ପୁରୀ- ୧୦/୦୭/୨୦୨୫ – (ତୃପ୍ତିମୟୀ ଜେନା)- ଚଳିତ ମାସ ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ଋଷିଆର ମସ୍କୋରେ ଆ ୟୋଜିତ ଭାରତ ଉତ୍ସବ-୨୦୨୫ରେ ଓଡ଼ି ଆ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସାମିଲି ହୋଇଛନ୍ତି। ଏହି ଅବସରରେ ଭାରତୀୟ ଦୂତାବାସ ଦ୍ୱାରା ନିଷ୍ପତ୍ତି ଅନୁଯାୟୀ, ଶ୍ରୀ ପ୍ର ଧାନ ବାଲୁକା କଳା ଜରିଆରେ ଭାରତର ବିବିଧତା ଉପସ୍ଥାପନ କରିଥିଲେ ।

ବାଲି ରେ ମହୀସୂରୁ ଏବଂ କେରଳର ପ୍ରସିଦ୍ଧ ହା ତୀ ମହୋତ୍ସବ, ପଶ୍ଚିମବଙ୍ଗର ମହାବଳ ବାଘ, ମାତୃଓଷ୍କା , ରୁଷିଆ ପୁତୁଳାର ପ୍ରସିଦ୍ଧ କାରିଗରୀ, ଜାତୀୟ ପକ୍ଷୀ ମୟୂର ଏବଂ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ନିର୍ମାଣ କରିଥିଲେ। ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିମାନେ ବାଲୁକା କଳାକୁ ପ୍ରଶଂସା କରିଥିଲେ। ସେହିଭଳି ଦ୍ୱିତୀୟ ଦିନରେ, ବାଲି ଉପରେ କୋଣାର୍କ ଚକ୍ର ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତି କୁ ପ୍ରଦର୍ଶିତ କରିଥିଲି। ତତ୍ ସହିତ ସେଠାକାର ବ୍ରାଉନ ବିୟର(ପଶୁ)ର ଚିତ୍ର ବାଲିରେ ନିର୍ମିତ ହୋଇଥିଲା।

ଏଥିରେ ପଖାପାଖି 60 ଟନ୍ ବାଲି ଓ 20 ଘଣ୍ଟା ଲାଗିଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଉକ୍ତ ମହୋତ୍ସବରେ ମସ୍କୋର ମାନେଝନାୟା ସ୍କୋୟାରରେ ରାଷ୍ଟ୍ରଦୂତ ଏବଂ ମସ୍କୋ ସହର ପର୍ଯ୍ୟଟନ କମିଟିର ଉପାଧ୍ୟକ୍ଷ ବୁଲାଟ ନୁରମୁଖାନୋଭ, Deputy chief commission ,ନିଖିଲେଶ ଗିରି, Kalahandi ସାଂସଦ ସୁଜିତ କୁମାର (ଓଡ଼ିଶା), council of space, embassy of India in Mascow, officer , Anup Srivastab. Sri Dharmindra Sectary , Delhi ଏବଂ ନିହାରିକା ରାୟ, ସଚିବ, ପର୍ଯ୍ୟଟନ, ଦିଲ୍ଲୀ ଉପସ୍ଥିତ ଥିଲେ। ଭାରତୀୟ ସଂସ୍କୃତିର ଏକ ମହାନ ଉତ୍ସବ ଆରମ୍ଭ ହେଉଛି!











