଦ୍ଧନ ପୀଠର ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିକଟରେ କଳାକାର ସଂକୀର୍ତନ ପରିବେଷଣ କରିବା ସହ ତାଙ୍କର ଦିବ୍ୟ ଦର୍ଶନ ରେ ସାକ୍ଷାତ ସହ ଆଶୀର୍ବାଦ ଲାଭ କରିଥିଲେ l ସାରା ରାଜ୍ୟରୁ ଆସିଥିବା ୫୦୦ରୁ ଉର୍ଦ୍ଧ ସଂକୀର୍ତନ କଳାକାର ପୂରୀ ସହରରେ ରାଧାକୃଷ୍ଣ ବେଶ, ଗୋପୀ ସୁଦାମା, ରାମ ସୀତା ଆଦି ବେଶ ସହ ନୃତ୍ୟ ଗୀତ ମାଧ୍ୟମରେ ସଂକୀର୍ତନ ଶୋଭାଯାତ୍ରାରେ ପରିକ୍ରମା କରି ଆସି ସଂସ୍କୃତି ଭବନ ରେ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply